Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କମିଲା କମର୍ସିଆଲ ଗ୍ୟାସ୍ ଦର

ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ଆର୍ଥିକ ବର୍ଷ 2024-25 ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଅପ୍ରେଲ ପହିଲାରୁ କମିଲା ଏଲପିଜି ଦର । ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର । ଏହି ଦର ହ୍ରାସ ବ୍ୟବସାୟିକ ସିଲିଣ୍ଡର ଉପରେ ହୋଇଛି, କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି । ୩୦ ଟଙ୍କା ୫୦ ପଇସା ଦର କମିଛି । ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି । ସରକାରୀ ତୈଳ କମ୍ପାନୀ ଗୁଡିକ ଦେଇଥିବା ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୩୦ ଟଙ୍କା ହ୍ରାସ ପାଇ ୧୭୬୪.୫୦ ଟଙ୍କା ରହିଛି । ଏହା ପୂର୍ବରୁ ସିଲିଣ୍ଡର ଦର ୧୭୯୫ ଟଙ୍କା ରହିଥିଲା ।

ସେହିପରି କୋଲକାତାରେ ୩୨ ଟଙ୍କା ହ୍ରାସ ପାଇ ୧,୮୭୯ ଟଙ୍କା ରହିଛି । ମୁମ୍ବାଇରେ ୩୧.୫୦ ଟଙ୍କା ହ୍ରାସ ପାଇ ୧,୭୧୭.୫୦ ଟଙ୍କା ଓ ଚେନ୍ନାଇରେ ୩୦ ଟଙ୍କା ହ୍ରାସ ପାଇ ୧,୯୩୦ ଟଙ୍କାକୁ ଖସି ଆସିଛି କମର୍ସିଆଲ ସିଲିଣ୍ଡର ଦର ।

ଗତ ମାର୍ଚ୍ଚ ୧ ତାରିଖରେ ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ୫୦ ପଇସା ବୃଦ୍ଧି କରିଥିଲେ । କିନ୍ତୁ ଆଜି ମୂଲ୍ୟ ହ୍ରାସ ହେତୁ ଗ୍ରାହକ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top