କେନ୍ଦୁଝର (ଓଡ଼ିଶା ୱେୟାର):
କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତର କୃଷ୍ଣଚନ୍ଦ୍ର ମାଝୀ କରୋନାରେ ସଂକ୍ରମିତ ହୋଇ ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ଆଡମିସନ ହେବାର ୨ ଦିନ ପରେ ଅର୍ଥାତ ଗତ ମାସ ୧୮ ତାରିଖ ରାତି ୧୧ଟାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସେ ସାଙ୍ଗରେ ଆଣିଥିବା ମୋବାଇଲ ଫୋନ ଏବଂ ବେକରେ ପିନ୍ଧିଥିବା ଚେନ୍ ମୃତ୍ୟୁ ପରେ ଗାଏବ ହୋଇ ଯାଇଥିଲା।
ଏ ସଂପର୍କରେ କୃଷ୍ଣଚନ୍ଦ୍ରଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ କେନ୍ଦୁଝର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟାଉନ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କୋଭିଡ ହସ୍ପିଟାଲର ଜଣେ କର୍ମଚାରୀ ରାହୁଲ ପ୍ରଧାନ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କ ସହିତ ମିଶି ମୃତକଙ୍କ ସୁନା ଚେନ, ମୋବାଇଲ ଫୋନ ଓ ନଗଦ ଟଙ୍କା ଚୋରି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।


