Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କର୍ମଚାରୀଙ୍କୁ ଦରମା ଦେବାର ବାଟ ଫିଟିଲା

ଭୁବନେଶ୍ୱର : ୧୫ଦିନ ବିତିଯାଇଥିଲେ ବି ମାର୍ଚ୍ଚ ମାସର ଦରମା ପାଇନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆଜି ରାଜ୍ୟ ସରକାର ସର୍ତ୍ତ କୋହଳ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷର ବାର୍ଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ(ଏଇଆର୍) ଦାଖଲ ନକରି ମଧ୍ୟ ଏଚ୍ଆରଏମ୍ଏସ୍ ସଫ୍ଟୱେୟାରରେ ମାର୍ଚ୍ଚ ମାସର ଦରମା ବିଲ୍ ପୈଠ କରାଯାଇପାରିବ ବୋଲି ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନ୍କାନ୍ତ ପାଣ୍ଡେ କହିଛନ୍ତି । ଆଜି ସମସ୍ତ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଶ୍ରୀ ପାଣ୍ଡେ କହିଛନ୍ତି ଯେ, ବାଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ ଅନ୍ଲ।।ଇନ୍ରେ ଦାଖଲ ବିନା ମାର୍ଚ୍ଚ ମାସର ଦରମା ଏଚ୍ଆରଏମ୍ଏସ୍ ସର୍ଭରରେ ଜେନେରେଟ୍ ହେବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ଏକ ଚିଠି ସମସ୍ତଙ୍କୁ ଜାରି କରାଯାଇଥିଲା । କିନ୍ତୁ ଏଚ୍ଆରଏମ୍ଏସ୍ ସର୍ଭରରେ ସମସ୍ୟା ଯୋଗୁ ଅନେକ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନେ ବାର୍ଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ ଅନ୍ଲାଇନ୍ରେ ଦାଖଲ କରିପାରିନାହାନ୍ତି । ଯେହେତୁ କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ ହେଲାଣି, ତେଣୁ ବାର୍ଷିକ ପ୍ରତିଷ୍ଠାନ ସମୀକ୍ଷା ରିପୋର୍ଟ ଦାଖଲ ବିନା ମାର୍ଚ୍ଚ ମାସର ବିଲ୍ ଅନ୍ଲାଇନ୍ରେ ଏଚ୍ଆରଏମ୍ଏସ୍ରେ ପୈଠ କରିବାକୁ ପରାମର୍ଶ ଦିଆଯାଉଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି । ଅନ୍ୟପକ୍ଷରେ ଅର୍ଥ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଚ୍ଆରଏମ୍ଏସ୍ ସର୍ଭର ମାଧ୍ୟମରେ ଅନ୍ଲାଇନ୍ରେ ଦରମା ବିଲ୍ ଦାଖଲ ହେବା ପରେ କର୍ମଚାରୀମାନେ ସେମାନଙ୍କର ମାସିକ ଦରମା ପାଇବାରେ ସମସ୍ୟା ହେବ ନାହିଁ । ଦରମା ବିଲ୍ ଦାଖଲ ହେବାର ୨-୩ ଦିନ ମଧ୍ୟରେ କର୍ମଚାରୀମାନେ ଦରମା ପାଇବେ । ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ସାଢ଼େ ୪ଲକ୍ଷ ନିୟମିତ ଓ ସାଢ଼େ ୩ଲକ୍ଷ ପେନ୍ସନ୍ଭୋଗୀ ଏପର୍ଯ୍ୟନ୍ତ ମାର୍ଚ୍ଚ ମାସର ଦରମା ପାଇନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top