ଓଡ଼ିଆ ନବବର୍ଷରୁ ବଢ଼ିବ ତାତି, ପ୍ରବଳ ଗରମ ସହ ଅନୁଭୂତ ହେବ ଗୁଳୁଗୁଳି । ୫-୬ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ ସହ ଗୁଳୁଗୁଳି । କାଳବୈଶାଖୀ ଯୋଗୁଁ ବର୍ତ୍ତମାନ ପାଗ ଥଣ୍ଡା ରହିଥିବା ବେଳେ ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୫ ଡିଗ୍ରୀ ଡେଇଁପାରେ । ୧୭ ତାରିଖ ବେଳକୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା । କାଲିଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୧୭ ରୁ ୨୦ ତାରିଖ ପିକ୍ ସମୟ ରହିବ । ଦିନ ସହ ରାତି ତାପମାତ୍ରା ଅସ୍ତବ୍ୟସ୍ତ କରିବ । ଅସହ୍ୟ ପାଗ ଶରୀର ପାଇଁ ଘାତକ ହେବ । ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି ।


