Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଓଡ଼ିଶାରେ ମିଳିତ ମେଣ୍ଟର ସରକାର ଚାଲିଛି : କେଜ୍ରିୱାଲ

ଭୁବନେଶ୍ୱର(ଓଡ଼ିଶା ୱେୟାର): “ଓଡ଼ିଶାରେ ମିଳିତ ମେଣ୍ଟର ସରକାର ଚାଲିଛି। ବିଜେପି ପକେଟରେ ବିଜେଡି ଅଛି ଆଉ ବିଜେଡି ପକେଟରେ କଂଗ୍ରେସ। ତେଣୁ କୌଣସି ବିରୋଧୀ ଦଳ ନାହିଁ, ମିଳିମିଶି ଏଠି ଓଡ଼ିଶାକୁ ଲୁଟ୍ କରୁଛନ୍ତି। ୫ବର୍ଷରେ ଥରେ ଲୋକଦେଖାଣିଆ ନିର୍ବାଚନ ଲଢ଼ି କିଏ କେତେ ସିଟ୍ ନେବ ତାହା ଭାଗବାଣ୍ଟି ନେଉଛନ୍ତି।” ଏଭଳି ଶାଣିତ ସ୍ୱରରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନବୀନ ପଟ୍ଟନାୟକ ସରକାରକୁ ସମାଲୋଚନା କରିଛନ୍ତି।
ଭୁବନେଶ୍ୱରର ଲୋୟର ପିଏମଜିରେ ‘ସାମାଜିକ ନ୍ୟାୟ ଅଭିଯାନ’ ବ୍ୟାନରରେ ଅନୁଷ୍ଠିତ ହୋଇଥିବା ଏକ ସମାବେଶକୁ ସମ୍ବୋଧିତ କରି କେଜ୍ରିୱାଲ ଆରମ୍ଭରୁ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ସମାଲୋଚନା କରିଥିଲେ। ସେ କହିଛନ୍ତି ଯେ ଓଡ଼ିଶାରେ ଖଣି ମାଫିଆଙ୍କ ଶାସନ ଚାଲିଛି। ଖଣି ମାଫିଆଙ୍କ କବଜାରେ ସରକାର ରହିଛି। ବିରୋଧୀ ଦଳ ନାହିଁ। ସମସ୍ତେ ମିଳିମିଶି ରାଜ୍ୟକୁ ଲୁଟିବାରେ ଲାଗିଛନ୍ତି। ଓଡ଼ିଶାବାସୀ ଚାହିଁଲେ ରାଜ୍ୟରେ ପରିବର୍ତ୍ତନ ଆସିପାରିବ।ଦିଲ୍ଲୀରେ ଯେଭଳି ପରିବର୍ତ୍ତନ ହୋଇଛି ତାହା ଓଡ଼ିଶାରେ ସମ୍ଭବପର ହେବ। କିନ୍ତୁ ଆମ ଆଦମୀ ପାର୍ଟି ଏଠି ନିର୍ବାଚନ ଲଢ଼ିବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟବାସୀ ନେବେ। ସେମାନେ ରାଜ୍ୟରେ ଖଣି ମାଫିଆଙ୍କ ଶାସନ ଚାହୁଁଛନ୍ତି ନା ଜନତାର ଶାସନ ଚାହୁଁଛନ୍ତି ତାହା ସ୍ଥିର କରିବା ସେମାନଙ୍କର ଦାୟିତ୍ୱ। ଓଡ଼ିଶାରେ ସ୍କୁଲ ଓ ହସ୍ପିଟାଲର ବିପର‌୍ୟ୍ୟସ୍ତ ସ୍ଥିତିକୁ ସମାଲୋଚନା କରି କେଜରିୱାଲ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ୨୦ବର୍ଷ ଧରି ଶାସନରେ ଥାଇ ମଧ୍ୟ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିପାରିନି। ଦିଲ୍ଲୀରେ ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥା କିଭଳି ଅଛି ତାହା ଦେଖିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଛନ୍ତି।
ସେହିପରି ଦିଲ୍ଲୀରେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ବିଦ୍ୟୁତ ୟୁନିଟ୍ ପିଛା ୧ଟଙ୍କାରେ ଉପଲବ୍ଧ କରାଉଛି। ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ନକରି ମଧ୍ୟ ମାତ୍ର ୧ଟଙ୍କାରେ ବିଦ୍ୟୁତ ଦେଉଥିବାବେଳେ ଓଡ଼ିଶାରେ ଏହି ଦର ୟୁନିଟ୍ ପିଛା ୫.୭୫ଟଙ୍କା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ ହେଉଛି, କିନ୍ତୁ ଦିଲ୍ଲୀରେ ବିଦ୍ୟୁତ ଉତ୍ପାଦନ ନହୋଇ ମଧ୍ୟ ସମଗ୍ର ଦେଶରେ ସବୁଠୁ ଶସ୍ତା ଦରରେ ଦିଲ୍ଲୀବାସୀ ବିଦ୍ୟୁତ ପାଉଛନ୍ତି।
ଦିଲ୍ଲୀରେ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାର ସ୍ତରରେ ଏଭଳି ସୁଧାର ଆସିଛି ଯେ ଏବେ ଅଭିଭାବକମାନେ ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ନିଜ ପିଲାଙ୍କ ନାଁ ଲେଖାଉଛନ୍ତି । ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲର ଫଳାଫଳ ମଧ୍ୟ ୧୦ ପ୍ରତିଶତ ଅଧିକ ହେଉଛି। ୪ବର୍ଷ ମଧ୍ୟରେ ଘରୋଇ ସ୍କୁଲର ଫି’ ବୃଦ୍ଧି ହୋଇନି ଆଉ ଶୀଲା ଦୀକ୍ଷିତ ସରକାର ସମୟରେ ଯେଉଁ ଘରୋଇ ସ୍କୁଲ ଫି ବୃଦ୍ଧି କରିଥିଲେ ତାକୁ ମଧ୍ୟ ଫେରସ୍ତ ଦେବା କାର୍ଯ୍ୟ ଦିଲ୍ଲୀ ସରକାର କରିଛି। ଘରୋଇ ସ୍କୁଲଗୁଡ଼ିକ ଆଉ ଲୁଟିବା ସମ୍ଭବପର ହେଉନି।
ସେହିପରି ଗତ ୭୦ବର୍ଷ ଧରି ଦେଶକୁ ରାଜନୀତିକ ଦଳଗୁଡ଼ିକ ଲୁଟ୍ କରିଥିବାରୁ ଦେଶର ବିକାଶ ସମ୍ଭବପର ହୋଇପାରିନି। ଭାରତ ପଛରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ସ୍ୱାଧୀନତା ଲାଭ କରିଥିଲେ ମଧ୍ୟ ଏବେ ସେଠାର ଅର୍ଥନୀତି ବେଶ୍ ସମୃଦ୍ଧ ବୋଲି ସେ କହିଛନ୍ତି। ତାଙ୍କ ସରକାର ଦଳିତ ଓ ଗରିବଙ୍କ କଲ୍ୟାଣ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଓଡ଼ିଶାରେ ଶାସନରେ ପରିବର୍ତ୍ତନ ଆଣିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ତାଙ୍କ ଭାଷଣରେ କଂଗ୍ରେସ ଉପରେ ବର୍ଷିର୍ଥିଲେ। ଜଣେ ଖଣି ମାଫିଆ ଏବେ କଂଗ୍ରେସର ରାଜ୍ୟ ସଭାପତି ହୋଇଛନ୍ତି ଓ ‘ପଟ୍ଟନାୟକ ଏନି ଟାଇମ୍ ମନି’ ପାଇବା ପାଇଁ ରାହୁଲ ଗାନ୍ଧି ତାଙ୍କୁ ରାତିଅଧିଆ ଦଳରୁ ବହିଷ୍କାର କରିଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରର ପରିବର୍ତ୍ତନ ହେବା ଜରୁରୀ ବୋଲି ସେ କହିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ଆମ୍ ଆଦମୀ ପାର୍ଟି ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର, ସାମାଜିକ ନ୍ୟାୟ ଅଭିଯାନର ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ନିଜର ମତ ରଖିଥିଲେ।
ଶ୍ରୀ କେଜ୍ରିୱାଲ ଆଜି ପୂର୍ବାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନରେ ନିଜ ଦଳୀୟ କର୍ମକର୍ତ୍ତା, ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାକ୍ଷାତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top