Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କଂଗ୍ରେସର ନିର୍ବାଚନ ଇସ୍ତାହାର: ପ୍ରତିଶ୍ରୁତିରେ ପୋତିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର) : ଏଥର ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଘୋଷଣା କରାଯାଇଛି । ଏଥିରେ ଦଳ ପ୍ରତିଶ୍ରୁତିରେ ପୋତି ପକାଇଛି । ଚାଷୀଙ୍କ ଋଣଛାଡ଼, ଗରିବଙ୍କୁ ମାସିକ ୬୦୦୦ ଟଙ୍କା ଆୟ ଓ ବେକାରୀଙ୍କୁ ୩୦୦୦ ଟଙ୍କା ଭତ୍ତା, ଝିଅମାନଙ୍କୁ ମାଗଣାରେ ସବୁ ପ୍ରକାର ଶିକ୍ଷାଠୁ ଆରମ୍ଭ କରି ଅନେକ ଆକର୍ଷଣୀୟ ଲୋଭ ଭୋଟରଙ୍କୁ ଦେଖାଇଛି । ଆଜି ଦଳ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି ।

• ଏଥିମଧ୍ୟରେ ରହିଛି ‘ନ୍ୟାୟ’ ଯୋଜନାରେ ପ୍ରତି ଗରିବ ପରିବାରଙ୍କୁ ମାସିକ ୬ ହଜାର ଟଙ୍କାର ସହାୟତା । ଯଦି ଓଡିଶାରେ କଂଗ୍ରେସ ସରକାର ଗଢେ ତେବେ ଗରିବ ଲୋକଙ୍କ ମାସିକ ୬ ହଜାର ଟଙ୍କା ଲେଖାଏଁ ଆୟର ଗ୍ୟାରେଂଟି ଦିଆଯିବ । ଆଉ ଏହି ଟଙ୍କା ଗରିବ ପରିବାରର ମହିଳାଙ୍କ ଖାତାରେ ଜମା କରିବ ଦଳ ।

• ସେହିପରି ପ୍ରତି ପରିବାରକୁ ସରକାରୀ ହେଉ ଅବା ବେସରକାରୀ ହେଉ, ଯୁବକମାନଙ୍କ ନିଯୁକ୍ତି ଦିଆଯିବ ।

• ଚାକିରି ଆରମ୍ଭର ବୟସ ସୀମାକୁ ମଧ୍ୟ ବୃଦ୍ଧି କରାଯିବ ।

• ଯେପର୍ଯ୍ୟନ୍ତ ସେ ଚାକିରି ପାଇନାହାଁନ୍ତି, ଯୁବକମାନଙ୍କୁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ ।

• ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ ।

• ୨୦୨୪ ସୁଦ୍ଧା ସମସ୍ତଙ୍କୁ ଘର ଓ ଭୂମି ଦେବାକୁ ବି ପ୍ରତିଶ୍ରୃତି ଦେଇଛି କଂଗ୍ରେସ ।

• ମହିଳା ସଶକ୍ତିକରଣ ପାଇଁ ପାର୍ଲାମେଂଟ, ବିଧାନସଭା ଓ ସମସ୍ତ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଇସ୍ତାହାରରେ କହିଛି କଂଗ୍ରେସ ।

• ସେହିଭଳି ୬ ମାସ ଭିତରେ ଚିଟଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଯିବ ।

• ମନରେଗାକୁ ୧୫୦ ଦିନ ବଢାଯିବ ।

• ୨୦୨୪ ସୁଦ୍ଧା ସମସ୍ତ ଗାଁ ଓ ସହରାଂଚଳ ବାସିନ୍ଦାଙ୍କୁ ପିଇବା ପାଣି ଦିଆଯିବ ।
• ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୯ ହଜାର ଟଙ୍କାର ମାସିକ ଦରମା ବଢାଇବାକୁ ବି ପ୍ରତିଶ୍ରୃତି ଦେଇଛି କଂଗ୍ରେସ ।

• ମହିଳାଙ୍କୁ ମାଗଣ ଶିକ୍ଷା ଓ ଗରିବ ପରିବାରକୁ ବିବାହ ପାଇଁ ଆର୍ଥିକ ସହାୟତା ଦେବାକୁ ବି କଂଗ୍ରେସ ପ୍ରତିଶ୍ରୃତି ଦେଇଛି । ସେହିଭଳି ଦ୍ୱାଦଶ ଯାଏଁ ମହିଳାମାନଙ୍କୁ ମାଗଣା ଶିକ୍ଷା। ମହିଳାମାନଙ୍କ ବୈଷୟିକ ଶିକ୍ଷା ପାଇଁ ସରକାରୀ କଲେଜରେ ମାଗଣା ଶିକ୍ଷାଦାନ। ବାହାଘର ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ମହିଳାମାନଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରି ନିଆଯିବ।

• ଚାଷୀମାନଙ୍କ ପାଇଁ କଂଗ୍ରେସ ଇସ୍ତାହାରରେ ରହିଛି କି, ଯଦି କଂଗ୍ରେସ ସରକାର ଗଢେ ତେବେ ଚାଷୀଙ୍କ ଋଣ ଛାଡ କରାଯିବ । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ଚାଷ ପାଇଁ ବ୍ୟବହୃତ ବିଦ୍ୟୁତକୁ ଛାଡ କରାଯିବ । ଯେଉଁଠି ମହିଳା ଚାଷୀ ଥିବେ ତାଙ୍କୁ ମାଗଣାରେ ଦିଆଯିବ ।

• ଯେଉଁ ଚାଷୀମାନେ ଋଣ ଫେରାଇ ଦେଇଛନ୍ତି, ସେମାନଙ୍କର ଟଙ୍କା ଫେରସ୍ତ କରିଦିଆଯିବ । ଏହାବ୍ୟତୀତ ସୋଲାର ପମ୍ପ ଚାଷୀ ମାନଙ୍କୁ ଦିଆଯିବ ।

• ବାର୍ଦ୍ଧକ୍ୟ ପେନ୍‌ସନ୍‌ ୧୫୦୦ ଟଙ୍କା ଦିଆଯିବ। ବିଧବା ଓ ଅସହାୟ ପେନ୍‌ସନ୍‌ ରାଶି ୨୦୦୦ ଟଙ୍କା କରାଯିବ। ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ମଧ୍ୟ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବ।

• ଏହାଛଡା ୩ ବର୍ଷ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ବର୍ଷକୁ ଅନ୍ୟାନ୍ୟ ଚାଷ କାମ କରିବା ପାଇଁ ଆର୍ଥିକ ସହାୟତା ଦିଆଯିବ ।

• ଧାନର ଏମଏସପି ମୂଳ ତଥା ୨ହଜାର ୬୦୦ଟଙ୍କାରେ ଚାଷୀମାନଙ୍କଠାରୁ କିଣିଯିବ । ମୀନାଥମ କମିଟିକୁ ଦଳ ଗ୍ରହଣ କରିବ । ଏବଂ ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ ଦେବୁ ।

• ସ୍ୱାମୀନାଥନ କମିଟିକୁ ଦଳ ଗ୍ରହଣ କରିବ । ଏବଂ ଧାନ ବ୍ୟତୀତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ଗୁରୁତ୍ୱ ଦେବୁ ।

• ସମସ୍ତ ପ୍ରାଥମିକ ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକର ନିଦାନ, ଅସ୍ତ୍ରୋପଚାର ଆଦି ମାଗଣାରେ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top