Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତାକାଲି ପହଂଚିବ ଆଉ ୩.୩୪ଲକ୍ଷ ଡୋଜ୍ କୋଭିସିଲଡ୍ ଟୀକା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଗତ ୧୬ତାରିଖରେ ରାଜ୍ୟକୁ ୪.୦୮ଲକ୍ଷ ଡୋଜ୍ କୋଭିସିଲଡ୍ ଟୀକା ଆସିଥିବାବେଳେ ଆସନ୍ତାକାଲି ଆଉ ୩ଲକ୍ଷ ୩୪ହଜାର ୫୦୦ ଡୋଜ୍ କୋଭିସିଲଡ୍ ଟୀକା ଆସିବ । ଆଉ ଏହି ସମସ୍ତ ଟୀକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ଯେଉଁ ହିତାଧିକାରୀମାନେ ସ୍ୱେଚ୍ଛାକୃତ ଟୀକାକରଣକୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ୍ ଟୀକାକରଣର ସୁଯୋଗ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ ୧୬୧ଟି ସେସନରେ ମୋଟ ୧୩,୯୮୦ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା । ଆଜି ମୋଟ ୩୮୦ଟି ସେସନରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦,୧୬୧ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟୀକା ପ୍ରଦାନ କରାଯାଇଛି । ଯାହା ଆଜି ତାଲିକାଭୁକ୍ତ ହୋଇଥିବା ମୋଟ ହିତାଧିକାରୀଙ୍କର ୯୫ ପ୍ରତିଶତ । ଆଜି ଗୋଟିଏ ସାମାନ୍ୟଧରଣର ପାଶ୍ୱର୍ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଛି । ସମ୍ପୃକ୍ତ ହିତାଧିକାରୀ ଏବେ ଭଲ ଅଛନ୍ତି ।
ଆସନ୍ତାକାଲି ୩ଲକ୍ଷ ୩୪ହଜାର ୫୦୦ ଡୋଜ୍ କୋଭିସିଲଡ୍ ଟୀକା ଓଡ଼ିଶାରେ ପହଂଚିବାର ଥିବାରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟୀକାକରଣ ପାଇଁ ଖୁବଶୀଘ୍ର ପର୍ଯ୍ୟାପ୍ତ ପରିମାଣର ଟୀକା ଓଡ଼ିଶାରେ ଉପଲବ୍ଧ ହେବ । ସେଥିପାଇଁ ହିତାଧିକାରୀମାନଙ୍କୁ ଟୀକାକରଣ ପାଇଁ ଆସିବାକୁ ସରକାର ପୁଣିଥରେ ଅନୁରୋଧ କରିଛନ୍ତି । ଆଜି ରାଜସ୍ୱ ବିଭାଗ ଅଧୀନରେ ଥିବା ଆଗଧାଡ଼ିର କର୍ମଚାରୀମାନେ ତାଲିକାଭୁକ୍ତ ହେବା ନେଇ ସମସ୍ତ ଜିଲ୍ଲା ସହିତ ଏକ ଭିଡିଓ କନଫରେନ୍ସ ହୋଇଥିଲା । ଆସନ୍ତା ୨୫ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜିଠୁ ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ-ପ୍ଲାନ ଦାଖଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top