Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

‘କାଳିଆ’ ଯୋଜନା : ୨୫ରେ ଚା‌ଷୀଙ୍କ ଆକାଉଣ୍ଟ୍‌କୁ ଯିବ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ୱେୟାର): ‘କାଳିଆ’ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସରକାର ପୂରା ଦମ୍‌ରେ ଅଣ୍ଟା ଭିଡ଼ିଛନ୍ତି। ବ୍ଲକ୍ ସ୍ତର ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଘନ ଘନ ବୈଠକ ହୋଇ ଜୋର୍‌ଦାର୍ କସ୍‌ରତ ଜାରି ରହିଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କାଳିଆ ଯୋଜନାର ଅଗ୍ରଗତିର ସମୀକ୍ଷା‌ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମିଳିଥିବା ସବୁଜ ଓ ନାଲି ଫର୍ମର ଡାଟା ଏଣ୍ଟ୍ରି ସାରି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ଯିବ । ୫ଟି ପର୍ଯ୍ୟାୟରେ ମୋଟ ୨୫ହଜାର ଟଙ୍କାର ସହାୟତା ଏହି ଯୋଜନାରେ ମିଳିବ ।

ସମୀକ୍ଷାରୁ ମିଳିଥିବା‌ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ନାମ ସଂଯୋଗ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୬୬ ଲକ୍ଷ ପର୍ଯ୍ୟନ୍ତ ସବୁଜ ଫର୍ମ ମିଳିଛି। ନାମ ବାଦ ଦେବା ପାଇଁ ପ୍ରାୟ ୩୫ ହଜାରରୁ ଅଧିକ ଦରଖାସ୍ତ ମିଳିଛି। ତାହା ଛଡ଼ା ଏକାଧିକ ଦରଖାସ୍ତ, ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବର୍ତ୍ତମାନ ସେବାରତ ଥିବା ସରକାରୀ ଓ ସାଧାରଣ ଆ‌ୟୋଗ ଆଦିର କର୍ମଚାରୀଙ୍କ ନାମ ମଧ୍ୟ ତାଲିକାରୁ ବାଦ୍ ଦେବା ପାଇଁ ନୀରିକ୍ଷକ ଓ ଅନୁସନ୍ଧାନକାରୀ ଅଧିକାରୀମାନଙ୍କୁ ନି‌େର୍ଦ୍ଦଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଡାଟା ଏଣ୍ଟ୍ରି ପାଇଁ ପର‌୍ୟ୍ୟାପ୍ତ କମ୍ପ୍ୟୁଟର ବ୍ୟବସ୍ଥା କରାଯିବା ସହ ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କୁ ମୁତୟନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ୩ଟି ସିଫ୍‌ଟ୍‌ ଡାଟା ଏଣ୍ଟ୍ରି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଦୈନିକ ପ୍ରାୟ ୧୦.୫୦ ଲକ୍ଷ ପର‌୍ୟ୍ୟନ୍ତ ଫର୍ମ ତଥ୍ୟ ରଖି ପାରିବା ପରି କ୍ଷମତାସମ୍ପନ୍ନ କମ୍ପ୍ୟୁଟର୍ ସର୍ଭର୍ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲ୍ଲାକୁ ମଧ୍ୟ ପର‌୍ୟ୍ୟବେକ୍ଷକ ପଠାଯାଇ କାର‌୍ୟ୍ୟାନ୍ବୟନ ଅଗ୍ରଗତିକୁ ତ୍ବରାନ୍ବିତ କରାଯାଉଛି। ଆବଶ୍ୟକ ହେଲେ ରାତି ସିଫ୍‌ଟ୍‌ ପାଇଁ ଅଧିକ ଘରୋଇ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କ ଅନୁରୋଧକୁ ବିଚାର କରି ମୁଖ୍ୟ ଶାସନ ସଚିବ ଏଥି ପାଇଁ ଅନୁମତି ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top