Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ଉପରକୁ ଉଠୁଛି ଟିମ୍ ଇଣ୍ଡିଆ, ତଳକୁ ଖସୁଛି ପାକିସ୍ତାନ’

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର୍ ରଶିଦ୍ ଲତିଫ୍ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ସଲାମ୍ କରିଛନ୍ତି। ବିସିସିଆଇର ରଣନୀତି କାରଣରୁ ଆଜି ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଏପରିକି ୨୦୧୦ ପରଠାରୁ ଟିମ୍ ଇଣ୍ଡିଆ ଉପରକୁ ଉଠି ଚାଲିଥିବା ବେଳେ ପାକିସ୍ତାନ କ୍ରିକେଟର ସ୍ତର ଖସିବାରେ ଲାଗିଥିବା ଲତିଫ୍ କହିଛନ୍ତି।

ଏକ ୟୁଟ୍ୟୁବ୍ ଚ୍ୟାନେଲରେ ରଶିଦ୍ ଲତିଫ୍ କହିଛନ୍ତି ଯେ କାହିଁକି ଟିମ୍ ଇଣ୍ଡିଆ ଏତେ ସଫଳ ହୋଇ ପାରିଛି ଏବଂ ପାକିସ୍ତାନରେ ଏମିତି କ’ଣ ଅଭାବ ରହିଛି, ଯେଉଁକାରଣରୁ ସେମାନଙ୍କର ସ୍ତର ଲଗାତର ଖସୁଛି। ମାଇଁ ମାଷ୍ଟର୍ କ୍ରିକେଟ୍ କୋଚ୍ ନାମକ ୟୁଟ୍ୟୁବ୍ ଚାନେଲରେ ଲତିଫ୍ କହିଛନ୍ତି, ୨୦୧୦ ପରେ ଭାରତୀୟ ଟିମ୍ ଅନେକ ଉପରକୁ ଯାଇଛି, କିନ୍ତୁ ପାକିସ୍ତାନ ତଳକୁ ତଳକୁ ଖସୁଛି। ଆମର କୋଚମାନେ ଟେକନୋଲୋଜି ସହାୟତାରେ ଖେଳାଳି ଖୋଜିଲେ ନାହିଁ ବରଂ ଆମେ ସେମାନଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରୁଛୁ। ଆଇପିଏଲ୍ ସମ୍ପୂର୍ଣ୍ଣ ପରିସଂଖ୍ୟାନ ଆଧାରରେ ଚାଲୁଛି ଏବଂ ଏହି କାରଣରୁ ଭାରତରେ ପ୍ରତିଭା ଭରପୂର ବାହାରୁଛନ୍ତି। ଏହାବ୍ୟତୀତ ବିଦେଶୀ କୋଚ୍ ମଧ୍ୟ ଭାରତୀୟ ଖେଳାଳିଙ୍କର ଖୁବ୍ ସହାୟତା କରିଛନ୍ତି।
ବିସିସିଆଇକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଆଇପିଏଲ୍ ଭାରତୀୟ କ୍ରିକେଟ୍ ଟିମକୁ ଏକ ଅଲଗା ସ୍ତରରେ ପହଞ୍ଚାଇଛି। ଭାରତର ପୂର୍ବତନ ଖେଳାଳି ଓ ବିଦେଶୀ କୋଚଙ୍କଠାରୁ ଭାରତୀୟ ଖେଳାଳିମାନେ ବହୁତ କିଛି ଶିଖିଛନ୍ତି। ଯାହାକି ଭାରତ ଓ ପାକିସ୍ତାନ ମଧ୍ୟରେ ବଡ଼ ତଫାତ୍। ଆମେ ପୂର୍ବତନ ପାକିସ୍ତାନୀ ଖେଳାଳିଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଉଛୁ, ଯେଉଁମାନଙ୍କୁ ପିଏସଏଲର ଟିମ୍ ନିଜ ସହ ରଖୁ ନାହାନ୍ତି। ଏହାହିଁ ବଡ଼ ସମସ୍ୟା।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ପାଖରେ ପ୍ରତିଭାର ଭଣ୍ଡାର ରହିଛି ଏବଂ ସେମାନେ ଏକାସାଙ୍ଗରେ ଦୁଇ ଦେଶ ସହ ସିରିଜ୍ ଖେଳିବାକୁ ଯାଉଛି। ଭାରତର ଏକ ଟିମ୍ ଇଂଲଣ୍ଡ ଗସ୍ତରେ ଅଛି। ଅନ୍ୟପକ୍ଷରେ ସେମାନଙ୍କର ଆଉ ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବ। ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ତା’ର ବେଞ୍ଚ୍ ଷ୍ଟ୍ରେନ୍ଥର ଦମ୍ ଦେଖାଇଛି। ଆଗଧାଡ଼ିର ଖେଳାଳି ଆହତ ହେବା ସତ୍ତ୍ୱେ ଟିମ୍ ଇଣ୍ଡିଆ ୨-୧ରେ ଟେଷ୍ଟ ସିରିଜ୍ ଜିତିଲା। ଅଷ୍ଟ୍ରେଲିଆ ଗସ୍ତରେ ଶୁବମନ୍ ଗିଲ୍, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ୍ ଓ ଟି. ନଟରାଜନଙ୍କ ଭଳି ଖେଳାଳି ନିଜର ଦମ୍ ଦେଖାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top