Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କିଏ ହେବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ?

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ମିଳିବା ପରେ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ତେବେ ବିଜେଡିରେ କିଏ ହେବେ ରାଜ୍ୟସଭା ପ୍ରାର୍ଥୀ ଓ ସମସ୍ତ ଆସନ ବିଜେଡି କିଭଳି ଅକ୍ତିଆର କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ଯେଉଁମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ସେମାନଙ୍କ ପରିବର୍ତ୍ତେ ଚଳିତଥର ଖାଲି ହେଉଥିବା ରାଜ୍ୟସଭାର ୩ଟି ଆସନରେ ୨ଜଣ ନେତା ଓ ଜଣେ ନେତ୍ରୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଜଣାପଡ଼ିଛି।
ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ୩ଟି ଯାକ ରାଜ୍ୟସଭା ଆସନରେ ବିଜେଡ଼ି ନିଜର ଦଳୀୟ ନେତାଙ୍କୁ ପ୍ରାର୍ଥୀ କରିବ । ସାଧାରଣ ନିର୍ବାଚନବେଳେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ବି ବିଜେଡି ପକ୍ଷରୁ ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ଏହି ନେତାମାନଙ୍କୁ ଏବେ ପଠାଯିବ ନା ଆସନ୍ତା ମାର୍ଚ୍ଚ ମାସରେ ଖାଲି ହେବାକୁ ଥିବା ୪ଟି ଆସନରେ ପଠାଯିବ ତାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି । ମାତ୍ର ସୂତ୍ର ଅନୁସାରେ ଏହି ୩ଜଣ ନେତାଙ୍କୁ ବିଜେଡି ଚଳିତଥର ରାଜ୍ୟସଭାକୁ ପଠାଇବାକୁ ଯୋଜନା କରିଛନ୍ତି । ଆବଶ୍ୟକ ପଡ଼ିଲେ ଏହି ୩ଜଣଙ୍କ ମଧ୍ୟରୁ ଶ୍ରୀ ନାୟକଙ୍କୁ ବାଦ୍ ଦେଇ କୌଣସି ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇପାରେ । ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଶ୍ରୀ ପାଟ୍ଟଶାଣୀ ଦଳ ବିରୋଧୀ ମନ୍ତବ୍ୟ ଦେଉଥିବାରୁ ତାଙ୍କୁ ଏଥର ପରିବର୍ତ୍ତେ ମାର୍ଚ୍ଚ ମାସରେ ଖାଲି ହେଉଥିବା ଆସନ ପାଇଁ ରାଜ୍ୟସଭା ପ୍ରାର୍ଥୀ କରିପାରେ । ବିଧାନସଭାରେ ବିଜେଡିର ୧୧୧ ବିଧାୟକ ଥିବାରୁ ଦଳର ସମସ୍ତ ୩ ପ୍ରାର୍ଥୀ ଜିତିବା ଏକରକମ ସ୍ପଷ୍ଟ ହୋଇଛି ।ସୂଚନାଯୋଗ୍ୟ, ବିଧାନସଭାରେ ଏବେ ମୋଟ୍ ବିଧାୟକ ୧୪୬ ଜଣ ଅଛନ୍ତି । ଏଥିରେ ବିଜେଡିର ୧୧୧,ବିଜେପିର ୨୩,କଂଗ୍ରେସର ୯, ସିପିଏମ ୧ ଓ ସ୍ୱାଧୀନ ୧ । ବିଜେଡିର ୧୧୧ ବିଧାୟକ ଥିବାରୁ ଦଳ ନିଜର ୩ ପ୍ରାର୍ଥୀଙ୍କୁ ସହଜରେ ବିଜୟୀ କାଇ ପାରିବ । ଏହି ଅଙ୍କ ଦୃଷ୍ଟିରୁ ଆଗାମୀ ରାଜ୍ୟସଭା ନିର୍ବାଚନରେ ବିଜେପି କିମ୍ବା କଂଗ୍ରେସ କୌଣସି ପ୍ରାର୍ଥୀ ଦେବାର ସମ୍ଭାବନା ମଧ୍ୟ କ୍ଷୀଣ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top