Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କିନ୍ନର ଓ ଭିକାରିଙ୍କୁ ମିଳିବ ଆଧାର ଓ ପ୍ୟାନ୍ କାର୍ଡ

ଭୁବନେଶ୍ୱର : ରାଜ୍ୟର କିନ୍ନର ଓ ଭିକାରିଙ୍କୁ ସହରାଞ୍ଚଳର ମୌଳିକ ସୁବିଧାସୁଯୋଗ ରାଜ୍ୟ ସରକାର ଯୋଗାଇ ଦେବେ । ସେମାନଙ୍କୁ ସହରାଞ୍ଚଳ ଆବାସିକ ଯୋଜନାରେ ସାମିଲ କରି ସେମାନଙ୍କର ସାମାଜିକ-ଆର୍ଥିକ ଥଇଥାନ ସହ ବ୍ୟାଙ୍କ ଋଣ ଉପଲବ୍ଧ କରାଇବେ । କିନ୍ନର ଓ ଭିକାରିଙ୍କୁ ଆଧାର କାର୍ଡ, ଭୋଟର କାର୍ଡ ଓ ପ୍ୟାନ୍ କାର୍ଡ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ନିୟମିତ ବ୍ୟବଧାନରେ ରାଜ୍ୟର ସହରାଞ୍ଚଳରେ କିନ୍ନର ଓ ଭିକାରିଙ୍କ ଚିହ୍ନଟ ଓ ସର୍ଭେ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି ।
ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୧ ମସିହା ଜନଗଣନା ଅନୁସାରେ ରାଜ୍ୟରେ ମୋଟ ୬୫୫୦ଜଣ ଭିକାରି ଥିଲେ । ତେବେ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ଏବେ ୬୪୮୨ଜଣ ଭିକାରି ଥିବାବେଳେ ୪୪୭୯ଜଣ କିନ୍ନର ଅଛନ୍ତି । ରାଜ୍ୟରେ ସର୍ବାଧିକ ଭିକାରୀ କଟକ ଜିଲ୍ଲାରେ(୧୦୬୦ଜଣ) ଥିବାବେଳେ ଖୋର୍ଦ୍ଧାରେ ୫୩ଜଣ ରହିଛନ୍ତି । କିନ୍ତୁ ଭୁବନେଶ୍ୱରରେ ଅଧିକ ସଂଖ୍ୟକ ଭିକାରିଙ୍କୁ ଦେଖାଯାଉଥିବାରୁ ରାଜ୍ୟ ସରକାର ପୁଣିଥରେ ସମସ୍ତ ସହରାଞ୍ଚଳରେ ଭିକାରୀ ଚିହ୍ନଟ ପ୍ରକ୍ରିୟା ପୁଣିଥରେ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ନର ଓ ଶିଶୁ ଭିକାରୀଙ୍କୁ ଶିକ୍ଷା ଓ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ତେବେ ଭିକାରି ଓ କିନ୍ନରମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଇବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ନିମନ୍ତେ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍କୁ ଖୁବଶୀଘ୍ର ଚୂଡ଼ାନ୍ତ ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି । ଏବେ ରାଜ୍ୟ ସରକାର ଭିକାରିଙ୍କ ଥଇଥାନ ପାଇଁ ‘ସହାୟ’ ନାମରେ ଏକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେହିପରି କିନ୍ନରଙ୍କ ଥଇଥାନ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । କିନ୍ତୁ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଓ ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳମାନେ ଦେଇଥିବା ‘ଥଇଥାନ ଆକ୍ସନ୍ ପ୍ଲାନ୍’ ପାଇଁ ଆର୍ଥିକ ବ୍ୟୟବରାଦକୁ ଚୂଡ଼ାନ୍ତ ଅନୁମୋଦନ ମିଳିବ । ସୂଚନା ଅନୁସାରେ , ରାଜ୍ୟ ସରକାର ଆସନ୍ତା ମାସ ୪ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ । ଯେଉଁଥିରେ ଉଚ୍ଚଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ, ପଞ୍ଚାୟତିରାଜ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗୃହନିର୍ମାଣ ଓ ନଗର ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top