
ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା କ୍ୟାଡ଼ରର ୩ଜଣ ଆଇପିଏସ୍ ଅଫିସରଙ୍କୁ ରାଜ୍ୟ ସରକାର ଆଜି ନୂଆ ନିଯୁକ୍ତି ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଗ୍ରବାଦନିରୋଧ ପ୍ରଶିକ୍ଷଣ ସମାପ୍ତ କରିବାପରେ ୨୦୧୮ ବ୍ୟାଚର ୩ଜଣ ଆଇପିଏସଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ମିଳିଛି ।
୨୦୧୮ ବ୍ୟାଚ୍ ଆଇପିଏସ୍ ଜି. ଅବିଳାଶଙ୍କୁ ମାଲକାନଗିରି ଜିଲ୍ଲା ଅତିରିକ୍ତ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ତାଙ୍କ ବ୍ୟାଚର ନୀତେଶ ୱାଧୱାନିଙ୍କୁ ତାଳଚେର ଅତିରିକ୍ତ ଏସପି ଓ ଆଇପିଏସ୍ ସୁଶ୍ରୀଙ୍କୁ କେସିଙ୍ଗା ଏସଡିପିଓ ଭାବେ ଅବସ୍ଥାପିତ କରାଯାଇଛି । ଏହି ସମସ୍ତ ୩ଜଣ ଆଇପିଏସ୍ ଚନ୍ଦକାସ୍ଥିତ ଏସଓଜି ପ୍ରଶିକ୍ଷଣ କେନ୍ଦ୍ରରେ ଉଗ୍ରବାଦନିରୋଧ ଉପରେ ପ୍ରଶିକ୍ଷଣ ନେଉଥିଲେ ।


