ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ପର୍ଷଦ ସଦସ୍ୟ ୧୯୮୫ ବ୍ୟାଚ୍ ଆଇଏଏସ୍ ବିପିନ ସାକ୍ସେନାଙ୍କୁ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଭାବେ ବଦଳି କରିଛନ୍ତି । ଗତ ୧ତାରିଖରେ ଆଇଏଏସ୍ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା । ସେହିପରି ଉଚ୍ଚଶିକ୍ଷା ବିଭାଗର ଓଏସ୍ଡି ୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ଓଏସ୍ଡି ଏବଂ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ୨୦୦୬ ବ୍ୟାଚ୍ ଆଇଏଏସ୍ ମାଧବ ଚନ୍ଦ୍ର ବରିହାଙ୍କୁ ଓବିସି,ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।


