Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ଓଡ଼ିଶାରେ ୫୧% ଭୋଟ ସହ କ୍ଷମତାକୁ ଆସିବ’

ଭୁବନେଶ୍ୱର(ଓଡ଼ିଶା ୱେୟାର):ଆସନ୍ତା ନିର୍ବାଚନରେ ବିଜେପି ୫୧% ଭୋଟ୍ ସହ କ୍ଷମତାକୁ ଆସିବ ଓ ନିଶ୍ଚିତ ଭାବେ ଓଡ଼ିଶାରେ ସରକାର ଗଢ଼ିବ ବୋଲି ବିଜେପିର ସହପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି ।
୩ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ସହପ୍ରଭାରୀ ଶ୍ରୀ ତୋମାର କହିଛନ୍ତି ଯେ , ୧୮କୋଟି ସଦସ୍ୟଙ୍କୁ ନେଇ ବିଜେପି ବିଶ୍ୱର ସବୁଠୁ ବଡ଼ ଦଳ ଭାବେ ଛିଡ଼ା ହୋଇଛି । ଏଠି ସାଧାରଣ କର୍ମକର୍ତ୍ତା ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଓ ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସଭାଜନ ହୋଇପାରିଛି । ଓଡ଼ିଶାରେ ବିଜେପି ନିଜର ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା କାର୍ଯ୍ୟରେ ଲାଗିଛି । ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳଙ୍କୁ ରାଜନୀତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଇଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି । ଆମେ ହିଂସା ଓ ହତ୍ୟାରେ ଭୟଭୀତ ହେବୁ ନାହିଁ ।
ଗତ କିଛିଦିନ ମଧ୍ୟରେ ହୋଇଥିବା ନିର୍ବାଚନ ଓ ଉପନିର୍ବାଚନରେ ବିଜେପି ଦେଶରେ ବିଭିନ୍ନ ସ୍ଥାନରେ ବାଜିମାତ୍ କରିଛି । ତେଲେଙ୍ଗାନା ଉପନିର୍ବାଚନ, ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ୍ ନିର୍ବାଚନ, ଜାମ୍ମୁ କାଶ୍ମୀର ଡିସିସି ନିର୍ବାଚନ, ରାଜସ୍ଥାନର ପଂଚାୟତ ନିର୍ବାଚନ, ଗୁଜୁରାଟ ଓ ଉତ୍ତରପ୍ରଦେଶ, ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ସାଧାରଣ ଜନତା ଆଶୀର୍ବାଦ କରିଛନ୍ତି ।
ସେ କହିଥିଲେ ଯେ ଦେଶର ୯୫ ପ୍ରତିଶତ ଚାଷୀ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି । ବିଗତ ୧୫ବର୍ଷରେ କଂଗ୍ରେସର ୧୦ମୁଖ୍ୟମନ୍ତ୍ରୀ ଓ ୧୨ଟି ଏକ୍ସପର୍ଟ କମିଟି କୃଷି ବିଲରେ ସୁଧାର ଆଣିବା ଲାଗି ସୁପାରିସ କରିଥିଲେ । ୬୦ବର୍ଷ ଧରି କଂଗ୍ରେସ ସରକାର ୫୪ପ୍ରତିଶତ ଜମିରେ ଜଳସେଚନ ବ୍ୟବସ୍ଥା କରିପାରିନାହିଁ । ଶୀତଳ ଭଣ୍ଡାରରେ ନଥିବାରୁ ଦେଶରେ ୨୫ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହେଉଛି । କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ପୂର୍ବରୁ ସିଏଏ ଓ ଏବେ କୃଷକ ଆଇନକୁ ବିରୋଧ କରି କଂଗ୍ରେସ ଆନ୍ଦୋଳନ କରୁଛି ବୋଲି ତୋମାର କହିଛନ୍ତି ।
ଶ୍ରୀ ତୋମାର ଓଡ଼ିଶା ଗସ୍ତରେ ଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଆଜି ରାତିରେ ଭୁବନେଶ୍ୱରରେ ପହଂଚିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top