Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଓଡ଼ିଶା ପ୍ରଭାରୀ ହେଲେ ଜିତେନ୍ଦ୍ର ସିଂହ, ବିଦା ହେବେ ପ୍ରସାଦ

ଗୋଷ୍ଠୀ କନ୍ଦଳ, ପଞ୍ଚାୟତ ନିର୍ବାଚନ ଓ ବିଜେପୁର ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ତଥା ବାରମ୍ବାର ରାଜ୍ୟ ନେତାଙ୍କ ଅଭିଯୋଗ ପରେ ଶେଷରେ କଂଗ୍ରେସ ପ୍ରଭାରୀ ବି .କେ ହରିପ୍ରସାଦ ବଦଳିଛନ୍ତି । ତାଙ୍କ ସ୍ଥାନରେ ରାଜସ୍ଥାନର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ମିଳିଛି । ଜିତେନ୍ଦ୍ର ହେଉଛନ୍ତି ରାହୁଲଙ୍କ ଟିମ୍‌ରେ ଯୁବ ଚେହେରା। ଓଡ଼ିଶା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହଟାଇବା ପାଇଁ ବିଧାୟକ ଗୋଷ୍ଠୀ ଦାବି କରିବାପରେ ଜିତେନ୍ଦ୍ର ସିଂହ ଓ ତାଙ୍କ ଟିମ୍‌ ଓଡ଼ିଶା ଆସିଥିଲେ। ଆଉ ରାହୁଲ ଗାନ୍ଧିଙ୍କୁ ରିପୋର୍ଟ ଦେଇଥିଲେ। ସେହି ଆଧାରରେ ତାଙ୍କୁ ଏହି ଦାୟିତ୍ୱ ମିଳିଥାଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ଦୂର କରିବା, ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜଭୁଦ କରିବା ଓ ଦଳ ଛାଡୁଥିବା ନେତାଙ୍କୁ ଦଳରେ ରଖିବା ଜିତେନ୍ଦ୍ରଙ୍କ ପାଇଁ ପ୍ରାଥମିକ ଭାବେ ବଡ଼ ଚ୍ୟାଲେଞ୍ଜ ହେବ। ସେପଟେ ହରିପ୍ରସାଦ ପରିବର୍ତ୍ତନ ପରେ ଏବେ ପ୍ରସାଦଙ୍କ ଭାଗ୍ୟକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି। ଏବେ ପ୍ରଶ୍ନ, ସତରେ କ’ଣ ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଧୁରିବ, ନା ହରିପ୍ରସାଦଙ୍କ ଭଳି ଇଏ ବି ଗୋଷ୍ଠୀ କନ୍ଦଳର ଅଡ଼ୁଆ ସୂତାରେ ଛନ୍ଦି ହୋଇ ଆକତାମାକତା ହେବେ। ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପାଇଁ ଓଡ଼ିଶା ସଂଗଠନ ନୂଆ ନୁହେଁ । ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ ସେ ଓଡ଼ିଶା ଆସି ଓଡ଼ିଶାରେ ସାଂଗଠନିକ ଦୁର୍ବଳତା ବାବଦରେ ପଚାରି ବୁଝିଛନ୍ତି। ବିଭିନ୍ନ ନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି । କିନ୍ତୁ ସଭାପତି ପ୍ରସାଦଙ୍କ ସହ ତାଙ୍କ ସମ୍ପର୍କ ଉତ୍ତମ ନୁହେଁ ଯେଉଁ ଭଳି ପୂର୍ବତନ ପିସିସି ପ୍ରଭାରୀ ବିକେ ହରିପ୍ରସାଦଙ୍କ ସହ ଥିଲା। ଏଣୁ ପ୍ରସାଦ ବିପଦରେ ବୋଲି କହିବା ନିଶ୍ଚିତ । ରାଜନୀତିକ ସମୀକ୍ଷକଙ୍କ ମତରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ଏମିତି ପରିସ୍ଥିତି ସୃଷ୍ଟି ହୋଇପାରେ ଯାହାକୁ ପ୍ରସାଦ ଆଉ ସମ୍ମୁଖୀନ ହୋଇପାରିବେ ନାହିଁ । ଏଣୁ ସେ ମନକୁ ମନ ଇସ୍ତଫା ଦେବେ । ନହେଲେ ଏଥିପାଇଁ ବାଧ୍ୟ ହୋଇପାରନ୍ତି । ଯେହେତୁ ପ୍ରସାଦଙ୍କ ରାଜନୀତିକ ସଂଗଠନ ସୃଷ୍ଟି ଓ ସଜଡ଼ା ଉପରେ ଘୋର ସନ୍ଦେହ ରହିଛି ତାଙ୍କୁ କଂଗ୍ରେସର ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ମଧ୍ୟ ଦିଆଯାଇପାରେ । ଏଣୁ ସେ ଏଥର ଟିକେଟ୍‍ ବି ନପାଇପାରନ୍ତି । କିନ୍ତୁ କଂଗ୍ରେସରେ ପ୍ରାର୍ଥୀ ସଙ୍କଟ ହେବାକୁ ଥିବାରୁ ଯଦି ସେ ଟିକେଟ୍‍ ପାଇଁ ୨୦୧୯ ନିର୍ବାଚନ ଲଢ଼ିବେ ତେବେ ଅମାନତ ହରାଇବେ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ କହୁଛନ୍ତି । ରାହୁଲ୍‍ଙ୍କ ଏହି ଯୁବାବାହିନୀରେ ଓଡ଼ିଶାକୁ ଜଣେ ଯୁବ କଂଗ୍ରେସ ସଭାପତି ମିଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ତାଲିକାରେ ଆଗୁଆ ରହିଛନ୍ତି ପ୍ରଦୀପ ମାଝି । ହେଲେ ଉପକୂଳ ଲବି ଆଗରେ ସେ ଚିତ୍‍ପଟାଙ୍ଗ ହୋଇପାରନ୍ତି ବୋଲି ମଧ୍ୟ ଆଶଙ୍କା ସୃଷ୍ଟି ହେଉଛି । କିନ୍ତୁ ଏହ ସ୍ପଷ୍ଟ ଯେ, ନିରଞ୍ଜନ, ଭକ୍ତଙ୍କ ଭଳି ବୟସ୍କଙ୍କ ଯୁଗ କଂଗ୍ରେସରୁ ଲୋପ ପାଇବ । ସେପଟେ କଂଗ୍ରେସ ଆପଣେଇଛି ନୂଆ ଫର୍ମୁଲା। ସାଧାରଣ ନିର୍ବାଚନ ପୂର୍ବରୁ କିଏ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ସେନେଇ ଏବେଠୁ ପ୍ରାର୍ଥୀ ଚୟନ ଆରମ୍ଭ କରିଛି। ମାଲକାନଗିରି ଜିଲ୍ଲା କାଲିମେଳାରେ ଚାଲିଛି କର୍ମୀ ସମ୍ମିଳନୀ। ଆଉ ସର୍ବସମ୍ମତି କ୍ରମେ ମାଲା ମାଢୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। ଏହା ପରେ ଚିତ୍ରକୋଣ୍ଡା ଓ ଅନ୍ୟାନ୍ୟ ନିର୍ବାଚନମଣ୍ଡଳୀରେ ଦଳ ଆଗୁଆ ପ୍ରାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି। ତେବେ ଏହି ଫର୍ମୁଲା ପ୍ରଦୀପଙ୍କ ସଂସଦୀୟ କ୍ଷେତ୍ର ପାଇଁ ନା ସବୁ ନିର୍ବାଚନମଣ୍ଡଳୀରେ ଲାଗୁ ହେବ ତାହା ବଡ ପ୍ରଶ୍ନ ହୋଇ ଠିଆ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top