Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ମିଳୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଗଲେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ତାଙ୍କର ୧୫୦ତମ ଜନ୍ମବାର୍ଷିକୀରେ ତାହା ସବୁଠୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉପଲକ୍ଷେ ବୁଧବାର ଅନୁଷ୍ଠିତ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ଅହିଂସା ସମ୍ପର୍କିତ ସିଦ୍ଧାନ୍ତ ଅନୁସାରେ “ଦାରିଦ୍ର୍ୟ ଓ ସାମାଜିକ ଅନ୍ୟାୟ ହେଉଛି ସବୁଠାରୁ ବଡ଼ ହିଂସା ।” ସାରା ପୃଥିବୀର ଭବିଷ୍ୟତ ବଂଶଧରମାନେ ଏହି ନୀତିର ବାସ୍ତବ ସତ୍ୟକୁ ମନେରଖିପାରିବେ ଓ ହୃଦୟଙ୍ଗମ କରିପାରିବେ । ଦେଶରେ ଦାରିଦ୍ର୍ୟ ରହିଥିବା ପର୍ଯ୍ୟନ୍ତ ସ୍ୱାଧୀନତା ହେଉଛି କେବଳ ଏକ ଶୁଷ୍କ କାଷ୍ଠ ସଦୃଶ । ଯେକୌଣସି ସରକାର ପାଇଁ ଦାରିଦ୍ର୍ୟ ଦୂରୀକରଣ ହେଉଛି ସବୁଠୁ ବଡ଼ ଆହ୍ୱାନ । ଅହିଂସା ବିନା ଏହା ହାସଲ କରିହେବ ନାହିଁ । ସମ୍ବିଧାନର ମୁଖବନ୍ଧରେ ଥିବା ସିଦ୍ଧାନ୍ତଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପାଶ୍ଚାତ୍ୟ ଗଣତାନ୍ତ୍ରିକ ଚିନ୍ତାଧାରାରେ ହୋଇଥିବାବେଳେ ଅହିଂସା ହେଉଛି ଭାରତୀୟ ପରମ୍ପରା ଓ ଦର୍ଶନର ନିଚ୍ଛକ ପ୍ରତିଫଳନ । ତେଣୁ ଅହିଂସାକୁ ମୁଖବନ୍ଧରେ ସାମିଲ କରାଯିବା ଉଚିତ୍ । ବିକାଶ ପାଇଁ ଶାନ୍ତି ଆବଶ୍ୟକ । ଯେଉଁମାନେ ସମାଜକୁ ଜାତି,ଧର୍ମ ଓ ଶ୍ରେଣୀ ଆଦି ବିଭିନ୍ନ ଗୋଷ୍ଠୀ ନାଁରେ ଭାଗଭାଗ କରୁଛନ୍ତି, ବିକାଶ ମାଧ୍ୟମରେ ସେମାନଙ୍କୁ ପରାସ୍ତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top