Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେକେଆରକୁ ପରାସ୍ତ କଲା ଆରସିବି

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଏହାର ଜବାବରେ କେକେଆର ମାତ୍ର ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଏହି ବିଜୟ ସହିତ ଆରସିବି ଆଇପିଏଲ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି।

କେକେଆର୍ ୨୦୫ ରନର ଟାର୍ଗେଟ ପିଛା କରି ଧୂଆଁଧାର ଇନିଂସ ଆରମ୍ଭ କରିବାକୁ ଯାଇ କାଏଲ ଜାମିଏସନଙ୍କ ବଲରେ ଶୁଭମାନ ଗିଲ ଆଉଟ୍ ହୋଇଥିଲେ। ୯ ବଲରେ ଦୁଇଟି ଚୌକା ଓ ଦୁଇଟି ଛକା ମାରି ୨୧ ରନ କରିଥିଲେ ଶୁଭମାନ। ଏହାପରେ ରାହୁଲ ତ୍ରିପାଠୀ (୨୫) ଏବଂ ନୀତୀଶ ରାଣା (୧୮) କେକେଆରକୁ ୫୦ ରନରେ ପହଞ୍ଚାଇଥିଲେ। ତେବେ ତ୍ରିପାଠୀ ୱାଶିଂଟନ୍ ସୁନ୍ଦରଙ୍କ ବଲରେ ସିରାଜଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ଆଉ ଦଳକୁ ଏକ ଭଲ ସ୍କୋର ମୁହାଁ ତ୍ରିପାଠୀ ଓ ରାଣା ନେଇଯାଉଥିବା ବେଳେ ପାର୍ଟନରସିପ୍ ଭାଙ୍ଗିବାରେ ସଫଳ ହୋଇଥିଲେ ଓ୍ୱାଶିଂଟନ ସୁନ୍ଦର।

ଏହା ପରେ ଚହଲ ଦୀନେଳ କାର୍ତ୍ତିକଙ୍କୁ ଏଲବିଡବ୍ଲ୍ୟୁ କରି କେକେଆରକୁ ଆଉ ଏକ ଝଟକା ଦେଇଥିଲେ। ଏହାପୂର୍ବୁର କାର୍ତ୍ତିକ ପ୍ରଥମେ ନୀତୀଶ ରାଣା (୧୮)ଙ୍କୁ କ୍ୟାଚ ଆଉଟ୍ କରିଥିଲେ। ଏହା ପରେ ସେ ଦୀନେଶ କାର୍ତ୍ତିକଙ୍କୁ ୨ ରନରେ ଆଉଟ୍ କରିଥିଲେ।

ଏହାପରେ ହର୍ଷଲ ପଟେଲ ଇଓନ ମୋର୍ଗାନ (୨୯)ଙ୍କୁ ଆଉଟ୍ କରିଥିଲେ। ଯାହାକି ବିଜୟ ହେବ ବୋଲି ଆଶା ରଖିଥିବା କେକେଆରର ଆଶାରେ ବ୍ରେକ ମାରିଥିଲା। ଏହାପରେ ଆଣ୍ଡ୍ର‌୍ୟୁ ରସେଲ କ୍ରିଜରେ ଭଲ ସ୍କୋର କରି ୨୦ ବଲରେ ୩୧ ରନ କରି ଆଉଟ୍ ହୋଇଥିଲେ। ହେଲେ ଅନ୍ୟପଟେ ପଟ କ୍ୟୁମିନ୍ସ ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ହରଭଜନ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ୨ ରନ୍ କରି ଅପରାଜିତ ଥିବା ବେଳେ ୨୦ ଓଭର ଶେଷ ହୋଇଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top