Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଡ଼ିଶାରେ ୫୯ଜଣ ବ୍ରିଟେନ ଫେରନ୍ତା, ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବ୍ରିଟେନରେ କୋଭିଡ ଭାଇରସ୍ ଏବେ ନୂଆ ରୂପରେ ଦ୍ରୁତଗତିରେ ସଂକ୍ରମିତ କରିବାକୁ ନେଇ ସରକାର ଚିନ୍ତାରେ ଥିବାବେଳେ ଡିସେମ୍ବର ୭ ତାରିଖ ପରଠୁ ୫୯ଜଣ ବ୍ୟକ୍ତି ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କୁ ସର୍ଭେଲାନ୍ସରେ ରଖିବା ସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ, ଆରଟି ପିସିଆର ଟେଷ୍ଟ ମଧ୍ୟ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଓ ଏନଏଚଏମ୍ ନିର୍ଦ୍ଦେଶିକା, ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରି ଡିସେମ୍ବର ୭ତାରିଖରୁ ବ୍ରିଟେନରୁ ଫେରିଥିବା ବ୍ୟକ୍ତିମାନଙ୍କୁ ବ୍ୟାପକ ସର୍ଭେଲାନ୍ସରେ ରଖିବା ସହ କୋଭିଡ୍ ଭାଇରସ୍ ଯେଭଳି ନବ୍ୟାପେ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପରାମର୍ଶରେ ବ୍ରିଟେନ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ଗତ ଦୁଇଦିନ ପୂର୍ବରୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର(ଏସଓପି) ଜାରି କରିଥିଲେ । ବ୍ରିଟେନ ଫେରନ୍ତାଙ୍କୁ ୧୪ଦିନିଆ ସଙ୍ଗରୋଧରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଡିସେମ୍ବର ୭ରୁ ଦିଲ୍ଲୀ ବିମାନ ବନ୍ଦର ଦେଇ ବ୍ରିଟେନକୁ ମୋଟ ୩୪୪୫ଜଣ ବ୍ୟକ୍ତି ଆସିଥିବାବେଳେ ସେଥିରେ ଓଡ଼ିଶାର ୫୯ଜଣ ରହିଛନ୍ତି । ଅବଶ୍ୟ ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପ୍ରାଧିକରଣଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଦିଆଯାଇଥିବା ବ୍ରିଟେନ ଫେରନ୍ତା ପାସେଞ୍ଜର ତାଲିକାରେ ଓଡ଼ିଶାର ମୋଟ ୬୧ଜଣଙ୍କ ନାଁ ରହିଛି । ମାତ୍ର ତାଲିକାରେ ୨ଜଣ ବ୍ୟକ୍ତିଙ୍କ ନାମ ଭୁଲବଶତଃ ଦୁଇଥର ଉଲ୍ଲେଖ ଥିବା ଜଣାପଡ଼ିଛି । ଓଡ଼ିଶା ଫେରିଥିବା ୫୯ଜଣଙ୍କ ମଧ୍ୟରେ ସର୍ବାଧିକ ଭୁବନେଶ୍ୱରର ୨୫ଜଣ, କଟକର ୬ଜଣ ଓ ବ୍ରହ୍ମପୁରର ୪ଜଣ ବ୍ୟକ୍ତି ବୋଲି ତାଲିକାରେ ଉଲ୍ଲେଖ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top