Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଳିଙ୍ଗ ନଗର ଗଣହତ୍ୟାର ୧୫ତମ ବାର୍ଷିକୀ: ରାଜ୍ୟବ୍ୟାପୀ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଯାଜପୁରର କଳିଙ୍ଗନଗର ଶିଳ୍ପାଂଚଳରେ ଗତ ୨୦୦୬ ମସିହା ଜାନୁୟାରୀ ୨ତାରିଖରେ ବର୍ବରୋଚିତ ଭାବେ ୧୬ ଆଦିବାସୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ଘଟଣାର ୧୫ବର୍ଷ ପୁରିବାକୁ ଯାଉଛି । ସେତେବେଳେ ନବୀନ ପଟ୍ଟନାୟକ ସରକାରର ଏହି କଳଙ୍କିତ ଅଧ୍ୟାୟକୁ ପୁଣିଥରେ ସତେଜ କରାଇବା ସହ ଆଦିବାସୀଙ୍କୁ ସେମାନଙ୍କ ହକ୍ ଦେବା ନିମନ୍ତେ ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀମାନେ ଜାନୁୟାରୀ ୨ତାରିଖ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ବ୍ଳକ, ପୌରାଂଚଳ ଓ ଜିଲ୍ଲା ମହକୁମାରେ ଧାରଣାରେ ବସିବେ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଓଡ଼ିଶାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା କଳିଙ୍ଗନଗରରେ ୧୫ବର୍ଷ ତଳେ ଆଦିବାସୀ ଗଣହତ୍ୟା କରାଯାଇଥିଲା । ଆଜକୁ ଠିକ୍ ୧୫ ବର୍ଷ ତଳେ ୨୦୦୬ର ନୂଆ ବର୍ଷର ଦ୍ୱିତୀୟ ଦିନରେ ବିଜେଡି ଓ ବିଜେପି ମେଣ୍ଟ ସରକାର ନିରୀହ ଆଦିବାସୀମାନଙ୍କ ଉପରେ ଗୁଳି ଚଳାଇଥିଲା ଓ ଏଥିରେ ୧୬ ଜଣ ଆଦିବାସୀ ଭାଇ ଓ ଭଉଣୀ ପ୍ରାଣ ହରାଇଥିଲେ । ୬ ମାସର ନିଷ୍ପାପ ଶିଶୁର ମା’ ମଧ୍ୟ ବିଜେଡ଼ି-ବିଜେପି ସରକାରର ଗୁଳି ମାଡ଼ରୁ ରକ୍ଷା ପାଇ ପାରିନଥିଲା । ଗୋଟିଏ ପଟେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଆଦିବାସୀଙ୍କ ଭିଟାମାଟି ଓ ଜମିର ସୁରକ୍ଷା ପାଇଁ ଐତିହାସିକ ଜଙ୍ଗଲ ଅଧିକାର ଆଇନ୍ ଓ ଜମି ଅଧିଗ୍ରହଣ ଆଇନ୍ ଲାଗୁ କରିଥିଲାବେଳେ ଅନ୍ୟପଟେ ବିଜେଡି ଓ ବିଜେପିର ମେଣ୍ଟ ସରକାର ସେତେବେଳେ ନିରୀହ ଆଦିବାସୀଙ୍କ ଜମି ଛଡ଼େଇ ନେଲା । ଆଜିର ଦିନରେ ସେହି ଘଟଣାର ପୁନରାବତ୍ତି କରି ଚାଷୀ ମାରଣ ଯଜ୍ଞ ଚଳାଇଛି । ତେବେ ଆଦିବାସୀଙ୍କର ସମ୍ମାନ, ସ୍ୱାଭିମାନ ଓ ସ୍ୱାର୍ଥପାଇଁ କଂଗ୍ରେସ ଦଳ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଆସନ୍ତା ୨ତାରିଖରେ ରାଜ୍ୟବ୍ୟାପୀ ଧାରଣାରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top