Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

‘ଏ ମାସ ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ତାଲିକା’

ଭୁବନେଶ୍ୱର(ଓଡ଼ିଶା ୱେୟାର):ଚଳିତମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ସଜବାଜ ହେଉଛି। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରରେ ଜଣକୁ ସରକାରୀ ଅବା ଘରୋଇ କମ୍ପାନୀରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇଛି।
ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳର ରଣକୌଶଳ ପ୍ରସ୍ତୁତ କରାଯାଇଛି। ଏଥିରେ ସବୁ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ସଭାପତି ଓ ବିରୋଧୀ ଦଳ ନେତାମାନେ ସାମିଲ ହୋଇଥିଲେ। ଏହି ବୈଠକରେ ଯୋଗ ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ଫେବୃୟାରୀ ମାସ ଶେଷ ସୁଦ୍ଧା ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଏନେଇ ପ୍ରକ୍ରିୟା ଜାରି ରହିଛି। ରାହୁଲ ଗାନ୍ଧି ମଧ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅବଶ୍ୟ ପ୍ରାର୍ଥୀ ତାଲିକା ଘୋଷଣାର ତାରିଖକୁ ନିରଞ୍ଜନ ଗତ ୨୦୧୮ ଅଗଷ୍ଟ ମାସରୁ ଗଡ଼ାଇ ଚାଲିଛନ୍ତି। ଅନ୍ୟପକ୍ଷରେ ନିରଞ୍ଜନ ଆଜି ନିଜର ଟ୍ୱିଟର ପେଜରେ ଓଡ଼ିଶାର ଭୋଟରମାନଙ୍କୁ ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇଛନ୍ତି। ନିରଞ୍ଜନ ନିଜ ଦଳର ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ କରିଛନ୍ତି ଯେ, ‘କଂଗ୍ରେସର ଗ୍ୟାରେଣ୍ଟି-ହସିବ ଓଡ଼ିଶା ମାଟ’। ତାଙ୍କ ଦଳ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରର ଜଣକୁ ନିଯୁକ୍ତି ଦେବ। ପ୍ରତ୍ୟେକ ପରିବାରକୁ ଜଣକୁ ସରକାରୀ କିମ୍ବା ବେସରକାରୀ ଚାକିରି ଯୋଗାଇ ଦିଆଯିବ। ସେହିପରି ସବୁ ପରିବାରକୁ ନିଶ୍ଚିତ ପାଇପ ଯୋଗେ ପାନୀୟ ଜଳ ସଂଯୋଗ, ଝିଅମାନଙ୍କୁ ମାଗଣା ଉଚ୍ଚଶିକ୍ଷା ଓ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ମହିଳାମାନଙ୍କ ଉପରେ ବଢ଼ୁଥିବା ହିଂସାକୁ ରୋକିବା ପାଇଁ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀ ନିଯୁକ୍ତି ଦେବ। ଉଲ୍ଲେଖଯୋଗ୍ୟ, କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ କୃଷି ଋଣ ଛାଡ଼ କରିବା ସହ ଚାଷୀଙ୍କ ଉପାର୍ଜନ ବୃଦ୍ଧି ଓ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୬୦୦ଟଙ୍କା କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top