Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଜି ଆସିବ ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ

ଆଜି ଆସିବ ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ। କିଏ ଜିତିବ ହରିୟାଣାରେ ଓ ଜାମ୍ମୁ-କାଶ୍ମୀର ଆସନ । ତାକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଭୋଟ ଗଣତିରେ ହରିୟାଣାରେ ବିଜେପି ଆଗୁଆ ରହିଥିବା ବେଳେ ଜାମ୍ମୁ କାଶ୍ମୀରରେ କଂଗ୍ରେସ ଆଗରେ ରହିଛି । ମଧ୍ୟାହ୍ନ ସୁଦ୍ଧା ଫଳାଫଳ ଚିତ୍ର ସ୍ପଷ୍ଟ ହୋଇଯିବ ।ତେବେ ୧୦.୩୦ ଟା ସୁଦ୍ଧା ହରିୟାଣାରେ ବିଜେପି ୪୮ ଟା ସେଟରେ ଆଗରେ ଥିବା ବେଳେ କଂଗ୍ରେସକୁ ମିଳିଛି ୩୪ ଟି ସେହିପରି ଜାମ୍ମୁ କାଶ୍ମୀରରେ କଂଗ୍ରେସ ୩୯ ଟି ସେଟରେ ଆଗରେ ଥିବା ବେଳେ ବିଜେପିକୁ ମିଳିଛି ୨୮ ।ଏହା ସହ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଗୁଆ ରହିଛନ୍ତି । ବୁଡଗାମ୍ ଓ ଗନ୍ଦେରବାଲର ଉଭୟ ଆସନରେ ଓମାର ଆଗୁଆରେ ରହିଥିବା ଜଣାଯାଇଛି ।PDPର ଇଲ୍‌ତିଜା ମେହବୁବା ମୁଫତି ପଛୁଆ ରହିଥିବା ବେଳେକିସ୍ତୋୱାରରେ ବିଜେପିର ସଗୁନ୍ ପରିହାର୍ ଆଗୁଆ ରହିଛନ୍ତି । ସେହିପରି ହରିୟାଣାରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଆଗରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଆଦିତ୍ୟ ସୁର୍ଜେୱାଲା ପଛୁଆ ରହିଛନ୍ତି ।ଅନ୍ୟପଟେ କାଉଣ୍ଟିଂ ଲାଗି ଦୁଇ ରାଜ୍ୟରେ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗଣତି ଆରମ୍ଭ ହେବାକୁ ଥିବା ବେଳେ ସବୁ ଗଣତି କେନ୍ଦ୍ରରେ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରଖାଯାଇଛି।

ସୂଚନଯୋଗ୍ୟ; ୧୦ ବର୍ଷର ବ୍ୟବଧାନ ପରେ ଜାମ୍ମୁ-କାଶ୍ମୀରରେ ହୋଇଛି ନିର୍ବାଚନ । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଛି । ଜାମ୍ମୁ କାଶ୍ମୀରରେ ୨୦୧୪ରେ ଶେଷ ଥର ଲାଗି ନିର୍ବାଚନ ହୋଇଥିବାବେଳେ ୨୦୧୮ରେ ଲାଗୁ ହୋଇଥିଲା ରାଜ୍ଯପାଳ ଶାସନ। ତେବେ ଜାମ୍ମୁ-କାଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ଲୋକ ସେଠାରେ ଭୋଟ୍ ଦେଇଥିବାରୁ ଏହି ନିର୍ବାଚନର ଫଳାଫଳକୁ ଲୋକମାନେ ବେଶ୍ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି । ସେପଟେ ଜାମ୍ମୁ-କାଶ୍ମୀରରେ କିଏ ସରକାର ଗଢିବ ସେନେଇ ସମସ୍ତଙ୍କ ନଜର ରହିଛି । ଜାମ୍ମମୁ କାଶ୍ମୀର ବିଧାନସଭା ନିର୍ବାଚନ ଲାଗି ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ସେପ୍ଟେମ୍ବର ୧୮ରେ ପ୍ରଥମ, ସେପ୍ଟେମ୍ବର ୨୫ରେ ଦ୍ଵିତୀୟ ଏବଂ ଅକ୍ଟୋବର ୧ରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଜାମ୍ମୁ କାଶ୍ମୀରରେ ବିଧାନସଭାର ମୋଟ ୯୦ ଆସନରେ ଭୋଟଗ୍ରହଣ ଶେଷ ହୋଇଛି।ସେହିପରି ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ରେଜଲ୍ଟ ମଧ୍ୟ ଆଜି ପ୍ରକାଶ ପାଇବ । ଏଠାରେ ଗତ ୧୦ ବର୍ଷ ହେଲା ବିଜେପି କ୍ଷମତାରେ ଥିବାବେଳେ ବିଜେପି ପୁଣିଥରେ ସରକାର ଗଢ଼ିବା ପାଇଁ ଆଶା କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top