Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଂଗ୍ରେସ ସମର୍ଥନ କଲେ ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରାସ୍ତବ ଆଣିବୁ: ଜୟନାରାୟଣ

ଭୁବନେଶ୍ୱର (ଓଡ଼ିଶା ୱେୟାର):‘ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ୨୫ ସଦସ୍ୟଙ୍କ ସମର୍ଥନ ଲୋଡ଼ା। ଗୃହରେ ଆମର ୨୨ ଜଣ ସଦସ୍ୟ ଅଛନ୍ତି। ଯଦି କଂଗ୍ରେସ ଆମକୁ ସହଯୋଗ କରିବ, ତା’ହେଲେ ଦୁଇ ଦଳ ମିଶି ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବୁ।’ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର‌୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି କଥା କହିଛନ୍ତି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।

ଗତକାଲି ବିଧାନସଭାରେ ବିଲ୍ ପାରିତ ହେବା ବେଳେ ବିରୋଧୀ ଦଳ ନେତାଙ୍କୁ ବାଚସ୍ପତି କହିବାକୁ ନଦେବା ଓ ଚପଲ ଫିଙ୍ଗା ଘଟଣାରେ ୩ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯିବା ପ୍ରତିବାଦରେ ରାତିସାରା ଧାରଣାରେ ଦେବା ପରେ ଆଜି ସକାଳେ ବିଜେପି ବିଧାୟକମାନେ ଏହି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।

ଏଥିରେ ଜୟନାରାୟଣ ମିଶ୍ର ବାଚସ୍ପତିଙ୍କ ପୋଡିୟମକୁ ଚପଲ ଫିଙ୍ଗା ଘଟଣାକୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବାଚସ୍ପତି ବାଧ୍ୟ କରିଛନ୍ତି। ରକ୍ତମାଂସର ଶରୀର କେତେ ସହିବ। ବିଧାନସଭା ଯେଉଁ ଭଳି ଭାବେ ଚାଲିଛି, ତାକୁ ସେମିତି ମୃତବତ୍ ଦେଖି ରହିପାରିବୁ ନାହିଁ। ଯଦି ବିଧାନସଭାରେ ତର୍କ ହେବନି, ମନ୍ତ୍ରୀ ଯାହା କହିବେ ତାହା ତଳସ୍ତରରେ କାର‌୍ୟ୍ୟକାରୀ ହେବନି, ତା’ହେଲେ ବିଧାନସଭାକୁ ଚଲାଇବା କ’ଣ ଦରକାର ଅଛି?

ସେ କହିଛନ୍ତି, ଯେତେବେଳେ ଗୃହ ବିଭାଗ ଓ ଖଣି କଥା ଉଠୁଛି ସରକାର କାହିଁକି ଏହାଠୁ ଦୂରେଇ ଯାଉଛନ୍ତି। କାହିଁକି ସରକାର ଏ ବିଷୟରେ ଆଲୋଚନା କରିବାକୁ ପଛ ଘୁଞ୍ଚା ଦେଉଛନ୍ତି। ପରୀ ହତ୍ୟା କଥା ଉଠିବାରୁ ମାସେ ପୂର୍ବରୁ ବିଧାନସଭା ଅଧିବେଶନକୁ ମୁଲତବୀ ଘୋଷଣା କରି ଦେଇଥିଲେ। ଏବେ ଖଣି କଥା ଉଠାଇବାରୁ ୫ଟି କାର‌୍ୟ୍ୟ ଦିବସ ବାକି ଥାଇ ଆଗୁଆ ବିଧାନସଭା ଅଧିବେଶନକୁ ଶେଷ କରି ଦେଲେ।

ଶ୍ରୀ ମିଶ୍ର କହିଛନ୍ତି ଯେ ଗତକାଲି ବିଧାନସଭାରେ ଘଟିଥିବା କାର‌୍ୟ୍ୟ ନିନ୍ଦନୀୟ ହୋଇପାରେ। କିନ୍ତୁ ସେ ଏଥିପାଇଁ ଆଦୌ ଦୁଃଖିତ ନୁହନ୍ତି। ଯଦି ଏହା ଓଡ଼ିଶାବାସୀଙ୍କ ମନରେ ଆଘାତ ଦେଇଥିବ, ତା’ହେଲେ ବିନା ଦ୍ୱିଧାରେ ସେ ସେମାନଙ୍କୁ କ୍ଷମା ପ୍ରାର୍ଥନା କରିନେବେ। କିନ୍ତୁ ବାଚସ୍ପତିଙ୍କୁ କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ।

ଏହା ସହିତ କାହିଁକି ସେମାନଙ୍କ ବିରୋଧରେ (ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ ଜୟନାରାୟଣ ମିଶ୍ର) କାର‌୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ବାଚସ୍ପତି ପକ୍ଷ ରଖିବାକୁ ସୁଯୋଗ ଦେଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି।

ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଉପସ୍ଥିତ ରହି କହିଥିଲେ, ବିଧେୟକ ପାରିତ ହେଲାବେଳେ ବିଧାୟକଟିଏ କହିବାକୁ ଚାହୁଁଥିଲେ ତାକୁ ସୁଯୋଗ ଦିଆଯିବା କଥା। ମାତ୍ର ଦୁଇଟି ବିଲ୍ ପାରିତ ହୋଇଗଲା, କିନ୍ତୁ ମୋତେ କହିବାକୁ ସୁଯୋଗ ଦିଆଗଲା ନାହିଁ। ବିରୋଧୀ ଦଳ ନେତା ଭାବେ ମୁଁ ଛିଡ଼ା ହୋଇ ରହିଥିଲେ ମଧ୍ୟ ବାଚସ୍ପତି ଅନାଇ ନଥିଲେ। ଆମ ଦଳର ବିଧାୟକମାନଙ୍କ ଅନୁରୋଧ ସତ୍ତ୍ୱେ ବାଚସ୍ପତି ଆମ ଆଡ଼େ ଦେଖିଲେ ନାହିଁ। ତେଣୁ କିଏ ଇୟରଫୋନ୍ ଫିଙ୍ଗିଲେ ତ କିଏ ପେନ୍ ଫିଙ୍ଗିଲେ। ଆଉ ଏଥିପାଇଁ କେବଳ ବାଚସ୍ପତି ଦାୟୀ। ସେ ବିଜେଡିର ଖେଳଣା ଭଳି କାମ କରୁଛନ୍ତି। ପୁଣି ଏ ଘଟଣାରେ କାର‌୍ୟ୍ୟାନୁଷ୍ଠାନ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ପକ୍ଷ ରଖିବାକୁ ବାଚସ୍ପତି ସୁଯୋଗ ଦେଲେ ନାହିଁ।

ବିରୋଧୀ ଦଳ ନେତା କହିଛନ୍ତି, ଯେଉଁ ବିଲ୍ ଗୃହରେ ପାରିତ ହୋଇଛି, ତାକୁ ପୁର୍ନବିଚାର କରିବାକୁ ଗୃହକୁ ଫେରାଇ ଦେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top