ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଉ ୫ଜଣ ଆଇପିଏସଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟନ ହୋଇଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍ ଏଚ୍ . ବିନୋଦପତି, ରାହୁଲ ଗୋଏଲ, ୟଶପ୍ରତାପ ଶ୍ରୀମଲ, ବିସି ହରିଶ ଓ ସମୀର କୁମାର ଜେନା । ଏହି ୫ଜଣ ଆଇପିଏସ୍ ଏବେ ପ୍ରୋବେସନର ଭାବେ ଅଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ୫ଜଣ ଆଇପିଏସଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟନ କରାଯାଇଥିଲା । ସେମାନେ ଏବେ ହାଇଦ୍ରାବାଦସ୍ଥିତ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି । ସେମାନେ ହେଲେ ଶିଲକେ ନଚିକେତ ବିଶ୍ୱନାଥ, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଶୁଭେନ୍ଦୁ କୁମାର ପାତ୍ର, ଅଭିନବ ସୋନକର ଓ ରୋହିତ ବର୍ମା । ଏହି ସମସ୍ତ ଆଇପିଏସଙ୍କୁ ମିଶାଇଲେ ଓଡ଼ିଶା କ୍ୟାଡ଼ର ଆଇପିଏସଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି ।
ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୧୮୮ଟି ଆଇପିଏସ୍ ପଦବୀ ରହିଥିବାବେଳେ ସେଥିରୁ ୧୩୧ଟି ପଦବୀରେ ସିଧାସଳଖ ନିଯୁକ୍ତି ଓ ୫୭ଟି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ ।


