Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଏଆଇସିସି ଚାପ ପରେ ରାଜ୍ୟ କଂଗ୍ରେସ ହରଡ଼ଘଣାରେ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାଙ୍କୁ ଲୋକସଭାରେ ପ୍ରାର୍ଥୀ କରିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ହରଡ଼ଘଣାରେ ପଡ଼ିଛି। ଅତିକମରେ ୫ଜଣ ମହିଳାଙ୍କ ନାଁ ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ଭାବେ ପଠାଇବାକୁ ଏଆଇସିସି ନିର୍ଦ୍ଦେଶ ଦେଇଛି। ଯଦି ପିସିସି ଏଭଳି ମହିଳାଙ୍କ ନାଁ ପଠାଇବାରେ ସକ୍ଷମ ନହେବ ତା’ହେଲେ ଏଆଇସିସି ନିଜଆଡ଼ୁ ୫ଜଣ ମହିଳା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବ ବୋଲି ସୂଚନା ଦେଇଛି।
ସୂଚନା ଅନୁସାରେ, ପିସିସି ପକ୍ଷରୁ ଏଆଇସିସିକୁ ପଠାଯାଇଥିବା ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ତାଲିକାରେ ମାତ୍ର ୨ଜଣ ମହିଳାଙ୍କ ନାଁ ରହିଛି। ଏବେ ବିଭିନ୍ନ ରାଜନୀତିକ ଦଳ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଉଥିବାରୁ କଂଗ୍ରେସ ମଧ୍ୟ ଏକ୍ଷେତ୍ରରେ ପଛରେ ରହିବାକୁ ଚାହୁଁନି। ତେଣୁ ୨୧ଟି ଲୋକସଭା ଆସନ ମଧ୍ୟରୁ ଅତିକମରେ ୫ଟି ଆସନ ପାଇଁ ସମ୍ଭାବ୍ୟ ମହିଳା ପ୍ରାର୍ଥୀଙ୍କ ନାଁ ପଠାଇବାକୁ ତାଗିଦ୍ କରିଛି। ଏଆଇସିସିର ଏଭଳି ନିଷ୍ପତ୍ତି ପରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ୧୭ତାରିଖରେ ପ୍ରକାଶ ପାଇବାରେ ଅନିଶ୍ଚିତତା ଦେଖାଦେଇଛି । ପିସିସି ଯଦି ଆସନ୍ତାକାଲି ସୁଦ୍ଧା ଏହି ତାଲିକା ନପଠାଏ ତା’ହେଲେ ଏଆଇସିସି ନିଜଆଡ଼ୁ ୧୮ କିମ୍ବା ୧୯ତାରିଖରେ ଓଡ଼ିଶାର ଲୋକସଭା ଆସନଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ମିଳିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ସୁଦ୍ଧା ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ପରେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସମ୍ଭାବ୍ୟ ମହିଳା ପ୍ରାର୍ଥୀଙ୍କ ତାଲିକା ଏଆଇସିସିକୁ ପଠାଇବ। ଯେଉଁ ସବୁ ଆସନରେ କଂଗ୍ରେସ ଦୁର୍ବଳ ରହିଛି ସେଠାରେ ମହିଳାଙ୍କୁ ପ୍ରାର୍ଥୀ କରି ଦଳ ନିଜର ‘କୋଟା’ ପୂରଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top