Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଳାହାଣ୍ଡିବାସୀଙ୍କୁ ଝଟକା: ବେଦାନ୍ତ ସହ ଏମଓୟୁ ବାତିଲ, ବିଳମ୍ବ ହେବ ମେଡିକାଲ କଲେଜ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଗତ ଦୁଇମାସ ପୂର୍ବରୁ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ଏବେ ଶକ୍ତ ଝଟକା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବ । ସର୍ଦ୍ଦାର ରାଜା ମେଡିକାଲ କଲେଜ ବନ୍ଦ ହେବାପରେ ଭବାନୀପାଟଣାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପାଇଁ ବେଦାନ୍ତ ସହ ୨୦୧୮ ମାର୍ଚ୍ଚ ୨୭ତାରିଖରେ କରିଥିବା ଏମଓୟୁ ଆଜି ରାଜ୍ୟ ସରକାର ବାତିଲ କରିଦେଇଛନ୍ତି । ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ବେଦାନ୍ତ ଅହେତୁକ ବିଳମ୍ବ କରୁଥିବା ଦର୍ଶାଇ ରାଜ୍ୟ ସରକାର ଏହି ଏମଓୟୁ ବାତିଲ କରିଛନ୍ତି । ତେବେ ୨୦୧୪ ସାଧାରଣ ନିର୍ବାଚନରେ କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ସ୍ଥାପନ ପାଇଁ ବିଜେଡି ଦେଇଥିବା ପ୍ରତିଶ୍ରୁତି ଏବେବି ଜିଲ୍ଲାବାସୀଙ୍କ ପାଇଁ ପ୍ରତିଶ୍ରୁତି ହୋଇ ରହିଛି ।
ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପାଇଁ ଗତ ୨୦୧୮ ମାର୍ଚ୍ଚ ୨୭ତାରିଖରେ ବେଦାନ୍ତ ସହ ହୋଇଥିବା ଏମଓୟୁକୁ ବାତିଲ କରାଯାଇଛି । ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ଏହି ଏମଓୟୁକୁ ବାତିଲ କରାଗଲା ଓ ପୂର୍ତ୍ତ ବିଭାଗ ଆବଶ୍ୟକ କାର୍ଯ୍ୟ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ସୂଚନା ଅନୁସାରେ, ୨୦୧୮ ମାର୍ଚ୍ଚ ୨୭ରେ ହୋଇଥିବା ଏମଓୟୁ ଅନୁସାରେ କଳାହାଣ୍ଡିରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ୩୫୦କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ଯେଉଁଥିରେ ୧୦୦କୋଟି ବେଦାନ୍ତ କମ୍ପାନୀ ଓ ବାକି ରାଜ୍ୟ ସରକାର ବହନ କରିବାକୁ ସହମତି ହୋଇଥିଲା । ଏହି ମେଡିକାଲ କଲେଜକୁ ୨୦୨୧ ମସିହାରୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ଦର୍ଶାଇ ରାଜ୍ୟ ସରକାର ଅଚାନକ ଏହି ଏମଓୟୁକୁ ବାତିଲ କରିଦେଇଛନ୍ତି । ତେବେ ବାସ୍ତବ କାରଣ କ’ଣ ତାହା ଜଣାପଡ଼ିନାହିଁ ।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ମେଡିକାଲ କଲେଜର ଏକାଡେମିକ ବ୍ଲକ, ହଷ୍ଟେଲ, ଷ୍ଟାଫ କ୍ୱାର୍ଟର୍ସ ଓ ଅଡ଼ିଟୋରିୟମ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଟାଟା ପ୍ରୋଜେକ୍ଟକୁ ଏହି ନିର୍ମାଣ କାର୍ଯ୍ୟର ଠିକା ଦିଆଯାଇଛି ଓ ରାଜ୍ୟ ସରକାର ୨୬୫କୋଟି ଟଙ୍କା ଦେଇଛନ୍ତି ।
ସେହିପରି ୧୦୦କୋଟି ଟଙ୍କା ବିନିଯୋଗ କରିବାକୁ ସହମତି ଦେଇଥିବା ବେଦାନ୍ତ ଦାୟିତ୍ୱରେ ହସ୍ପିଟାଲ ନିର୍ମାଣ ରହିଥିଲା । କମ୍ପାନୀ ତା’ର ଠିକା କାର୍ଯ୍ୟକୁ ଜ୍ୟାନନ ଡ୍ରଙ୍କରଲେକୁ ଦେଇଛି ।
ତେବେ ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଏହି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ରଗତିର ସମୀକ୍ଷା ନିମନ୍ତେ ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଇବା କଥା ବିଲକୁଲ ଦେଖାଇ ନାହାନ୍ତି । ନବ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ହେବାପରେ ୨୦୧୯ ସେପ୍ଟେମ୍ବର ମାସରେ ମେଡିକାଲ ନିର୍ମାଣର ଅଗ୍ରଗତି ତଦାରଖ କରିଥିଲେ । ସେବେଠୁ ସରକାରୀସ୍ତରରେ ଏହାର ଅଗ୍ରଗତିର ସମୀକ୍ଷା ହୋଇନଥିଲା । ଏବେ ଅଚାନକ ଏମଓୟୁକୁ ବାତିଲ କରାଯାଇଛି । ଏହି କାର୍ଯ୍ୟରେ ସମସ୍ତ ଅର୍ଥ ସରକାର ବହନ କରିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଅନିୟମିତତା ଯୋଗୁ ତାହା ବନ୍ଦ ହୋଇଯିବା ପରେ କଳାହାଣ୍ଡିରେ ଗୋଟିଏ ସରକାରୀ ମେଡିକାଲ କଲେଜ ଖୋଲିବା ନିମନ୍ତେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରତିଶ୍ରୁତି ଦେଇଥିଲା । ୨୦୧୯ ନିର୍ବାଚନକୁ ଯିବା ପୂର୍ବରୁ ବେଦାନ୍ତ ସହ ଏମଓୟୁ କରିଥିବା ସରକାର ଏବେ ଏହାକୁ ବାତିଲ କରିଥିବାରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାରେ ପୁଣି ବିଳମ୍ବ ହେବ ବୋଲି ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top