ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଆଜି ଭାରତ ସରକାର ଘରୋଇ ବିମାନ ଯାତ୍ରା ବେଳେ ମିଳୁଥିବା ଖାଦ୍ୟ ଉପରେ କଟକଣା ଲଗାଇଛନ୍ତି। ଯେଉଁ ବିମାନ ଗୁଡ଼ିକ ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସେବା ଯୋଗାଉ ଥିବ, ସେମାନେ ହିଁ ବିମାନ ମଧ୍ୟରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ପାରିବେ କିମ୍ବା ବିକ୍ରି କରିପାରିବେ।
ହେଲେ ଦୁଇ ଘଣ୍ଟାରୁ କମ ସମୟ ବିମାନ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଲୋକଙ୍କୁ ଖାଦ୍ୟ ଯୋଗାଣ କିମ୍ବା ବିକ୍ରି କରିପାରିବେ ନାହିଁ। ଆଜି ସମସ୍ତ ଘରୋଇ ବିମାନ ଗୁଡ଼ିକୁ ଭାରତ ସରକାର ଏ ସମ୍ପର୍କରେ ଜଣାଇ ଦେଇଛନ୍ତି। ଘରୋଇ ବିମାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବାରେ ଏହା ଲାଗୁ ହେବନି।


