Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବିଜେଡି ଅଙ୍ଗୀକାରବଦ୍ଧ

ଭୁବନେଶ୍ୱର : ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବିଜେଡି ଅଙ୍ଗୀକାରବଦ୍ଧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଏବଂ ରାଜ୍ୟବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଯୋଗୁ ବିଜେଡି ସରକାର ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିପାରିଛି । ଏହା ନିଶ୍ଚିତ ଭାବେ ଓଡ଼ିଶାବାସୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ବିଜେଡି କହିଛି ।
ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣ କରିଛି । ଏହି ସଫଳତା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ବିଜେଡି ତରଫରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଉଛି । ନୂତନ ଶତାବ୍ଦୀର ଆରମ୍ଭରୁ ଓଡ଼ିଶାର ଏକ ନୂତନ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ଥିଲା ଓଡ଼ିଶାର ସାମଗ୍ରିକ ବିକାଶ ଏବଂ ତୃଣମୂଳ ସ୍ତରରେ ଲୋକ ସଶକ୍ତିକରଣକୁ ଆଧାର କରି ବିକାଶର ସୁଫଳ ସେମାନଙ୍କ ନିକଟରେ ପହଞ୍ଚାଇବା । ଏହି ବିକାଶର ଯାତ୍ରା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗକୁ ଆଗକୁ ଆହୁରି ଫଳପ୍ରଦ, ସଶକ୍ତ ଓ ଅର୍ଥପୂର୍ଣ୍ଣ ହେବାରେ ଲାଗିଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପକୁ ଆଜି ଦେଶ-ବିଦେଶରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହା ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର କାରଣ ହୋଇଛି । ଆଧୁନିକ ଓଡ଼ିଶାର ଇତିହାସକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ । ୨୦୦୦ ପୂର୍ବର ଓଡ଼ିଶା ଓ ୨୦୦୦ ପରର ଓଡ଼ିଶା । ୧୯୯୯ ମହାବାତ୍ୟା ପରେ ତକ୍ରାଳୀନ ସରକାରଙ୍କ ଉପରେ ଲୋକଙ୍କ ଆଶା ଭରସା ତୁଟିଯାଇଥିଲା । ସେତେବେଳକୁ ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ଥିଲା । ଶୂନ୍ୟ ରାଜକୋଷରୁ ଓଡ଼ିଶାକୁ ଏକ ପ୍ରଗତିପଥରେ ଆଗେଇ ନେବାରେ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱ ସମଗ୍ର ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଛି । ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ଉତ୍ତରଦାୟୀ ଓ କ୍ରିୟାଶୀଳ ସରକାର ଭାବରେ ବିଜେଡି ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ସାମାଜିକ କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତିର ବିକାଶ, ମହିଳା ସଶକ୍ତିକରଣ, ଯୁବ-ଛାତ୍ର ବିକାଶ, ବିପର୍ଯ୍ୟୟ ପରିଚାଳନା ଆଦି ବିକାଶର ଯେତେସବୁ ସୂଚକାଙ୍କ ଅଛି, ସବୁଥିରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାରେ ବିଜେଡି ସରକାର ଅମଳରେ ସାମାଜିକ ଓ ରାଜନୈତିକ ସ୍ଥିରତା ବଜାୟ ରହିଛି, ଯାହା ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିପାରିଛି । ବିଜୁ ଜନତା ଦଳ ସରକାର ଚତୁର୍ଥ ପାଳିରେ କ୍ଷମତାସୀନା ହେବା ପରେ ନିର୍ବାଚନ ଇସ୍ତାହାରକୁ ସରକାରଙ୍କ ସଂକଳ୍ପ ଭାବରେ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରିବାରେ ଲାଗିଛି । ଗତ ୪ବର୍ଷ ମଧ୍ୟରେ ଇସ୍ତାହାରରେ ଥିବା ସମସ୍ତ ପ୍ରତିଶ୍ରୁତିକୁ ପ୍ରାୟ ପୂରଣ କରିପାରିବା ବିଜେଡି ସରକାରଙ୍କ ବଡ଼ ସଫଳତା । ସଂଘୀୟ ଗଣତନ୍ତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଐତିହାସିକ ଅବିଚାର ଓ ଅନ୍ୟାୟ ବିରୋଧରେ ତା’ର ସ୍ୱର ତୀବ୍ର ଓ ଶାଣିତ କରିବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଦଳ ଆଗାମୀ ସମୟରେ ଲୋକଙ୍କର ସଂପୃକ୍ତି, ସହଯୋଗ ଓ ସଦିଚ୍ଛା ଆଧାରରେ ଓଡ଼ିଶାର ସେବା ଜାରି ରଖିବ ବୋଲି ବିଜେଡି କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top