Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଇସ୍ପାତ କ୍ଷେତ୍ରରେ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦିଆଯିବ: ଧର୍ମେନ୍ଦ୍ର

ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି।ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ନୂଆଦିଲ୍ଲୀସ୍ଥିତ ଓଡ଼ିିଶା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି। ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ନୂଆଦିଲ୍ଲୀସ୍ଥିତ ଓଡ଼ିିଶା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ସାକ୍ଷାତକାର ରାଜନୈତିକ ନୁହେଁ ବରଂ ସୌଜନ୍ୟମୂଳକ ଥିଲା। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଥିବା ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା । ରାଜନୈତିକ ବିଷୟରେ ଆଲୋଚନା ନୁହେଁ ସାଢ଼େ ଚାରି ଓଡ଼ିଆଙ୍କ ଜୀବନରେ ମୂଳଭୂତ ପରିବର୍ତ୍ତନ ହେବା, ଯୁବକମାନେ ରୋଜଗାର ପାଇବା ପ୍ରମୁଖ ବିଷୟ। ଓଡିଶାର ଲୋକମାନେ ତାଙ୍କ ମତ ଦେଇଛନ୍ତି । ଚଳିତ ନିର୍ବାଚନରେ ଓଡିଶାର ଲୋକମାନେ ରାଜ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଓ କେନ୍ଦ୍ରରେ ଦିଲ୍ଲୀ ସରକାର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭରସା କରିଛନ୍ତି। ଓଡ଼ିଶା ଗୋଟିଏ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ। ଇସ୍ପାତ ପଲିସିିରେ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ଷ୍ଟିଲ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିମଧ୍ୟରୁ କେବଳ ଓଡ଼ିଶାରୁ ୧୦୦ ମିଲିୟନ ମେଟ୍ରିକ ଟନ୍ ଷ୍ଟିଲ ଉତ୍ପାଦନ ହେବ ବୋଲି ପଲିସିରେ ଉଲ୍ଲେଖ ଅଛି। ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଥିବା ବେଳେ ଆଗାମୀ ଦିନରେ ବିଶେଷତଃ ଓଡ଼ିିଶା ପାଇଁ କ’ଣ କରାଯାଇପାରିବ ସେ ନେଇ ଉଦ୍ୟମ କରାଯିବ। ଇସ୍ପାତ ବିଭାଗ ସହିତ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ରରେ ଇସ୍ପାତ ବିଭାଗର ଦାୟିତ୍ୱରେ ଥିଲେ। ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାରର ପ୍ରଶାସନିକ ଦାୟିତ୍ୱ ଇସ୍ପାତ ଓ ଖଣି ବିଭାଗରୁ ଆରମ୍ଭ କରିଥିଲେ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ , ଆଜିର ଆଲୋଚନାରେ ସାମୁଦ୍ରିକ ବାତ୍ୟା ‘ଫୋନି’ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଆକାଂକ୍ଷାକୁ ଭାରତ ସରକାର ପୂରଣ କରିବାର ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା। ସେହିପରି ଓଡ଼ିଆ ଲୋକଙ୍କ ସେବା କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଦାୟିତ୍ୱ ଅଛି। ସେହି ଦାୟିତ୍ୱଗଡ଼ିକୁ ଯେପରି ଅଧିକ ସମନ୍ୱୟ ଆଧାରରେ ପୂରଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଗଲା। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ(ସେଲ୍)ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top