Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘କାଳିଆ’ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବିଜେପିର ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ୱେୟାର): ‘କାଳିଆ’ ଯୋଜନାରେ ୫୩ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆଜି ରାଜ୍ୟ ସରକାର ୨ହଜାର ଟଙ୍କା ଲେଖାଏଁ ଦେବାକୁ ନେଇ ରାଜ୍ୟ ବିଜେପି ସନ୍ଦେହ ବ୍ୟକ୍ତ କରିଛି । ରାଜ୍ୟରେ ଚାଷୀ ଅସନ୍ତୋଷକୁ ଚାପିବା ପାଇଁ ରାଜ୍ୟ ସରକାର ଏବେ କାଳିଆ ଥୋପ ପକାଇଛନ୍ତି ବୋଲି ବିଜେପି କହିବା ସହ ଯଦି ୫୩ଲକ୍ଷ ଚାଷୀଙ୍କ ତାଲିକା ଅଛି ତା’ହେଲେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଅ ଓ ସବୁ ପଂଚାୟତ ଅଫିସ କାନ୍ଥରେ ଲଗାଅ ବୋଲି ଦାବି କରିଛି । ଏହାସହିତ ରାଜ୍ୟ ସରକାରଙ୍କୁ ମୋଟ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ବିଜେପି କହିଛି ।
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ ପୂର୍ବରୁ କହିଥିଲେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ । କିନ୍ତୁ ନିର୍ବାଚନ ଜିତିବା ପରେ ପାଖପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହାପାଖରେ ପହଁଚିଲା ନାହିଁ । ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣ ସଦୃଶ । ଯେତେବେଳେ ଚାଷୀ ସମସ୍ୟା ରାଜ୍ୟରେ ଉଗ୍ରରୂପ ନେଲାଣି ମଣ୍ଡିରୁ ଧାନ ଉଠୁନି, ଚାଷୀ ହନ୍ତସନ୍ତ ହେଉଛନ୍ତି, ରାଜ୍ୟରେ ପ୍ରତିଦିନ ଚାଷୀମାନେ ଆନ୍ଦୋଳନ କରିବାର ପନ୍ଥା ଆପଣାଉଛନ୍ତି, ମନ୍ତ୍ରୀମାନଙ୍କୁ ଘେରୁଛନ୍ତି ସେତେବେଳେ ରାଜ୍ୟ ସରକାର ପୁଣି କାଳିଆ ଟଙ୍କା ବାଂଟିବେ ବୋଲି ଖବରକାଗଜରେ ବଡ଼ବଡ଼ ବିଜ୍ଞାପନ ପ୍ରକାଶ କରିଛନ୍ତି । ଯଦି ରାଜ୍ୟ ସରକାରଙ୍କ ପାଖରେ ୫୩ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ତାଲିକା ଅଛି ତେବେ ପିଏମ କିଷାନ ପାଇଁ କାହିଁକି କେନ୍ଦ୍ରକୁ ସଠିକ୍ ତାଲିକା ପଠାଉନାହାଁନ୍ତି? ଓଡିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କା ପାଇବାରୁ ରାଜ୍ୟ ସରକାର କାହିଁକି ବଂଚିତ କରୁଛନ୍ତି? ମୋଦିଙ୍କ ପଇସା ଓଡ଼ିଆ ଚାଷୀଙ୍କ ପାଖରେ ପହଂଚିବାରେ ରାଜ୍ୟ ସରକାରଙ୍କର କ’ଣ ଅସୁବିଧା ହେଉଛି? ମୋଦି ତ ଟଙ୍କା ପଠାଇବେ, ମାତ୍ର ମାଲକାନଗିରି, ମୟୂରଭଂଜ, ସମ୍ବଲପୁର, କେନ୍ଦ୍ରାପଡ଼ା, ଗଂଜାମ ସମେତ ଓଡ଼ିଶାର ସବୁ ଚାଷୀଙ୍କୁ କାହିଁକି ଏହି ଟଙ୍କାରୁ ବଂଚିତ କରାଯାଉଛି? ଯଦି ରାଜ୍ୟ ସରକାର ୫୩ ଲକ୍ଷ ଚାଷୀଙ୍କ ତାଲିକା ତାଙ୍କ ପାଖରେ ଅଛି ବୋଲି କହୁଛନ୍ତି ତେବେ ଏହି ତାଲିକାକୁ ସବୁ ପଂଚାୟତ ଅଫିସ କାନ୍ଥରେ ଲଗାଯାଉ । ପଂଚାୟତୱାରି ଏହା ତାଲିକାକୁ ସାର୍ବଜନୀନ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ପୂର୍ବରୁ ଓଡିଶା ସରକାର ଦେଇଥିବା କାଳିଆ ସହାୟତା ରାଶି ଓଡ଼ିଆ ଚାଷୀ ମାଗିନିଥିଲେ ବରଂ ରାଜ୍ୟ ସରକାର ଯାଚିକି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ଅଯୋଗ୍ୟ ହିତାଧିକାରୀ ତାଲିକା ତିଆରି କରି ପୁଲିସ ଲଗାଇ ଚାଷୀଙ୍କୁ ବଳପୂର୍ବକ ଧମକ ଦେଲେ ଏବଂ ପଇସା ଫେରାଇବାକୁ ଦାବି କଲେ । ତେବେ ପୁଲିସକୁ ଡରି ନିଜ ବାସନ କୁସନ ବିକି ଚାଷୀ କାଳିଆ ଟଙ୍କା ଫେରାଇବାକୁ ପ୍ରସ୍ତୁତ ହେଉଥିଲେ । ତେବେ ଓଡିଶା ବିଜେପି ପକ୍ଷରୁ କଡା ବିରୋଧ କରାଯିବା ପରେ ଏହି ମାମଲା ଆଜି ପର୍ଯ୍ୟନ୍ତ ସ୍ଥଗିତ ହୋଇ ରହିଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରିବାରେ କିଛି ସ୍ପଷ୍ଟ କରିନାହାଁନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନାରେ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ୧୭୦ କୋଟି ଟଙ୍କା ଦିଆଯାଇଥିବା ସେଥିରେ ପ୍ରକାଶ ହୋଇଛି । ଭୁଲ ହିତାଧିକାରୀ ଚୟନରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂର୍ବରୁ କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା
ଦେବେ ବୋଲି ରାଜ୍ୟ ସରକାର କହିଥିଲେ । ସେଥିମଧ୍ୟରୁ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିବା ପରେ ପୁଣି କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ଚିଠା ଆସିଲା କେଉଁଠୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top