Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଳାହାଣ୍ଡିରେ ନବୀନଙ୍କୁ ୬୦ମିଟର ଦୂରରୁ ଦେଖିବେ ନେତା,ମନ୍ତ୍ରୀ ଓ କର୍ମୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିରୋଧୀଙ୍କ କ୍ରମାଗତ ସମାଲୋଚନା ପରେ ପ୍ରାୟ ୯ମାସରୁ ଅଧିକ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଚଳିତମାସ ୧୪ତାରିଖରେ କୌଣସି ଜିଲ୍ଲା(କଳାହାଣ୍ଡି) ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ ପ୍ରଶାସନ ଜୋରଦାର ଉଦ୍ୟମ କରିଥିବାବେଳେ ବିଜେଡି ମଧ୍ୟ ଦଳୀୟସ୍ତରରେ ବ୍ୟାପକ ଆୟୋଜନ କରିଛି । ତେବେ ଗତ ମାର୍ଚ୍ଚ ମାସରୁ ମୁଖ୍ୟମନ୍ତ୍ରୀଙ୍କୁ ଭର୍ଚୁଆଲ ମୋଡରେ ଦେଖୁଥିବା ନେତା,ମନ୍ତ୍ରୀ ଓ ଦଳୀୟ କର୍ମୀମାନେ ୧୪ତାରିଖରେ କଳାହାଣ୍ଡିରେ ପାଖରେ ପାଇ ମଧ୍ୟ ପାଖ ମାଡ଼ିପାରିବେ ନାହିଁ । ଏପରିକି ମନ୍ତ୍ରୀ ଓ ବିଧାୟକମାନଙ୍କୁ ବି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମଂଚ ଉପରକୁ ଛଡ଼ାଯିବ ନାହିଁ ବୋଲି ଜଣାପଡ଼ିଛି । ନେତା,ମନ୍ତ୍ରୀ ଓ ଦଳୀୟ କର୍ମୀଙ୍କୁ ଅତିକମରେ ୬୦ମିଟର ଦୂରରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପଡ଼ିବ ।
ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାଠାରୁ ପ୍ରାୟ ୯୦କିମି ଦୂର ମୁଖୀଗୁଡ଼ାଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରାୟ ୮୦୦କୋଟି ଟଙ୍କାର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ, ସ୍ୱତନ୍ତ୍ର ବିଦ୍ୟୁତ ଗ୍ରୀଡକୁ ଲୋକାର୍ପଣ କରିବେ । ଏହାସହିତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପଂଚାୟତର ପ୍ରାୟ ୨ହଜାର କୋଟି ଟଙ୍କାର ନୂଆ ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେହି ମଂଚରୁ ଅନୁମୋଦନ ଦେବେ । ମୁଖୀଗୁଡ଼ାଠାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ ମୋଟ ୩ଟି ମଂଚ ତିଆରି ହେଉଛି । ଗୋଟିଏ ମଂଚରେ କେବଳ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ରହିବେ । ଅନ୍ୟ ଗୋଟିଏ ମଂଚରେ ମନ୍ତ୍ରୀ,ବିଧାୟକ ଓ ଅଫିସର ଏବଂ ଅନ୍ୟ ଏକ ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ମଂଚଠୁ ଅନ୍ୟ ଦୁଇ ମଂଚର ଦୂରତ୍ୱ ଅତିକମରେ ୬୦ମିଟର ରହିବ ବୋଲି ଜଣାପଡ଼ିଛି । ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ ନିମନ୍ତେ ଏଭଳି ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ସମଗ୍ର କଳାହାଣ୍ଡି ଜିଲ୍ଲାରେ କରାଯିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୨ଡଜନରୁ ଅଧିକ ମନ୍ତ୍ରୀ, ୭୦ରୁ ଅଧିକ ବିଧାୟକ ଓ ସାଂସଦ, ବିଜେଡିର ଆଗଧାଡ଼ିର ନେତାମାନେ ୧୪ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆସନ୍ତାକାଲିଠୁ ଭବାନୀପାଟଣାରେ ଡେରା ପକାଇବେ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରସ୍ତୁତିର ତଦାରଖ କରୁଥିବାବେଳେ ଦଳ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରାୟ ୫କୋଟି ଟଙ୍କାର ବଜେଟ୍ କରିଥିବା ସୂଚନା ମିଳିଛି । ୧୦୦ରୁ ଅଧିକ ପଂଚାୟତରେ ବଡ଼ ବଡ଼ ଏଲଇଡି ସ୍କ୍ରିନ ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ(ଭର୍ଚୁଆଲ ମୋଡ୍‌) କରାଯିବ । ଆଉ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଦଳୀୟ କର୍ମୀମାନଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ ବ୍ୟବସ୍ଥା ହୋଇଛି ।
୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ କଳାହାଣ୍ଡି ଜିଲ୍ଲାରେ ଶୋଚନୀୟ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡିକୁ ମାତ୍ର ଗୋଟିଏରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ବିଜେପି ୩୩ଟି ଓ କଂଗ୍ରେସକୁ ୨ଟି ଆସନ ମିଳିଥିଲା । ପଂଚାୟତ ନିର୍ବାଚନକୁ ଆଉ ବର୍ଷେ ଥିବାବେଳେ ବିଜେଡି ଏବେଠୁ କଳାହାଣ୍ଡିରେ ପଂଚାୟତ ନିର୍ବାଚନର ବିଗୁଲ ଫୁଙ୍କି ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି କରିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କଳାହାଣ୍ଡିରେ ଆୟୋଜନ କରି ବିଜେଡି ଗୋଟିଏ ଗୁଳିରେ ୨ଟି ଶିକାର କରିବାକୁ ଉଦ୍ୟମ କରିଛି । କରୋନା ମହାମାରୀ ପରେ ସ୍ଥିତିରେ ଆସିଥିବା ସୁଧାରକୁ ଦୃଷ୍ଟିରେ ରଖି ଦଳ ପ୍ରଥମଥର ପାଇଁ ଏତେବଡ଼ ବ୍ୟାପକ କାର୍ଯ୍ୟକ୍ରମ କରି ନିଜ ଦଳର ସୁପ୍ରିମୋଙ୍କୁ ମଇଦାନକୁ ଓହ୍ଲାଇଛି । ଆଉ ସୁପ୍ରିମୋଙ୍କ ଜିଲ୍ଲା ଗସ୍ତକୁ ସଫଳ କରାଇ ପଂଚାୟତ ନିର୍ବାଚନ ପାଇଁ ବିଜେଡି ଏବେଠୁ ପ୍ରସ୍ତୁତ ବୋଲି ମଧ୍ୟ ସନ୍ଦେଶ ଦେବାକୁ ଚାହିଁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top