Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆତ୍ମସଂଯମୀ ଓ ଆହ୍ୱାନର ବର୍ଷ ହେବ ‘୨୦୨୧’

ଭୁବନେଶ୍ୱର(ଓଡ଼ିଶା ୱେୟାର):କରୋନା ମହାମାରୀର ଭୟ ଓ ଆଶଙ୍କା ମଧ୍ୟରେ ଆଉ କିଛି ଘଣ୍ଟା ପରେ ୨୦୨୧ ମସିହାକୁ ସ୍ୱାଗତ କରିବ ସମଗ୍ର ବିଶ୍ୱ । କ୍ୟାଲେଣ୍ଡରର ସବୁବର୍ଷ ପରି ଚଳିତଥର ଆଗନ୍ତୁକ ବର୍ଷକୁ ସ୍ୱାଗତ କରିବାର ଜୋସ୍ ମନରେ ଥିଲେ ବି କରୋନା ସଂକ୍ରମଣର ଭୟରେ ମଉଜମସ୍ତିରୁ ଦୂରେଇ ରହିବାର ଏକପ୍ରକାର ବାଧ୍ୟବାଧକତା ମଣିଷ ଆଗରେ ଉଭା ହୋଇଛି । ୨୦୨୦ରେ କୋଭିଡ୍ , କ୍ୱାରେଣ୍ଟାଇନ, ଶଟଡାଉନ୍ , ଲକଡାଉନ୍ , ସୋସିଆଲ ଡିଷ୍ଟାନ୍ସ , ସାନିଟାଇଜର ଓ ମାସ୍କ ଭଳି ଶବ୍ଦ ସହ ପ୍ରତ୍ୟେଟି ମଣିଷକୁ ଅଭ୍ୟସ୍ତ ହେବାକୁ ପଡ଼ିଛି । ୨୦୨୦ ମସିହାର ସେହି ତିକ୍ତ ଅନୁଭୂତିକୁ ପାଶୋରି ୨୦୨୧ ମସିହା ନିଶ୍ଚିତ ଭାବେ ସୁଖ,ସମୃଦ୍ଧି ଓ ଉତ୍ସାହର ବର୍ଷ ହେବ ବୋଲି ମଣିଷ ଆଶାବାଦୀ । ୨୦୨୧ରେ କରୋନା ଭଳି ଭାଇରସ୍ ସହ ଲଢ଼ି ଆଗକୁ ବଢ଼ିବା ନିମନ୍ତେ ଆତ୍ମବିଶ୍ୱାସ ବୃଦ୍ଧି ସହ ଆତ୍ମସଂଯମୀ ହେବାର ଉତ୍ତରଦାୟିତ୍ୱ ଓ ଚାପ ରହିବ । ଆଉ ଏସବୁ ଭିତରେ ୨୦୨୧ରେ ଓଡ଼ିଶାର ରାଜନୀତିକ ଓ ଶାସନ ବ୍ୟବସ୍ଥା କିଭଳି ରହିବ ତଥା କ’ଣସବୁ ଚ୍ୟାଲେଞ୍ଜ ଓ ଆହ୍ୱାନ ରହିବ, ତାକୁ ନେଇ ‘ଓଡ଼ିଶା ରିପୋର୍ଟର’ର ଏକ ସ୍ୱତନ୍ତ୍ର ଉପସ୍ଥାପନା :-

ବିକାଶକୁ ଗତିଶୀଳ କରାଇବାର ଚ୍ୟାଲେଞ୍ଜ
କରୋନା ମହାମାରୀ ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ମନ୍ଥର ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ମଠ-ମନ୍ଦିରର ଭଙ୍ଗାଗଢ଼ା କାର୍ଯ୍ୟ କରି ବିକାଶର ନୂଆ ପରିଭାଷା ଲେଖିଥିବା ଓଡ଼ିଶା ସରକାର ଚଳିତ ଆର୍ଥିକ ବର୍ଷରେ ସବୁ କ୍ଷେତ୍ରରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ କରିଦେଇଛନ୍ତି । ଅର୍ଥାଭାବ ଯୋଗୁ ଗାଁ ଗହଳିରେ ରାସ୍ତାଘାଟଠୁ ଆରମ୍ଭ କରି ସହରରେ ସମସ୍ତ ପ୍ରକାରର ଭିତ୍ତିଭୂମି ବିକାଶ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଛି । ଯେଉଁଥିପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧.୬୧ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିବା ଓଡ଼ିଶା ସରକାର ନଭେମ୍ବର ଶେଷସୁଦ୍ଧା ମାତ୍ର ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ବାକି ୪ମାସରେ କେତେ ଅର୍ଥ ଖର୍ଚ୍ଚ କରିବେ ତାହା ମଧ୍ୟ ରାଜ୍ୟର ରାଜସ୍ୱ ସଂଗ୍ରହ ଉପରେ ନିର୍ଭର କରୁଛି । ପୌର ଓ ପଂଚାୟତ ନିର୍ବାଚନ ପାଇଁ ବିକାଶମୂଳକ କାର୍ଯ୍ୟ କରିବାର ବାଧ୍ୟବାଧକତା ବିଜେଡି ସରକାର ଉପରେ ରହିବ । କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ‘ଆମ ଗାଁ ଆମ ବିକାଶ’ ନାଁରେ ୧୫୦୦କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରିଥିବା ବିଜେଡି ସରକାର ଏପର୍ଯ୍ୟନ୍ତ ସେଗୁଡ଼ିକୁ ଅଧାପନ୍ତରିଆ ପକାଇ ରଖିଛି । ତେଣୁ ୨୦୨୧ ମସିହାରେ ବିକାଶ କାର୍ଯ୍ୟକୁ କ୍ରିୟାଶୀଳ କରାଇ ଲୋକଙ୍କ ମଧ୍ୟରେ ପୁଣିଥରେ ଆଶା ସଂଚାର କରାଇବାର ଚାପ ବି ସରକାରଙ୍କ ଉପରେ ରହିବ । ଅବଶ୍ୟ ଏଥିପାଇଁ ସରକାରୀ କଳର ଦୃଢ଼ ମନୋବଳ, ସମୟସୀମା ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣର ବି ଆବଶ୍ୟକତା ରହିଛି ।

ରିମୋଟ୍ କଣ୍ଟ୍ରୋଲ ପରିବର୍ତ୍ତେ ପ୍ରଫେସନାଲ ଆଡମିନିଷ୍ଟ୍ରେସନ୍‌

କରୋନା ଯୋଗୁ ଦୀର୍ଘ ୧୦ମାସ ଧରି ନବୀନ ନିବାସରେ ଆଇସୋଲେସନ ବା କ୍ୱାରେଣ୍ଟାଇନରେ ରହି ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶାସନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ମୋଡରେ ଶାସନ ସହ ରିମୋଟ୍ କଣ୍ଟ୍ରୋଲ ମାଧ୍ୟମରେ ହାକିମାତି ବି ରାଜ୍ୟ ପ୍ରଶାସନକୁ ନିଷ୍କ୍ରିୟ ଓ ନିରୁତ୍ସାହିତ କରିଦେଇଛି । ଗୋଟିଏପଟେ ରାଜ୍ୟର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବାବେଳେ ଅନ୍ୟପଟେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଚାପ ସରକାରଙ୍କ ଉପରେ ରହିବ । ତେବେ ଏଥିପାଇଁ ପ୍ରଶାସନିକ କଳର ମନୋବଳ ଓ ଉତ୍ସାହ ବୃଦ୍ଧି ନିମନ୍ତେ ବରିଷ୍ଠ ପାହ୍ୟାରେ ଥିବା ଅଫିସରମାନଙ୍କୁ ରାଜ୍ୟ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କରିବା ନିମନ୍ତେ ଫ୍ରି-ହ୍ୟାଣ୍ଡ ଦିଆଯିବାର ଆବଶ୍ୟକତା ରହିଛି । ରିମୋଟ୍ କଣ୍ଟ୍ରୋଲ ମାଧ୍ୟମରେ ପରିଚାଳନା ଓ ଅଙ୍କୁଶ ଲଗାଇବାର ଉଦ୍ୟମ କରାଗଲେ ପ୍ରଶାସନ ଆକ୍ଟିଭ ହେବାର ଆଶା କ୍ଷୀଣ । ୨୦୨୦ ମସିହାରେ ଶୀର୍ଷ ପ୍ରଶାସନିକ ପଦପଦବୀରେ ଥିବା ଅଫିସରମାନଙ୍କର ସ୍ଥାଣୁତା ଓ ଅସହାୟତା ରାଜ୍ୟବାସୀ ଅନୁଭବ କରିଛନ୍ତି । ତେଣୁ ୨୦୨୧ରେ ପ୍ରଫେସନାଲ ଢଙ୍ଗରେ କାର୍ଯ୍ୟ କରିବା ନିମନ୍ତେ ପ୍ରଶାସନ ଉପରେ ମାତ୍ରାଧିକ ହସ୍ତକ୍ଷେପରୁ ତୃତୀୟ ମହଲା ବିରତ ହେବାର ଆବଶ୍ୟକତା ବି ରହିଛି । ତେବେ ରାଜ୍ୟ ପ୍ରଶାସନ ପ୍ରଫେସନାଲ ଢଙ୍ଗରେ କାର୍ଯ୍ୟ କରିବା ନିଶ୍ଚିତ ଭାବେ ୨୦୨୧ରେ ଏକ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିବ ।

ରାଜନୀତିକ ଦଳର ଅସ୍ପଷ୍ଟ ଆଭିମୁଖ୍ୟ

ରାଜ୍ୟରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଅସ୍ପଷ୍ଟ ଆଭିମୁଖ୍ୟ ହିଁ ତୃଣମୂଳସ୍ତରରେ କର୍ମୀ ଓ ସାଧାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ରଖିଛି । କରୋନା ମହାମାରୀ ପରିସ୍ଥିତି ମଧ୍ୟରେ ୨ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବା ଓଡ଼ିଶା ୨୦୨୧ ମସିହାରେ ପୌର ଓ ସମବାୟ ନିର୍ବାଚନର ସାମ୍ନା କରିବାର ସମ୍ଭାବନା ରହିଛି । ସମସ୍ତ ୧୧୫ଟି ପୌରାଂଚଳ, ଏନଏସି ଓ ମହାନଗରରେ ନିର୍ବାଚନ ହେବାର ଥିବାବେଳେ ଏହି ୩ ପ୍ରମୁଖ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବେ । ମାତ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ୩ଦଳଗୁଡ଼ିକ ଯେଭଳି ସନ୍ଦେଶ ରାଜ୍ୟବାସୀଙ୍କୁ ଦେଉଛନ୍ତି ସେଥିରୁ କିଏ କାହା ସହ କେଉଁଭଳି ବୁଝାମଣାରେ ରହିଛି ତାକୁ ନେଇ ସାଧାରଣ ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି । ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ଲୁଚାଛପା ରୋମାନ୍ସ ଚାଲୁଥିବାବେଳେ କେତେବେଳେ ତୁ-ତୁ-ମେ-ମେ ଚାଲୁଛି । କଂଗ୍ରେସ ବି ଶାସକ ବିଜେଡିକୁ ସୁହାଇଲା ଭଳି ପରୋକ୍ଷରେ ପଦକ୍ଷେପ ନେବାକୁ ପଛାଉ ନାହିଁ । ତେଣୁ ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଏହି ୩ଦଳର ରାଜନୀତିକ ଆଭିମୁଖ୍ୟ ହିଁ ଆଗାମୀ ବର୍ଷରେ ହେବାକୁ ଥିବା ପୌର ଓ ପଂଚାୟତ ନିର୍ବାଚନର ଫଳାଫଳ ନିର୍ଭର କରୁଛି । ଧାର୍ଯ୍ୟ ସମୟରେ ୨୦୨୨ ଜାନୁୟାରୀ-ଫେବୃୟାରୀରେ ପଂଚାୟତ ନିର୍ବାଚନ କରିବାର ବାଧ୍ୟବାଧକତା ବିଜେଡି ସରକାରଙ୍କ ଉପରେ ରହିବ । ତେଣୁ ମୁଖ୍ୟ ବିରୋଧୀ ଦଳ ବିଜେପି ୨୦୨୧ରେ ଯଦି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ ନକରେ, ତା’ହେଲେ ଉଭୟ ପୌର ଓ ପଂଚାୟତ ନିର୍ବାଚନର ଫଳାଫଳ ଦଳ ପାଇଁ ନୈରାଶ୍ୟର କାରଣ ପାଲଟିବ ।
ବିଜେଡିରେ ଅବିଶ୍ୱାସ ଓ ଅସନ୍ତୋଷକୁ ପ୍ରଶମିତ

ସର୍ବବୃହତ୍ ସଫଳ ଆଂଚଳିକ ଦଳ ବିଜେଡି ପାଇଁ ନିଜର ସଂଗଠନକୁ ସୁଚାରୂ ରୂପେ ଚଳାଇବାର ଚ୍ୟାଲେଞ୍ଜ ରହିବ । ବିଶେଷକରି ଦଳରେ ବଢ଼ୁଥିବା ଅବିଶ୍ୱାସ ଓ ଅସନ୍ତୋଷକୁ ପ୍ରଶମିତ କରିବା ନିମନ୍ତେ ଦଳକୁ ପୁଣିଥରେ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ବିଜେଡି ଏବେ ନିଜର ସାଂଗଠନିକ ବ୍ୟାପାରକୁ ପୁରୁଣା ନେତାମାନଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ଆଉକିଛି ପୁରୁଣା ନେତା ନାମକୁ ମାତ୍ର ସଂଗଠନ ସହ ରହିଛନ୍ତି । ନୂଆ ବ୍ରିଗେଡକୁ ଆଗକୁ ଆଣି ଦଳ ସେମାନଙ୍କ ମାଧ୍ୟମରେ ସଂଗଠନକୁ ଚଳାଇବା ଆରମ୍ଭ କରିଛି । ଦଳର ଦୁଇଦିନିଆ କାର୍ଯ୍ୟକାରିଣୀ ଆଳରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ନମ୍ବର-୨ ଭାବେ ଆନୁଷ୍ଠାନିକ ମୋହର ମାରିବାର ଅସନ୍ତୋଷ ବି ଦଳ ପାଇଁ ନୂଆ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଦଳ ଯେଉଁ ଯୁବଚେହେରାଙ୍କୁ ଆଗକୁ ଆଣି ସଂଗଠନକୁ ଚଳାଇବାକୁ ପ୍ରୟାସ କରୁଛି ସେମାନେ ଟ୍ରେନଡ୍ କିମ୍ବା ଟେଷ୍ଟେଡ୍ ନୁହଁନ୍ତି । ଅଭିଜ୍ଞତା ନାହିଁ କି ସଫଳତା ମଧ୍ୟ ଦେଖାଇ ନାହାନ୍ତି । ତେଣୁ ସେମାନଙ୍କ ଉପରେ ଦାୟିତ୍ୱ ଲଦି ଦେବାର ରିସ୍କ ବି ଦଳ ଉପରେ ରହିଛି । କ୍ରମାଗତ ୫ମଥର ଜିତିଥିବା ବିଜେଡିଠାରୁ ଲୋକଙ୍କର ଆଶା ଓ ଆକାଂକ୍ଷା ରହିଥିବାରୁ ସମସ୍ତଙ୍କୁ ସାଥୀରେ ନେଇ ସଂଗଠନକୁ ଚଳାଇବାର ଚାପ ରହିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଦଳର ନେତା ଓ କର୍ମୀମାନେ ନିଜର ଆପତ୍ତି-ଅଭିଯୋଗ ତାଙ୍କ ନିକଟରେ ପହଂଚାଇବାର କୌଣସି ମାଧ୍ୟମ ନଥିବାରୁ ଅସନ୍ତୋଷ ବି ରହିଛି ।
ପଂଚାୟତସ୍ତରରେ ହେଉଛି ନୂଆ ରାଜନୀତିକ ସମୀକରଣ
ଦୀର୍ଘବର୍ଷ ଧରି ଗୋଡ଼ଟଣା ଓ ଗୋଷ୍ଠୀକନ୍ଦଳ ନୀତି ଯୋଗୁ ରାଜ୍ୟରେ କଂଗ୍ରେସ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । କଂଗ୍ରେସକୁ ବିଭାଜନ କରି କର୍ମୀମାନଙ୍କୁ ଦଳରେ ସାମିଲ କରିବାର ବିଜେଡିର ରଣନୀତି ଆଗାମୀ ଦିନରେ ଦଳକୁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି । ବିଜେଡିର ଏଭଳି ରଣନୀତି ହିଁ ପଂଚାୟତ ଓ ପୌର ନିର୍ବାଚନବେଳେ ନୂଆ ଚ୍ୟାଲେଞ୍ଜ ପାଲଟିବ । ଜାତୀୟ ଓ ରାଜ୍ୟ ସ୍ତରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଥିବାବେଳେ ତୃଣମୂଳସ୍ତରରେ ବିଜେଡିକୁ ହରାଇବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ଅଘୋଷିତ ଭାବେ ହାତ ମିଳାଇବାର ସମ୍ଭାବନାକୁ ଅଣଦେଖା କରାଯାଇନପାରେ । ରାଜ୍ୟର ଅଧିକାଂଶ ଅଂଚଳରେ ଏଭଳି ସମୀକରଣ ଜନ୍ମ ନେଇସାରିଲାଣି । ଆଗାମୀ ପଂଚାୟତ ଓ ପୌର ନିର୍ବାଚନବେଳେ ସ୍ଥାନୀୟ ଆବଶ୍ୟକତାକୁ ଅନୁଭବ କରି ଉଭୟ ବିଜେପି ଓ କଂଗ୍ରେସର ରାଜ୍ୟନେତୃତ୍ୱ ବି ଏଭଳି ସମୀକରଣକୁ ନେଇ ନିରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଆଉ ଏଭଳି ସମୀକରଣକୁ ବିଫଳ କରିବା ବି ବିଜେଡି ପାଇଁ ଏକ ନୂଆ ମୁଣ୍ଡବ୍ୟଥା ଓ ଚାଲେଞ୍ଜ ପାଲଟିବ ।
ମହିଳା ଭୋଟରେ ଛିଦ୍ର, ବିଜେଡିର ସଜବାଜ
୭୦-୮୦ଲକ୍ଷ ମହିଳାଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ(ଏସଏଚଜି)ରେ ସାମିଲ କରି ସେମାନଙ୍କୁ ନିଜର ଭୋଟବ୍ୟାଙ୍କ ଭାବୁଥିବା ବିଜେଡି ଏବେ ଚିନ୍ତାରେ । ଏହି ଭୋଟବ୍ୟାଙ୍କରେ ଛିଦ୍ର କରିବା ପାଇଁ ବିଜେପି ଏବେ ନିଜର ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରୁଥିବାରୁ ବିଜେଡି ୨୦୨୧ ମସିହାରେ ‘ମହିଳା କାର୍ଡ’କୁ ଜୋରଦାର ଢଙ୍ଗରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହାସଂଘ ରାଜ୍ୟ ସଭାନେତ୍ରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ସମସ୍ତ ଜିଲ୍ଲା ସଂଘ ସଭାନେତ୍ରୀଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ୨୦୨୧ରେ କାର୍ଯ୍ୟକାରୀ କରାଇ ବିଜେଡି ନିଜକୁ ମହିଳାଙ୍କ ହିତୈଷୀ ବୋଲି ସନ୍ଦେଶ ଦେବ । ତା’ଛଡ଼ା ମହିଳାଙ୍କୁ ଉଭୟ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ନେଇ ମଧ୍ୟ ଦିଲ୍ଲୀ ଦରବାରରେ ମହିଳା ସମାବେଶ କରିବାର ସମ୍ଭାବନା ରହିଛି । ପୂର୍ବରୁ ଚାଷୀ ସମାବେଶ କରି ସାରିଥିବା ବିଜେଡି ଆଗାମୀ ଦିନରେ ‘ମହିଳା ସମାବେଶ’ କରି ଜାତୀୟସ୍ତରରେ ନିଜର ପତିଆରା ବୃଦ୍ଧି ପାଇଁ ଉଦ୍ୟମ କରିବ । ଅବଶ୍ୟ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସହ ସିଧାସଳଖ ଲଢ଼େଇ କରି ଦିଲ୍ଲୀ ଦରବାରେ ରଣହୁଙ୍କାର ଦେବା ବିଜେଡି ପାଇଁ ସେତେଟା ସହଜ ହେବନି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top