Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଫଗାନିସ୍ତାନକୁ ସାହାଯ୍ୟ କଲା ଭାରତ: ପଠାଇଲା ୫ ଲକ୍ଷ କୋଭାକ୍ସିନ ଟିକା

ନୂଆଦିଲ୍ଲୀ : ସାରା ବିଶ୍ୱରେ ଓମିକ୍ରନ ଓ ଅନ୍ୟ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଏହି ସଂକଟ ସମୟରେ ଭାରତ ପୁଣି ଥରେ ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇଛି । କୋଭିଡ ସଂକ୍ରମଣ ପାଇଁ ଭାରତ ଆଫଗାନିସ୍ତାନକୁ ୫ ଲକ୍ଷ ଡୋଜ୍‌ କରୋନା ଟିକା ପଠାଇଛି । ଏହି ଟିକା ଆଫଗାନସ୍ଥିତ କାବୁଲ ଠାରେ ଥିବା ଇନ୍ଦିରା ଗାନ୍ଧି ହସପିଟାଲକୁ ପଠାଯାଇଛି ।ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଫାଗନିସ୍ତାନକୁ ମାନବୀୟ ସାହାଯ୍ୟ ପ୍ରଦାନ କରିବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ଭାରତ କହିଛି । ଆଫଗାନିସ୍ତାନକୁ ଭାରତ ୧୦ ଲକ୍ଷ ଟିକା ଦେବାକୁ କହିଥିବା ବେଳେ ପ୍ରଥମ ଦଫାରେ ୫ ଲକ୍ଷ ଟିକା ପ୍ରଦାନ କରିଛି । ଆଗାମୀ ଦିନରେ ଆଉ ୫ ଲକ୍ଷ ଡୋଜ ଟିକା ଆଫଗାନିସ୍ତାନକୁ ପଠାଇବ ବୋଲି କହିଛି । ଏହାସହ ଭାରତ ସରକାର ଆଫଗାନିସ୍ତାନକୁ ଖାଦ୍ୟ ସାମଗ୍ରୀ ଦେବାକୁ ମଧ୍ୟ ପ୍ରକାଶ କରିଛନ୍ତି । ପୂର୍ବରୁ ଭାରତ WHO ମାଧ୍ୟମରେ ଆଫଗାନିସ୍ତାନକୁ ୧.୬ ଟନ ଚିକିତ୍ସା ସାମଗ୍ରୀ ପଠାଇଥିଲା । ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ସେଠାକାର ପରସ୍ଥିତି ବହୁତ ଖରାପ ରହିଛି । ଖାଦ୍ୟ ସାମଗ୍ରୀ ଠାରୁ ବିଭିନ୍ନ ସାମଗ୍ରୀ ର ଅଭାବ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top