Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଅତିରଞ୍ଜିତ କରୁଛନ୍ତି ଶାହ : ନବୀନ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ଏଥର ନିର୍ବାଚନରେ ତ୍ରିପୁରାଠାରୁ ଭଲ ପ୍ରଦର୍ଶନ କରିବ ଓ ୧୨୦ରୁ ଅଧିକ ଆସନରେ ବିଜୟ ହେବ ବୋଲି ଦଳର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଦମ୍ଭୋକ୍ତିକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଏଁ ବାଏଁ ଉଡାଇ ଦେଇଛନ୍ତି । ଏହା ବ୍ୟତୀତ କୋଶଳୀ ଭାଷାକୁ ଏପର୍ଯ୍ୟନ୍ତ ମାନ୍ୟତା ଦେଉନଥିବା ବିଜେପିର ପଶ୍ଚିମ ଓଡ଼ିଶା ପ୍ରତି ଲୋକଦେଖାଣିଆ ଦରଦ ପଦାରେ ପଡ଼ିଛି ବୋଲି ବିଜେଡି ଅଭିଯୋଗ କରିଛି ।
ବଲାଙ୍ଗିର ଯୁବ ସମାବେଶରେ ବିଜେପି ଜାତୀୟ ଅଧ୍ୟକ୍ଷ ଶ୍ରୀ ଶାହ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରକୁ କଡ଼ା ସମାଲୋଚନା କରି ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ରୁ ଅଧିକ ଆସନ ହାସଲ କରିବ ବୋଲି ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି । ଯାହା ଉପରେ ପ୍ରତିକ୍ରିୟା ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ “ଶ୍ରୀ ଶାହ ଅତିରଞ୍ଜିତ କରି କଥା କହୁଛନ୍ତି ।” ଅନ୍ୟପକ୍ଷରେ ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ସମଗ୍ର ପଶ୍ଚିମ ଓଡ଼ିଶା ପ୍ରତି ଯଦି ବିଜେପିର ଏତେ ଦରଦ ରହିଛି ତା’ହେଲେ କୋଶଳୀ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କାହିଁକି ସାମିଲ ନକରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚୁପ୍ ବସିଛନ୍ତି । ୧୨୦ରୁ ଉଦ୍ଧ୍ୱର୍ ଆସନ ଜିତିବେ ବୋଲି ବିଜେପି ଜାତୀୟ ଅଧ୍ୟକ୍ଷଙ୍କ ଦମ୍ଭୋକ୍ତି ଉପରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ସ୍ୱପ୍ନ ଦେଖିବାରେ କାହାକୁ ମନା ନାହିଁ । ଯେଉଁମାନେ ଦିବାସ୍ୱପ୍ନ ଦେଖନ୍ତି ତାଙ୍କୁ କ’ଣ ଉତ୍ତର ଦିଆଯାଇପାରେ । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ବିଜେପୁରର ଉପନିର୍ବାଚନ ଫଳାଫଳ କଥା ଅମିତ୍ ଶାହଙ୍କ କାନରେ ବୋଧହୁଏ ରାଜ୍ୟ ବିଜେପିର ନେତାମାନେ ପକାଇ ନାହାନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କଟାକ୍ଷ କରି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top