Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆଇଏଏସ୍‍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି। ୨୦୦୨ ବ୍ୟାଚ୍‍ ଆଇଏଏସ୍‍ ଡକ୍ଟର କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱ ମିଳିଛି। ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଅବ୍ୟାହତି ନେବାପରେ ଏହି ପଦବୀଟି ଖାଲି ପଡିଥିଲା। ଡକ୍ଟର କୁମାର ପୂର୍ବଭଳି ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ପଦବୀ ସହିତ ଅତିରିକ୍ତ ଭାବେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଇବେ।

୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଅଫିସର ବିଷନୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ବଦଳି କରାଯାଇ ବାଣିଜ୍ୟ କର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ ପୂର୍ବଭଳି ଶ୍ରୀ ସେଠୀ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସ୍‍ଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ।

ବାଣିଜ୍ୟକର କମିଶନର ଥିବା ୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅଫିସର ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି।

ମତ୍ସ୍ୟ ନିର୍ଦ୍ଦେଶକ ଥିବା ୨୦୦୪ ବ୍ୟାଚ୍‍ ଆଇଏଏସ୍‍ ପ୍ରଶାନ୍ତ କୁମାର ସେନାପତିଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍‍ ରେଭେନ୍ୟୁର ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ପଶୁସମ୍ପଦ ନିର୍ଦ୍ଦେଶକ ଥିବା ୨୦୦୫ ବ୍ୟାଚ୍‍ ଆଇଏଏସ୍‍ ରତ୍ନାକର ରାଉତଙ୍କୁ ଅତିରିକ୍ତ ଭାବେ ମତ୍ସ୍ୟ ନିର୍ଦ୍ଦେଶାଳୟ ଦାୟିତ୍ୱ ଦିଆଯାଇଛି।

୨୦୦୭ ବ୍ୟାଚ୍‍ ଆଇଏଏସ୍‍ ବଲୱନ୍ତ ସିଂହଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।ଏଥି ସହିତ ଶ୍ରୀ ସିଂହ ପୂର୍ବଭଳି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ସହିତ କୃଷି ବିପ୍ପଣନ ନିର୍ଦ୍ଦେଶକ, ଓଏସ୍‍ଏଏମ୍‍ ବୋର୍ଡର ସଦସ୍ୟ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ।

ବିଜୁ ଯୁବ ବାହିନୀର ସିଇଓ ସହିତ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ପ୍ରେମଚନ୍ଦ ଚୌଧୁରୀଙ୍କୁ ଅତିରିକ୍ତ ଭାବେ ମାଓ ଓଜନ ନିର୍ଦ୍ଦେଶାଳୟ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଚୌଧୁରୀ ପୂର୍ବଭଳି ଏସ୍‍ଆଇଆରଡିର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top