ଭୁବନେଶ୍ୱର : କୁନ୍ଦୁଲି ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । କମିଶନଙ୍କ କାର୍ଯ୍ୟକାଳ ଆଉ ୩ମାସ ବୃଦ୍ଧି କରାଯାଇଛି । କୋରାପୁଟ ଜିଲ୍ଲା ଜଜ୍ଙ୍କୁ କମିଶନ ଦାୟିତ୍ୱ ମିଳିଛି । କୁନ୍ଦୁଲି ଦୁଷ୍କର୍ମ ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବର ୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।


