Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଓଡ଼ିଶା ରାଜ୍ୟପାଳ ଶପଥ ନେଲେ ସତ୍ୟ ପାଲ୍ ମଲିକ୍

ଭୁବନେଶ୍ୱର : ବିହାର ରାଜ୍ୟପାଳ ସତ୍ୟ ପାଲ୍ ମଲିକ୍ ବୁଧବାର ସନ୍ଧ୍ୟାରେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନର ଅଭିଷେକ ହଲ୍ ଆୟୋଜିତ ଏକ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନିତ୍ ଶରନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ୨୦ତାରିଖରେ ରାଜ୍ୟପାଳ ଭାବେ ଡଃ ଏସ୍.ସି.ଜମିରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟପାଳ ଦାୟିତ୍ୱ ତୁଲାଇବା ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ।ଭୁବନେଶ୍ୱର : ବିହାର ରାଜ୍ୟପାଳ ସତ୍ୟ ପାଲ୍ ମଲିକ୍ ବୁଧବାର ସନ୍ଧ୍ୟାରେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନର ଅଭିଷେକ ହଲ୍ ଆୟୋଜିତ ଏକ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭିନିତ୍ ଶରନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ୨୦ତାରିଖରେ ରାଜ୍ୟପାଳ ଭାବେ ଡଃ ଏସ୍.ସି.ଜମିରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟପାଳ ଦାୟିତ୍ୱ ତୁଲାଇବା ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ବିମାନରେ ଓଡ଼ିଶାରେ ପହଞ୍ôଚବା ପରେ ତାଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ସେ ସିଧାସଳଖ ରାଜଭବନ ଆସିଥିଲେ । ରାଜଭବନରେ ତାଙ୍କୁ ଗାର୍ଡ ଅଫ୍ ଅନ୍ର ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବାଚସ୍ପତି ଶ୍ରୀ ଅମାତ୍, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ସମେତ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଓଡ଼ିଶାରେ ସ୍ଥାୟୀ ରାଜ୍ୟପାଳ ନିଯୁକ୍ତି ପର୍ଯ୍ୟନ୍ତ ଶ୍ରୀ ମଲ୍ଲିକ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ । ବୁଧବାର ଶ୍ରୀ ମଲ୍ଲିକଙ୍କ ଶପଥ ଗ୍ରହଣ ସମାରୋହ ଅବସରରେ ବାଚସ୍ପତି ଶ୍ରୀ ଅମାତ୍ କହିଛନ୍ତି ଯେ, ଆଜି ଦାୟିତ୍ୱ ନେଇଥିବା ନୂଆ ରାଜ୍ୟପାଳଙ୍କୁ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି । ସେହିପରି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ, ଯିଏବି ନୂଆ ରାଜ୍ୟପାଳ ଆସନ୍ତୁ ତାଙ୍କୁ ସ୍ୱାଗତ କରିବା ଆମର କର୍ତ୍ତବ୍ୟ ।  ରାଜନୀତିରୁ ଊଦ୍ଧ୍ୱର୍ରେ ରହି ସମ୍ବିଧାନର କିଭଳି ସୁରକ୍ଷା ହେବ ଓ ସମ୍ବିଧାନ ଅନୁସାରେ ଆଇନର ଶାସନ ଚାଲିଛି କି ନାହିଁ ତାହା ସେ ଦେଖିବେ । ଓଡ଼ିଶାରେ ବିଶେଷକରି ସିଡ୍ୟୁଲ ଏରିଆ ଉପରେ ରାଜ୍ୟପାଳ ସ୍ୱତନ୍ତ୍ର ଭାବେ ସାମାଜିକ ଓ ଅର୍ଥନୀତିକ ବିକାଶ ପ୍ରତି ଦୃଷ୍ଟି ଦେବେ । ଅନ୍ୟପକ୍ଷରେ ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୂଆ ରାଜ୍ୟପାଳ ଶ୍ରୀ ମଲ୍ଲିକ ଆସନ୍ତାକାଲି ମଧ୍ୟ ଭୁବନେଶ୍ୱରରେ ରହିବେ । କାର୍ଯ୍ୟକାଳ ସରିଥିବା ରାଜ୍ୟପାଳ ଡଃ ଜମିର ୨୪ କିମ୍ବା ୨୫ତାରିଖରେ ଓଡ଼ିଶା ଛାଡ଼ିବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top