Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଜି ପୁଣି ରାଜ୍ୟରେ କରୋନା ମହାମାରୀ ନେଲା ୨୨ ଜୀବନ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଲକ୍‌ଡାଉନ୍‌, ଶଟଡାଉନ୍ ସତ୍ତ୍ୱେ ରାଜ୍ୟରେ ମହାମାରୀ ଦିନକୁ ଦିନ ନୂଆ ରେକର୍ଡ କରୁଛି। ଆଜି ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସର୍ବାଧିକ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରେ ୩ ଜଣ ଆଖି ବୁଜିଛନ୍ତି। ଏହାବାଦ ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହାରିଛନ୍ତି। ଏହାବାଦ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖା କରୋନା ପଜିଟିଭ ଆଖି ବୁଜିଛନ୍ତି। ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩ରେ ପହଞ୍ଚିଛି।

ଖୋର୍ଦ୍ଧାରେ ସମୁଦାୟ ମୃତକଙ୍କ ସଂଖ୍ୟା ୪୦୦ ଛୁଇଁଥିବା ବେଳେ ସୁନ୍ଦରଗଡ଼ରେ ୨୧୯ ଓ ଅନୁଗୁଳରେ ଏହି ସଂଖ୍ୟା ୫୬ରେ ପହଞ୍ଚିଛି।
ଏହାବାଦ ବଲାଙ୍ଗିରରେ ଏହି ସଂଖ୍ୟା ୫୫ ଛୁଇଁଥିବା ବେଳେ ବୌଦ୍ଧରେ ୨୦, କଟକରେ ୧୫୧, ଦେବଗଡ଼ରେ ୧୦, ଗଜପତିରେ ୩୯, ଗଞ୍ଜାମରେ ୨୬୭, କଳାହାଣ୍ଡିରେ ୬୪, କନ୍ଧମାଳରେ ୩୭, କେନ୍ଦ୍ରାପଡ଼ାରେ ୩୨, ରାୟଗଡ଼ାରେ ୮୦ରେ ପହଞ୍ଚିଛି ସମୁଦାୟ ମୃତକଙ୍କ ସଂଖ୍ୟା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top