Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଏଏସ୍ ସ୍ତରରେ ହେଲା ଅଦଳବଦଳ

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଆଜି ଅଦଳ ବଦଳ କରିଛନ୍ତି । କ୍ରୀଡ଼ା ଓ ଯୁବ ବିଭାଗର ଯୁଗ୍ମ ସଚିବ ଥିବା ଶୈଳେନ୍ଦ୍ର କୁମାର ଜେନା ମିଶନ ଶକ୍ତି ଯୁଗ୍ମ ସଚିବ ହୋଇଛନ୍ତି । ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ ହୋଇଛନ୍ତି ମମତା ବାରିକ । ସେ ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବଭାବେ କାର୍ଯ୍ୟ କରୁଥିଲେ । ସେହିପରି ମିଶନ ଶକ୍ତିର ଯୁଗ୍ମ ସଚିବ ଥିବା ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବଭାବେ ବଦଳି କରାଯାଇଛି ।

ପୁରୀ ଉପ ଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଉପ ସଚିବ ଥିବା ସୁରଜ କୁମାର ପଟ୍ଟନାୟକ ବରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଇଓ ହୋଇଛନ୍ତି ।ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପୂର୍ବତନ ଉପଜିଲ୍ଲାପାଳ ହେମସାଗର ଭୋଇ ଏବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଓ ପିଜି) ବିଭାଗରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି। ସୋହେଲାର ବିଡିଓ ଥିବା ସୁରେନ୍ଦ୍ର ମେହରଙ୍କୁ ସୁବର୍ଣ୍ଣପୁରର ଉପ ଜିଲ୍ଲାଭାବେ ନିଯୁକ୍ତି ମିଳିଛି । ଭୁବନେଶ୍ଵର ଉପଜିଲ୍ଲାପାଳ ହୋଇଛନ୍ତି ମନୋରଂଜନ ସାହୁ । ଯାଜପୁର ଅତିରିକ୍ତ ଉପ ଜିଲ୍ଲାପାଳ ଥିବା ମନୋରମା ଜାଲିଙ୍କୁ ଭୁବନେଶ୍ୱର ଏସଆଇଆରଡିର ଉପ ନିର୍ଦ୍ଦେଶକଭାବେ ବଦଳି କରାଯାଇଛି ।

ସେହିପରି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନରଥିବା ରାଜକିଶୋର ଜେନାଙ୍କୁ ପୁରୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଉପ ଜିଲ୍ଲାପାଳ ହୋଇଛନ୍ତି ସୁନୀଲ କୁମାର ମେହେର । ସେ ପୂର୍ବରୁ ବଲାଙ୍ଗୀର ତହସିଲଦାର ଭାବେ ନିଯୁକ୍ତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top