Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଶୋକ ପ୍ରସ୍ତାବ ଆଲୋଚନାରେ ସାମିଲ ହେଲାନି କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆଜି ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ବିରୋଧୀ ଦଳର ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିବାବେଳେ ଶୋକ ପ୍ରସ୍ତାବବେଳେ କଂଗ୍ରେସ ସଦସ୍ୟମାନେ ଗୃହରେ ଅନୁପସ୍ଥିତ ରହିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିଜେପି ସଦସ୍ୟମାନେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିବାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ଗତବର୍ଷ ବଜେଟ ଅଧିବେଶନ ପରେ ବିଧାନସଭାକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଆଜି ଗୃହକୁ ଆସିଥିଲେ ।
ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବାବେଳେ ପ୍ରଥମେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଥିଲେ ଓ ପରେ ବିଜେପି ସଦସ୍ୟମାନେ ଅନୁରୂପ ଭାବେ କକ୍ଷତ୍ୟାଗ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ମାତ୍ର ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଥିବା କଂଗ୍ରେସ ସଦସ୍ୟମାନେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ସାମିଲ ହୋଇନଥିଲେ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ଭର୍ଚୁଆଲ ମୋଡରେ ଆଲୋଚନାରେ ଭାଗ ନେଇଥିଲେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଲୋଚନା କରୁଥିବାବେଳେ ବିଜେପି ସଦସ୍ୟମାନେ ପୋଡ଼ିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ । ଧାନକିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହରେ ଦିବଂଗତ ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର, ଆସାମ ରାଇଫଲ୍ସର ବିଭୂତିଭୂଷଣ ନାୟକ, ୱେଷ୍ଟର୍ଣ୍ଣ କମାଣ୍ଡ ଇଞ୍ଜିନିୟର ରେଜିମେଣ୍ଟର ଯଜ୍ଞ ନାରାୟଣ କର, ବିହାର ରେଜିମେଣ୍ଟର କୃଷ୍ଣଚନ୍ଦ୍ର ପଣ୍ଡା ଏବଂ କୋରାନା ମୁକାବିଲାରେ ପ୍ରାଣ ହରାଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆଗତ ଓ ଆଲୋଚନା ହୋଇଥିଲା ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟପାଳଙ୍କ ଅଭିଭାଷଣରେ ସମ୍ବେଦନଶୀଳ ସୀମାବିବାଦ ପ୍ରସଙ୍ଗରେ କିଛି ବି ଉଲ୍ଲେଖ କରାଯାଇନାହିଁ । ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶର ଅଧିକାର ଜାହିର କରିଛି ଓ ନିର୍ବାଚନ କରୁଛି । ସେଠାରେ ଲୋକ ମଧ୍ୟ ଏହି ନିର୍ବାଚନରେ ଭାଗ ନେଉଛନ୍ତି । ଏହି ପ୍ରସଙ୍ଗକୁ ରାଜ୍ୟପାଳ ନିଜର ଅଭିଭାଷଣରେ ସାମିଲ କରିବାର ଏକାନ୍ତ ଆବଶ୍ୟକତା ଥିବାବେଳେ ସେଥିପ୍ରତି ସରକାର ନିରବ ରହିଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ ମଧ୍ୟ କିଛି କୁହାଯାଇନାହିଁ । ସରକାରୀ ଟଙ୍କାରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳୀୟ ପ୍ରଚାର କରୁଛନ୍ତି । ସମସ୍ତ ତଥ୍ୟକୁ କଂଗ୍ରେସ ରାଜ୍ୟପାଳଙ୍କ ଆଲୋଚନାବେଳେ ଗୃହରେ ଉଠାଇବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top