ସାଧାରଣତଃ ଖରା ଦିନେ କାମ କରିବା ବେଳେ କିମ୍ବା ଅତ୍ୟଧିକ ଗରମରୁ ଆମ ଶରୀରରୁ ଝାଳ ବୋହିଥାଏ । କିଛି ଲୋକଙ୍କ ଶରୀରରୁ ବେଶୀ ଝାଳ ବାହାରିଥାଏ ତ କାହା ଶରୀରରୁ ଝାଳ ବୋହିନଥାଏ ।
ତେବେ, ଗରମ ଦିନରେ ଝାଳ ବାହାରିବା ଗୋଟିଏ ସାଧାରଣ ସମସ୍ୟା, କିନ୍ତୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ପାଇଁ କେବଳ ଆଉ ଗରମ ଦିନରେ ଝାଳ ବାହାରୁନାହିଁ, ଏହି ସମସ୍ୟା ବର୍ଷାଋତୁରେ ମଧ୍ୟ ଦେଖିବାକୁ ମିଳୁଛି । ଜଳବାୟୁ ପ୍ରଦୂଷଣ ସହିତ ଆମ ମାନଙ୍କର ଜୀବନଶୈଳୀ ମଧ୍ୟ ଏଥିପାଇଁ ବିଶେଷ ଭାବରେ ଦାୟୀ ଅଟେ l
କୌଣସି କାମ କରିବା ବେଳେ ଝାଳ ବାହାରିବା ଗୋଟିଏ ସାଧାରଣ କଥା । କିନ୍ତୁ ଅଚାନକ ଭାବରେ ବିନା କୌଣସି କାରଣରେ ଝାଳ ବାହାରିବା ଶରୀର ପକ୍ଷରେ ଠିକ ନୁହେଁ l ଏହା ହୃଦଘାତ ର କାରଣ ହୋଇଥାଏ l ଅନେକ ସମୟରେ ମାତ୍ରାଧିକ ଝାଳ ବୋହିବା ଦ୍ୱାରା ମାଂସପେଶୀ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଯାହାକି ହାର୍ଟ ଆଟାକ ର ଗୋଟିଏ କାରଣ ସାଜିଥାଏ ।
ଯେତେବେଳେ ଆମେ ଅଚାନକ ଭାବରେ ଅତ୍ୟଧିକ ଝାଳ ବାହାରୁଥିବାର ଅନୁଭବ କରୁଛନ୍ତୁ ସେହି ସମୟରେ ସତର୍କ ନିହାତି ରହିବ ଆବଶ୍ୟକ l ହାର୍ଟ କୁ ରକ୍ତ ପହଞ୍ଚାଉଥିବା ରକ୍ତ ଗ୍ରନ୍ଥି ଗୁଡିକୁ କରୋନାରୀ ଧମନୀ କୁହାଯାଇ ଥାଏ l ଯେତେବେଳେ ଏହି ଧମନୀ ରେ କୋଲେଷ୍ଟ୍ରଲ ଜମି ଯାଇଥାଏ ତେବେ ଏହା ବ୍ଲକ ହୋଇ ଯାଇଥାଏ l ଏହି କାରଣରୁ ହୃତପିଣ୍ଡ କୁ ରକ୍ତ ପ୍ରବାହ ହୋଇପାରେ ନାହିଁ l ଏବଂ ହାର୍ଟ କୁ ବ୍ଲଡ଼ ପମ୍ପ କରିବା ପାଇଁ ଆପ୍ରାଣ ଚେଷ୍ଟା କରିବାକୁ ପଡିଥାଏ l ଏବଂ ଏହାର ପ୍ରଭାବ ହାର୍ଟ ଉପରେ ପଡିଥାଏ, ଏବଂ ଶରୀରର ତାପମାତ୍ରା ବୃଦ୍ଧି ହୋଇଥାଏ ଏବଂ ଝାଳ ପ୍ରଚୁର ବୋହିଥାଏ l ଯାହାକି ହାର୍ଟ ଅଟାକ ର କାରଣ ହୋଇଥାଏ l


