Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଜୀବନଚର୍ଯ୍ୟା

ଅନିଦ୍ରା ସମସ୍ୟାର ଉପାୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଭଲ ନିଦ ନହେବା ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଭଲ ଓ ସମ୍ପୂର୍ଣ୍ଣ ନିଦ ନହେବା କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଶାରୀରିକ ଓ ମାନସିକ ସମସ୍ୟା ଦେଖା ଦେଇଥାଏ। ଜୀବନରେ ବୃଦ୍ଧି ପାଉଥିବା ଚିନ୍ତା ନିଦ ଉପରେ ଅନେକ ପ୍ରଭାବ ପକାଇଥାଏ। ଭଲ ଓ ସମ୍ପୂର୍ଣ୍ଣ ନିଦ ନହେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା, ଉଚ୍ଚ ରକ୍ତଚାପ, ସ୍ମରଣ ଶକ୍ତି ଦୁର୍ବଳ, କାମରେ ଏକାଗ୍ରତା ନ ରହିବା, ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇବା। ଏହା ବ୍ୟତୀତ ଚିଡ୍‌‌ଚିଡ୍‌‌ପଣ, ଥକ୍କାପଣ, ଚିନ୍ତାଧାରାରେ ପରିବର୍ତ୍ତନ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହାର ପ୍ରଭାବ ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପଡିଥାଏ। ତେଣୁ ସଠିକ୍‌‌ ମାତ୍ରାରେ ଶୋଇବା ନିତାନ୍ତ ଆବଶ୍ୟକ। ଯାଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ଉତ୍ତମ ନିଦ ପାଇଁ କେଉଁ ଫଳକୁ ନିଦ ଖାଦ୍ୟରେ ସାମିଲ କରିବେ..

କଦଳୀ – କଦଳୀ ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍‌‌ ବି୬,ମେଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ରହିଛି। ଭିଟାମିନ୍‌‌ ବି୬ ଶରୀରକୁ ସୁସ୍ଥ ରଖିବା ସହ ମେଗ୍ନେସିୟମ ମାନସିକ ଦୁଃଶ୍ଚିନ୍ତାକୁ କମ କରି ଉତ୍ତମ ନିଦରେ ସହାୟକ ହୋଇଥାଏ।

ଚେରି – ଚେରି ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳିଥାଏ।

କିୱି – ଭିଟାମିନ୍‌‌-ସିରେ ଭରପୁର କିୱିରେ ପୋଟାସିୟମ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା ଚିନ୍ତାକୁ କମ୍‌‌ କରି ଉତ୍ତମ ନିଦରେ ସହାୟକ ହୋଇଥାଏ।

ସପୁରୀ ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଭିଟାମିନ୍‌‌ ସି ମଧ୍ୟ ରହିଛି। ମାନସିକ ଚିନ୍ତା ମଧ୍ୟ ଦୂର କରିଥାଏ।

କମଳା – ଆଣ୍ଟି-ଅକ୍ସିଡାଣ୍ଟରେ ଭରପୁର କମଳା ମଧ୍ୟ ଅନିଦ୍ରା ସମସ୍ୟା ଦୂର କରିଥାଏ। ଏଥିରେ ଭିଟାମିନ୍‌‌ ସି ରହିଛି। ଏହା ମାନସିକ ଶାନ୍ତି ପ୍ରଦାନ କରିଥାଏ। ଦୁଃଶ୍ଚିନ୍ତା କମ୍‌‌ କରିଥାଏ।

ଅମୃତଭଣ୍ଡା – ଏଥିରେ ଭିଟାମିନ୍‌‌ ସି, ପୋଟାସିୟମ ରହିଛି। ପୋଟାସିୟମ ମାଂସପେଶୀକୁ ଆରାମ ପ୍ରଦାନ କରିଥାଏ। ଏଥିରେ ଥିବା ଏକ ବିଶେଷ ପ୍ରକାର ପୋଷକ ତତ୍ତ୍ୱ ଖାଦ୍ୟ ଭଲ ଭାବେ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଅମୃତଭଣ୍ଡା ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ।

ସେଓ – ସେଓରେ ଫାଇବର ଓ ପ୍ରାକୃତିକ ମିଠା ରହିଛି। ଏହାର ସେବନ ଦ୍ୱାରା ଉତ୍ତମ ନିଦ ହୋଇଥାଏ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top