Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଇକୋ ରିଟ୍ରିଟ୍ : ୮କୋଟି କ୍ଷତି ତଥାପି ଏଥର ୫ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ପର୍ଯ୍ୟଟନ ବିଭାଗ ଗତବର୍ଷ ଶୀତଋତୁରେ ‘ଇକୋ-ରିଟ୍ରିଟ୍‌’ର ଆୟୋଜନ କରି ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହିଥିବା ସତ୍ତ୍ୱେ ଏଥର କରୋନା ମହାମାରୀ ଆଶଙ୍କା ଭିତରେ ସମାନ ଢଙ୍ଗରେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜନ କରିଛି । ୩ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇକୋ-ରିଟ୍ରିଟ୍ ପାଇଁ ଚଳିତବର୍ଷ କେତେ ବଜେଟ୍ ବ୍ୟୟବରାଦ ହୋଇଛି, ସେ ନେଇ ସୂଚନା ମିଳିନଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଏହି ଆୟୋଜନ ‘ଦେଉଳକୁ ମୁଖଶାଳା ବଳିଗଲା’ ପରି ସାବ୍ୟସ୍ତ ହୋଇଛି । ବିଶେଷକରି ରାଜ୍ୟ ବାହାରର ସଂସ୍ଥାକୁ ପୋଷିବା ନିମନ୍ତେ ରାଜ୍ୟବାସୀଙ୍କ ଟିକସ ଅର୍ଥକୁ ଆଖିବୁଜା ଖର୍ଚ୍ଚ କରିବାକୁ ପର୍ଯ୍ୟଟନ ବିଭାଗ ପଛାଇ ନଥିବା ଜଣାପଡ଼ିଛି ।
ସୂଚନା ଅଧିକାର ଆଇନ ବଳରେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କଠୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୯ ମସିହାରେ କୋଣାର୍କରେ ହୋଇଥିବା ଇକୋ-ରିଟ୍ରିଟ ଫେଷ୍ଟିଭାଲର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଦାୟିତ୍ୱ ଲାଲୁଜୀ ଆଣ୍ଡ ସନ୍ସକୁ ନ୍ୟସ୍ତ ହୋଇଥିଲା ।ଏହି କମ୍ପାନୀ ସର୍ବନିମ୍ନ ବିଡର ଭାବେ ମୋଟ ୪.୫୨କୋଟି ଟଙ୍କାରେ ଇକୋ- ରିଟ୍ରିଟ୍ ଆୟୋଜନ କରିବାକୁ ସମ୍ମତି ଜଣାଇଥିଲା । ଏଥିରେ ଡ୍ୟାନ୍ସ ଓ ମ୍ୟୁଜିକ ଫେଷ୍ଟିଭାଲ ବାବଦରେ ୨.୩୭କୋଟି ଟଙ୍କା, ଫୁଡ୍ ଫେଷ୍ଟିଭାଲ ପାଇଁ ୮୬.୬୬ଲକ୍ଷ ଟଙ୍କା, ବିଳାସପୂର୍ଣ୍ଣ ଟେଣ୍ଟ ହାଉସ ବାବଦରେ ୧.୨୮କୋଟି ଟଙ୍କା ଖର୍ଚ୍ଚ କରିବାକୁ ସମ୍ପୃକ୍ତ ସଂସ୍ଥା ଚୁକ୍ତିବଦ୍ଧ ହୋଇଥିଲା ।
ମାତ୍ର ରାଜ୍ୟ ବାହାରର ଏହି ସଂସ୍ଥା ଲାଲୁଜୀ ଆଣ୍ଡ ସନ୍ସ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଇକୋ-ରିଟ୍ରିଟରେ ଡ୍ୟାନ୍ସ, ଆର୍ଟ ଓ ମ୍ୟୁଜିକ୍ ଫେଷ୍ଟିଭାଲ ଆଳରେ ୪କୋଟି ୧ଲକ୍ଷ ୮୬ହଜାର ଟଙ୍କା, ବିଳାସପୂର୍ଣ୍ଣ ଟେଣ୍ଟ ହାଉସରେ ୨.୨୯କୋଟି ଟଙ୍କା, ଖାଦ୍ୟ ଓ ଆନୁସଙ୍ଗିକରେ ୧.୨୬କୋଟି ଟଙ୍କା, ୱାଟର ସ୍ପୋର୍ଟସରେ ୧.୨୬କୋଟି ଟଙ୍କା, ଅତିରିକ୍ତ ସାମଗ୍ରୀ ୧.୩୦କୋଟି ଟଙ୍କା ଏଭଳି ମୋଟ ୧୦.୩୬କୋଟି ଟଙ୍କା ଓ ଜିଏସଟି ମିଶାଇ ମୋଟ ୧୨.୧୩କୋଟି ଟଙ୍କା ଦିଆଯାଇଥିଲା । ଗତବର୍ଷ ଇକୋ ରିଟ୍ରିଟକୁ ମାତ୍ର ୬ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୫୬୧୪ଜଣ ପର୍ଯ୍ୟଟକ ଆସିଥିଲେ । ତେବେ ଇକୋ-ରିଟ୍ରିଟ ଠିକ୍ ଭାବେ ପରିଚାଳିତ ନହେବାରୁ ମାତ୍ର ୩.୮୧ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ସମ୍ଭବପର ହୋଇପାରିଥିଲା । ଅର୍ଥାତ୍ ପରୋକ୍ଷରେ ୮କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ରାଜକୋଷକୁ କ୍ଷତି ସହିବାକୁ ପଡ଼ିଥିଲା ।
ଏତେ ପରିମାଣର କ୍ଷତି ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟର ଆୟୋଜନ କରିଛି । ଲାଲୁଜୀ ଆଣ୍ଡ ସନ୍ସ ଓ ମେସର୍ସ ଫ୍ୟୁଚର ୱିଜ୍ ନାମକ ଦୁଇଟି କମ୍ପାନୀକୁ ରାଜ୍ୟରେ ୫ଟିି ସ୍ଥାନ ଯଥା-ଭିତରକନିକା, ସାତକୋଶିଆ, ହୀରାକୁଦ, କୋଣାର୍କ ଓ ଦାରିଙ୍ଗିବାଡ଼ିରେ ଇକୋ ରିଟ୍ରିଟ୍ ଆୟୋଜନ ନିମନ୍ତେ ଗ୍ରୀନ୍ ସିଗନାଲ ଦିଆଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦଘାଟନ ମଧ୍ୟ ହୋଇଛି । ମାତ୍ର ଗତବର୍ଷ ଏତେ କୋଟି ଟଙ୍କା ଦେଇ କ୍ଷତି ସହିଥିବା ସଂସ୍ଥା(ଲାଲାୁଜୀ ଆଣ୍ଡ ସନ୍ସ)କୁ ପୁଣି କିଭଳି ଥରେ ଦାୟିତ୍ୱ ଦିଆଗଲା ତାହା ସାଧାରଣରେ ଆଶ୍ଚର୍ଯ୍ୟ କରିଛି । ଏତେ ଟଙ୍କା କ୍ଷତି ସହିଥିଲେ ମଧ୍ୟ ଚଳିତଥର କାହିଁକି ଏପରି କାର୍ଯ୍ୟକ୍ରମ କରାଗଲା ଓ ବିଭାଗରେ କିଏ ଏହି ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଲୋକମାନେ ଘରେ ରହିବାକୁ ଅଧିକ ପସନ୍ଦ କରୁଥିବାବେଳେ ଇକୋ ରିଟ୍ରିଟ୍ ନାଁରେ କେବଳ ଧଳାହାତୀ ପୋଷାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top