ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ବଳପୂର୍ବକ ସିଂହଦ୍ୱାର ଦେଇ ପ୍ରବେଶ ଉଦ୍ୟମ ବେଳେ ବାରଣ କରିବାରୁ ସୃଷ୍ଟି ହୋଇଥିଲା ଉତ୍ତେଜନା। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ମଧ୍ୟ ଲୋକଙ୍କୁ ଆୟତ୍ତକୁ ଆଣିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି।


