Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅତିରିକ୍ତ ବଜେଟ୍‌: ରାଜସ୍ୱ ସଂଗ୍ରହ ଧୀମା, ଟଙ୍କା ଆଣିବେ କେଉଁଠି ?

ଭୁବନେଶ୍ୱର(ଓଡ଼ିଶା ୱେୟାର):କୋଭିଡ୍ ମହାମାରୀ ଯୋଗୁ ରାଜ୍ୟ ଅର୍ଥନୀତି ପ୍ରଭାବିତ ହୋଇଥିବା ସତ୍ତ୍ୱେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ରାଜସ୍ୱ ସଂଗ୍ରହ ଧୀମା ଥିବା ସତ୍ତ୍ୱେ ମୂଳ ବଜେଟରେ ଦେଢ଼ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିବା ରାଜ୍ୟ ସରକାର ପୁଣି ୧୧୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟୟବରାଦ କରିବାପରେ ଏତେ ପରିମାଣର ଟଙ୍କା ସରକାର କେଉଁଠି ଆଣିବେ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ?
ଅର୍ଥ ବିଭାଗର ବଜେଟ୍ ପୁସ୍ତିକା ଅନୁସାରେ, ୧୧୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟରୁ ୨୨୭୩କୋଟି ଟଙ୍କା ପ୍ରଶାସନିକ ବ୍ୟୟ(୪୩.୭୭%) ପାଇଁ ବରାଦ ହୋଇଛି । ସେହିପରି ୭୪୩୮ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ(୪୯.୩୩%), ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠି ପାଇଁ ୧୪୮୪ କୋଟି ଓ ସ୍ଥାନୀୟ ନିକାୟ ସଂସ୍ଥାକୁ ୫କୋଟି ଟଙ୍କା ହସ୍ତାନ୍ତର ନିମନ୍ତେ ବ୍ୟୟବରାଦ ହୋଇଛି । ଏବେ ପ୍ରଶ୍ନ ଉଠୁଛି, ସରକାର ଏତେ ଟଙ୍କା ଆଣିବେ କେଉଁଠୁ?
ଅର୍ଥ ବିଭାଗର ରିପୋର୍ଟ ଅନୁସାରେ ବିଭିନ୍ନ ବିଭାଗ ଦ୍ୱାରା ସରେଣ୍ଡର ଅର୍ଥ ଓ ଆଡଜଷ୍ଟମେଣ୍ଟ ଫଣ୍ଡ ଜରିଆରେ ପ୍ରଶାସନିକ ବ୍ୟୟ ଓ ସ୍ଥାନୀୟ ନିକାୟ ସଂସ୍ଥାକୁ ହସ୍ତାନ୍ତର ହେବାକୁ ଥିବା ବ୍ୟୟକୁ ଭରଣା କରାଯିବ । ପ୍ରଶାସନିକ ବ୍ୟୟ ୨୨୭୩.୪୯କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ସେଥିରୁ କେବଳ ୧୯୧୩.୦୪କୋଟି ଟଙ୍କାକୁ ରାଜ୍ୟ ସରକାର ଆଭ୍ୟନ୍ତରୀଣ ଋଣ ଶୁଝିବାରେ ବ୍ୟୟ କରିବେ । କାମ୍ପା ଫଣ୍ଡରୁ ଆଣିଥିବା ଏହି ସ୍ୱଳ୍ପକାଳୀନ ଋଣକୁ ସରକାର ପରିଶୋଧ କରିବେ ।
ସେହିପରି ୧୪୮୪କୋଟି ଟଙ୍କାର ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ବ୍ୟୟକୁ ଆର୍ଥିକ ବର୍ଷ ଶେଷରେ ଏସଡିଆରଏଫର ବଳକା ୯୮୪କୋଟି ଓ ଏନଡିଆରଏଫରୁ ପାଇବାକୁ ଥିବା ପ୍ରାୟ ୫୦୦କୋଟି ଟଙ୍କା ସହାୟତା ମାଧ୍ୟମରେ ଭରଣା କରାଯିବ ।
ସେହିପରି କାର୍ଯ୍ୟକ୍ରମ ବ୍ୟୟ ମୋଟ ୭୪୩୮କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ କେନ୍ଦ୍ରୀୟ ଅନୁଦାନ ୩୦୫୦.୬୮କୋଟି ଓ କେନ୍ଦ୍ରୀୟ ଯୋଜନାରୁ ୨୪.୬୯କୋଟି ଟଙ୍କା ଭରଣା କରାଯିବ । ବାକି ୪୩୬୨ କୋଟି ଟଙ୍କାକୁ ରାଜ୍ୟ ସରକାର ସରେଣ୍ଡର ଫଣ୍ଡ ଓ ବିଭିନ୍ନ ସ୍ଥାନରେ ଜମା ରହିଥିବା ପାଣ୍ଠି ଫେରସ୍ତ(ବ୍ୟାଙ୍କ ଓ ଅନ୍ୟାନ୍ୟ ଆକାଉଣ୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ଟଙ୍କା)କୁ ଆଣି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସେହିପରି ପଂଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ୍‌୍ ଆଧାରରେ ୫କୋଟି ଟଙ୍କା ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାକୁ ହସ୍ତାନ୍ତର କରାଯିବ ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅତିରିକ୍ତ ବଜେଟରେ କାର୍ଯ୍ୟକ୍ରମ ବ୍ୟୟରେ ପଂଚାୟତିରାଜ ବିଭାଗକୁ ସର୍ବାଧିକ ୨୦୪୧ କୋଟି(୨୭.୪%), ସ୍ୱାସ୍ଥ୍ୟ ବିଭାଗକୁ ୧୬୨୭କୋଟି(୨୧.୮%), ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାରକୁ ୧୦୭୭କୋଟି(୧୪.୫%), ଶକ୍ତି ବିଭାଗକୁ ୯୫୭କୋଟି ଟଙ୍କା (୧୨.୮%) , ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୪୫୭କୋଯି ଟଙ୍କା(୬.୧%) ଟଙ୍କା ବରାଦ କରାଯାଇଥିବାବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟରୁ ୭୧୯୯କୋଟି ଟଙ୍କା(୯୭%) କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେବ ବୋଲି ଜଣାପଡ଼ିଛି ।
୨୦୨୦-୨୧ ବାର୍ଷିକ ମୂଳ ବଜେଟର ଆକାର ତୁଳନାରେ ଅତିରିକ୍ତ ବଜେଟର ଆକାର ପ୍ରାୟ ୭.୫% ରହିଛି । ବାର୍ଷିକ ବଜେଟ ତୁଳନାରେ ଅତିରିକ୍ତ ବଜେଟ ପରିମାଣ ୧୦ ପ୍ରତିଶତରୁ କମ୍ ଥିବାରୁ ଏହା ଏକ ଭଲ ଅଭ୍ୟାସ ବୋଲି ସରକାର ତାଙ୍କ ବଜେଟ ପୁସ୍ତିକାରେ ଉଲ୍ଲେଖ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୬୨୭ କୋଟି ଟଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ଭିତ୍ତିଭୂମି ବିକାଶ ନିମନ୍ତେ ୧୦୦କୋଟି, ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ ପାଇଁ ୪୦୯କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ୪୧୨କୋଟି(୩୩୦କୋଟି କେବଳ ମେଡିସିନ୍ କିଣା), ମେଡିକାଲ ଶିକ୍ଷା ଉପକରଣ ବାବଦରେ ୨୨୭କୋଟି, ଆୟୁଷ ସେବାରେ ୨୬କୋଟି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୪୦୭କୋଟି ଟଙ୍କା ଖର୍ଚ୍ଚ ହେବ ।
ସେହିପରି ପଂଚାୟତିରାଜ ଓ ପାନୀୟଜଳ ବିଭାଗର ମୋଟ ୨୦୬୭କୋଟି ଟଙ୍କାମ ଧ୍ୟରେ କେବଳ ୧୫୧୪କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଓ ବିଜୁ ପକ୍କାଘର ପାଇଁ ଖର୍ଚ୍ଚ ହେବ । ୫୦୦କୋଟି ଟଙ୍କା ମନରେଗା ଯୋଜନାରେ ସାମଗ୍ରୀ କ୍ରୟ ବାବଦରେ, ୧୮କୋଟି ଟଙ୍କା ଆମ ଗାଁ ଆମ ବିକାଶ-ପିଠା କାର୍ଯ୍ୟକ୍ରମରେ ଓ ୯କୋଟି ଟଙ୍କା ଜୀବିକା ମିଶନ ବାବଦରେ ଖର୍ଚ୍ଚ ହେବ ।
ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ ପାଇଁ ୧୦୭୭କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ସେଥିରୁ ୧୦୬୭କୋଟି ଟଙ୍କା ରାସନକାର୍ଡଧାରୀ ପରିବାରକୁ ୧୦୦୦ଟଙ୍କା ଓ ଟଙ୍କିକିଆ ଚାଉଳ ଯୋଗାଣରେ ହୋଇଥିବା ଖର୍ଚ୍ଚକୁ ଭରଣା କରାଯିବ । ୧୦କୋଟି ଟଙ୍କା ଖାଉଟି ସଚେତନତା କାର୍ଯ୍ୟକ୍ରମ ଓ ୭ଲକ୍ଷ ଟଙ୍କା ରାଜ୍ୟ ଖାଉଟି ହେଲପଲାଇନ ବାବଦରେ ଖର୍ଚ୍ଚ ହେବ ।
ସେହିପରି ଓପିଟିସିଏଲ ଶେୟାର କ୍ରୟ ବାବଦରେ ୬୪୭କୋଟି ଟଙ୍କା, ୨୩୦କୋଟି ଟଙ୍କା ଆଭ୍ୟନ୍ତରୀଣ ସୁରକ୍ଷା ବାବଦରେ ଯଥା-ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ସାଇବର ଅପରାଧ ରୋକିବାକୁ ୨୪କୋଟି ଟଙ୍କା, ପୁଲିସ ଆଧୁନିକୀକରଣରେ ୭୯କୋଟି ଟଙ୍କାରେ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top