Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

କଲମା ଗେଟ୍ ବନ୍ଦ : ଫେରାଦ ହେଲା ଓଡ଼ିଶା

ଭୁବନେଶ୍ୱର:  ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ପୁଣିଥରେ କଲମା ବ୍ୟାରେଜ୍ର ୬୪ଟି ଗେଟ୍ ବନ୍ଦ କରିଥିବାକୁ ନେଇ ଓଡ଼ିଶା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ମାସକ ମଧ୍ୟରେ ଛତିଶଗଡ଼ ସରକାରଙ୍କୁ ୩ଥର ଚିଠି ଲେଖି ଆପତ୍ତି ଉଠାଇଥିବା ଓଡ଼ିଶା ସରକାର ପୁଣିଥରେ ୩ମାସ ବ୍ୟବଧାନରେ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି)ଙ୍କ ନିକଟରେ ଛତିଶଗଡ଼ର ମନମୁଖୀ କାର୍ଯ୍ୟ ବିରୋଧରେ ଫେରାଦ ହୋଇଛନ୍ତି । କଲମା ଗେଟ୍ ବନ୍ଦ ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି ଓ ତା’ର ପ୍ରତିକୂଳ ପ୍ରଭାବ ମହାନଦୀର ତଳମୁଣ୍ଡରେ ଅନୁଭୂତ ହେବାରେ ଲାଗିଛି ବୋଲି ଓଡ଼ିଶା କହିଛି । ମିଳିଥିବା ସୂଚନା ଅନୁସାରେ ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନା ଚଳିତ ମାସ ୨୪ତାରିଖରେ ଛତିଶଗଡ଼ ସରକାରରେ ନିଜ ପ୍ରତିପକ୍ଷଙ୍କୁ ଚିଠି ଲେଖି କଲ୍ମା ବ୍ୟାରେଜର ଗେଟ୍ ବନ୍ଦକୁ ନେଇ ଆପତ୍ତି ଜଣାଇଛନ୍ତି । ଏହା ସହିତ ସେ ଏ ସମ୍ପର୍କରେ ସିଡବ୍ଲ୍ୟୁସି ଓ ଜଳସମ୍ପଦ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରିଛନ୍ତି । ଶ୍ରୀ ଜେନା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀର ଉପରମୁଣ୍ଡରେ ଜଳପ୍ରବାହ ବନ୍ଦ କରାଯିବା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳ ଗଚ୍ଛିତ ଯଥେଷ୍ଟ ପରିମାଣର ହୋଇପାରୁନାହିଁ । ଏହି କାରଣରୁ ମହାନଦୀର ତଳମୁଣ୍ଡରେ ସାଧାରଣ ଲୋକଙ୍କ ଉପଯୋଗ ଓ ବିଭିନ୍ନ ପ୍ରକଳ୍ପ ପାଇଁ ଜଳ ଆବଶ୍ୟକତା ପ୍ରଭାବିତ ହେଉଛି । ଗତବର୍ଷ ଅଣମୌସୁମୀ ଋତୁରେ କଲମା ଗେଟ୍ ବନ୍ଦ ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବାଧାପ୍ରାପ୍ତ ହୋଇଥିଲା ଓ ତା’ର ପ୍ରତିକୂଳ ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଥିଲା । ତେଣୁ ଅଣମୌସୁମୀ ଋତୁରେ ମହାନଦୀର ଉପରମୁଣ୍ଡରେ ସ୍ୱାଭାବିକ ଜଳପ୍ରବାହକୁ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ଜେନା ଛତିଶଗଡ଼ ଜଳସମ୍ପଦ ସଚିବଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ଜେନା ତାଙ୍କ ଚିଠିରେ କଲମା ବ୍ୟାରେଜ୍ ଗେଟ୍ ବନ୍ଦ ପ୍ରସଙ୍ଗରେ ଅପର ମହାନଦୀ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ୱାରା ଅକ୍ଟୋବର ୩ ଓ ୧୭ତାରିଖରେ ଛତିଶଗଡ଼ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିକୁ ମଧ୍ୟ ଉଲ୍ଲେଖ କରିଛନ୍ତି । କଲମା ବ୍ୟାରେଜର ମୋଟ ୬୬ଟି ଗେଟ୍ ମଧ୍ୟରୁ ଏବେ ୬୪ଟି ଗେଟ୍କୁ ଛତିଶଗଡ଼ ସରକାର ବନ୍ଦ ରଖିଛନ୍ତି । ସୂଚନାଯୋଗ୍ୟ ଗତ ଜୁନ୍ ମାସରେ ମଧ୍ୟ ଛତିଶଗଡ଼ ସରକାର କଲମା ବ୍ୟାରେଜ୍ର ୪୬ଟି ଗେଟକୁ ବନ୍ଦ କରିଦେଇଥିଲେ ଓ ଓଡ଼ିଶା ପକ୍ଷରୁ ଏନେଇ ଆପତ୍ତିି ଉଠାଯାଇଥିଲା । ମହାନଦୀ ଉପରମୁଣ୍ଡରେ ଜଳପ୍ରବାହକୁ ବାରମ୍ବାର ଅବରୋଧ କରାଯିବା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ଛତିଶଗଡ଼ ସରକାର ଜାଣିଶୁଣି ଓଡ଼ିଶା ବିରୋଧରେ ଏଭଳି ହୀନଚକ୍ରାନ୍ତ କରୁଛନ୍ତି । ମହାନଦୀ ଜଳ ଉପରେ ଓଡ଼ିଶାର ଅଧିକାରକୁ କ୍ଷୂଣ୍ଣ କରି ଶିଳ୍ପ ସଂସ୍ଥାକୁ ପାଣି ବିକ୍ରି କରୁଛନ୍ତି । ଆଉ କେନ୍ଦ୍ରରେ କ୍ଷମତାରେ ଥିବା ସରକାର ମଧ୍ୟ ଏନେଇ ତାଙ୍କୁ କୌଣସି ତାଗିଦ୍ କରୁନାହାନ୍ତି । ସେହିପରି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ ଓଡ଼ିଶା ଯେଭଳି ମହାନଦୀ ଜଳରୁ ବୁନ୍ଦାଟିଏ ବଞ୍ôଚତ ନହେବ ତାହା ରାଜ୍ୟ ବିଜେପି ଚାହେଁ । ତେବେ ମହାନଦୀ ଜଳ ନେଉଥିବା ରାଜ୍ୟର ଶିଳ୍ପ ସଂସ୍ଥାଠାରୁ କାହିଁକି ଟିକସ ଆଦାୟ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ନଭେମ୍ବର ୧୯ ତାରିଖ ସୁଦ୍ଧା ଗଠନ କରାଯିବ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top