Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଜିଠୁ ୩ଦିନ ହାଡ଼ଭଙ୍ଗା ଶୀତ: ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆଜିଠୁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଏଥିପାଇଁ ଆଜି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ଆରଡିସି, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବଙ୍କୁ ଚିଠି ଲେଖି ରାଜ୍ୟରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ନେଇ ସୂଚନା ଦେବା ସହ ପରିସ୍ଥିତି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ଶୀତ ଯୋଗୁ ପ୍ରାଣୀସମ୍ପଦ ଓ ସାଧାରଣ ଲୋକଙ୍କ ମଧ୍ୟରେ ଶୀତଜନିତ ଅସୁସ୍ଥତା ବୃଦ୍ଧି ପାଇବାର ଆଶଙ୍କା ରହିଛି । ସେମାନେ ବେଶୀ ପ୍ରଭାବିତ ମଧ୍ୟ ହେବେ । ୨୩ତାରିଖରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ଯଥା- ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡି ସମେତ ବରଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଦେବଗଡ଼ ଓ କଟକରେ ଲୋକମାନଙ୍କୁ ଶୀତରୁ ବର୍ତ୍ତିବା ପାଇଁ ଘରଭିତରେ ରାତିରେ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି । ସେହିପରି ୨୪ତାରିଖରେ ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡି ସମେତ ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ବରଗଡ଼, ନବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ୨୫ତାରିଖରେ ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲା ନିମନ୍ତେ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ରାତିରେ ଦୁଇଚକିଆ ଯାନ ଓ ଖୋଲା କାରରେ ଯାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଇଲେକ୍ଟ୍ରିକାଲ ଓ ଗ୍ୟାସ ହିଟର ଡିଭାଇସ୍ ଅବା ପୁଣି ନିଆଁ ଉପଯୋଗ କରିବାକୁ କୁହାଯାଇଛି । ସେହିପରି ଗାଈଗୋରୁମାନଙ୍କୁ ଗୁହାଳ ଭିତରେ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଛି ।
ବାସହରା ଓ ସହାୟତା ଆବଶ୍ୟକ କରୁଥିବା ଲୋକମାନଙ୍କୁ ରାତିରେ ଆଶ୍ରୟ ଦେବା ନିମନ୍ତେ ସ୍କୁଲ କୋଠା, କମ୍ୟୁନିଟି କୋଠା ଓ ଅନ୍ୟ କୋଠାଗୁଡ଼ିକୁ ଖୋଲିବା ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଏଭଳି ବ୍ୟବସ୍ଥା କରିବା ନିମନ୍ତେ ରିଲିଫ କମିଶନର ପୂର୍ବରୁ ଗତ ନଭେମ୍ବର ୧୧ତାରିଖରେ ବି ନିର୍ଦ୍ଦେଶ ଜାରି କରିଥିଲେ । ଶୀତଦିନ ସରିବା ପର୍ଯ୍ୟନ୍ତ ଏସବୁ ଆଶ୍ରୟସ୍ଥଳୀରେ ରାତିରେ କେତେ ଲୋକ ଆଶ୍ରୟ ନେଇଛନ୍ତି ତାହା ଦୈନିକ ଭିତ୍ତିରେ ଜଣାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଶୀତ ଋତୁରେ ଲୋକମାନେ କ’ଣ କରିବା ଉଚିତ୍ ଅବା ଅନୁଚିତ୍ ସେ ନେଇ ଆବଶ୍ୟକ ସଚେତନତା ଅଭିଯାନ ଚଳାଇବାକୁ ମଧ୍ୟ ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଏଭଳି ବ୍ୟବସ୍ଥା ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top