ଭୁବନେଶ୍ୱର : ନିର୍ବାଚନକୁ ଦୃଷ୍ଟିରେ ରଖି ଓବିସି ଓ ଏସ୍ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ଟି ହଷ୍ଟେଲ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ହଷ୍ଟେଲରେ ମୋଟ ୧୦ହଜାର ଓବିସି ଓ ଏସ୍ଇବିସି ଛାତ୍ରଛାତ୍ରୀ ରହିବେ । ରାଜ୍ୟର ପ୍ରମୁଖ ୧୪ଟି ପ୍ରମୁଖ ଶିକ୍ଷାକେନ୍ଦ୍ରରେ ଏହି ହଷ୍ଟେଲଗୁଡ଼ିକ ପ୍ରତିଷ୍ଠା ହେବ ଓ ଏଥିପାଇଁ ରାଜ୍ୟ ସରକାର ମୋଟ ୧୮୫କୋଟି ଟଙ୍କା ବ୍ୟୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ରେ ଜଣାପଡ଼ିଛି ଯେ, ରାଜ୍ୟର ସରକାରୀ,ସରକାରୀ ଅନୁଦାନ ଓ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଯାହାଙ୍କ ଅଭିଭାବକଙ୍କ ବାର୍ଷିକ ଆୟ ୧ଲକ୍ଷ ଟଙ୍କାରୁ କମ୍ ହୋଇଥିବ, ସେମାନଙ୍କୁ ଏହି ହଷ୍ଟେଲରେ ରହିବାର ସୁବିଧା ମିଳିବ । ମେରିଟ୍ ଆଧାରରେ ଏହି ହଷ୍ଟେଲରେ ରହିବା ପାଛଁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ ।


