ଭୁବନେଶ୍ୱର : ଆଶା କର୍ମୀଙ୍କ ପାରିଶ୍ରମିକକୁ ରାଜ୍ୟ ସରକାର ଆଜି ବୃଦ୍ଧି କରିଛନ୍ତି । ଏହା ସହିତ ଆଶା କର୍ମୀଙ୍କ ପାଇଁ ‘ଆଶ ମାତୃତ୍ୱ ଯୋଜନା’ ନାମକ ଏକ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି ।ଭୁବନେଶ୍ୱର : ଆଶା କର୍ମୀଙ୍କ ପାରିଶ୍ରମିକକୁ ରାଜ୍ୟ ସରକାର ଆଜି ବୃଦ୍ଧି କରିଛନ୍ତି । ଏହା ସହିତ ଆଶା କର୍ମୀଙ୍କ ପାଇଁ ‘ଆଶ ମାତୃତ୍ୱ ଯୋଜନା’ ନାମକ ଏକ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ ଆଶା କର୍ମୀମାନେ ଏଣିକି ନିଶ୍ଚିତ ପାରିଶ୍ରମିକ ଭାବେ ମାସକୁ ୨ହଜାର ଟଙ୍କା ପାଇବେ । ତା’ସହିତ ପୂର୍ବଭଳି ଅନ୍ୟାନ୍ୟ ସମସ୍ତ ପ୍ରକାରର ପ୍ରୋତ୍ସାହନ ରାଶି ମଧ୍ୟ ସେମାନଙ୍କ କାର୍ଯ୍ୟ ଅନୁସାରେ ପାଇବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୫୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୪୭ହଜାରରୁ ଊଦ୍ଧ୍ୱର୍ ଆଶା କର୍ମୀ ଉପକୃତ ହେବେ । ସେହିପରି ଆଶା କର୍ମୀମାନଙ୍କୁ ସେମାନଙ୍କ ଗର୍ଭାବସ୍ଥାରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରୋତ୍ସାହନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଆର୍ଥିକ ବର୍ଷରୁ ‘ଆଶା ମାତୃତ୍ୱ ଯୋଜନା’ ଆରମ୍ଭ କରାଯିବ । ଏହି ଯୋଜନାରେ ଆଶା କର୍ମୀମାନଙ୍କୁ ଗର୍ଭଧାରଣର ୭ମାସଠାରୁ ଶିଶୁ ଜନ୍ମର ୩ମାସ ପର୍ଯ୍ୟନ୍ତ ମୋଟ ୬ମାସ ପାଇଁ ମାସକୁ ୧ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହା ସେମାନଙ୍କ ଦରମା ଅତିରିକ୍ତ ମିଳିବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୬.୫୨ ଲକ୍ଷ ଟଙ୍କା ବ୍ୟୟବରାଦ କରିବେ ବୋଲି ଶ୍ରୀ ଜେନା ଘୋଷଣା କରିଛନ୍ତି ।


