Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୃଷି ଆଇନକୁ ବିରୋଧ : ଆସନ୍ତାକାଲି ୩ଘଣ୍ଟା ବନ୍ଦ ରହିବ ଚକଅଖ

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ୩ଘଣ୍ଟିଆ ଚକାଜାମ ଡାକରା ଦେଇଛି । ସଂଯୁକ୍ତ କିଷାନ ସଂଗଠନର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ରାଜ୍ୟରେ କଂଗ୍ରେସ ଦୃଢ଼ ସମର୍ଥନ କରିଛି ।
ନବନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କହିଛନ୍ତି ଯେ, ଏହି ୩ଘଣ୍ଟିଆ ପ୍ରତୀକାତ୍ମକ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ଏହି ଚକଅଖ ଜାମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତାକାଲି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ କରି କହିଛନ୍ତି ଯେ, କଂଗ୍ରେସ ପୂର୍ଣ୍ଣ ପ୍ରାଣରେ ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେବ । ୭୦ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ସରକାର ସେମାନଙ୍କ ଦାବି ଶୁଣୁନାହାନ୍ତି । ଆନ୍ଦୋଳନ ସ୍ଥଳରେ ୧୦୦ରୁ ଅଧିକ ଲୋକ ମଲେଣି । ତେଣୁ ବନ୍ଦକୁ କଂଗ୍ରେସ ସମର୍ଥନ କରୁଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ତାରିଖରେ ମଧ୍ୟ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଚାଷୀ ନେତା ସୁରେଶ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବ୍ଲକ,ଜିଲ୍ଲାସ୍ତର ସମେତ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଚକଅଖ ଜାମ କରାଯିବ । ତେବେ ଏହା ଭାରତ ବନ୍ଦ କି ଓଡ଼ିଶା ବନ୍ଦ ଭଳି ନୁହେଁ । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ୩ଘଣ୍ଟା ପାଇଁ ରାସ୍ତାରେ ଗାଡ଼ିମୋଟର ବନ୍ଦ କରାଯିବ । ରାସ୍ତାରେ ଚକଅଖ ଜାମକୁ ଛାଡ଼ିଦେଲେ ଅନ୍ୟ କୌଣସି ସେବା ପ୍ରଭାବିତ ହେବ ନାହିଁ । ଦୋକାନବଜାର ଓ ଅଫିସ ସ୍ୱାଭାବିକ ରହିବ ତଥା ଏହି ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top