Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ, ଆସନ୍ତାକାଲି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ନିଆଁକୁ ତୁରନ୍ତ ଆୟତ୍ତ କରିବା ଓ ଶିମିଳିପାଳର ଜୈବ ବିବିଧତା ରକ୍ଷା କରିବା ପାଇଁ ରାଜ୍ୟର ବିଜେପି ସାଂସଦମାନେ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବିଜେପି ସାଂସଦମାନଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ଖୁବଶୀଘ୍ର ଏକ ବୈଷୟିକ ଟିମ୍ ଓଡ଼ିଶା ପଠାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକର ସୂଚନା ଦେଇଥିବାବେଳେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡ଼ୁ ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ ବୋଲି କହିଛନ୍ତି । ଜାତୀୟ ବାଘ୍ର‌୍ୟ ସଂରକ୍ଷଣ ପ୍ରାଧିକରଣ ଆଇଜିଏଫ ଡଃ ଅମିତ୍ ମଲ୍ଲିକଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଗଠନ ହୋଇଛି ।
ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଶିମିଳିପାଳ ଜାତୀୟ ଅଭୟାରଣ୍ୟ ସମେତ ଓଡ଼ିଶାର ବିଭିନ୍ନ ପରିବେଶ ସମ୍ବେଦନଶୀଳ ଜଙ୍ଗଲଗୁଡ଼ିକରେ ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଏବଂ ଆଗକୁ ଏଭଳି ପରିସ୍ଥିତିକୁ କିପରି ଏଡ଼ାଇ ଦିଆଯାଇପାରିବ ସେ ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମିଳିତ ଭାବରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା ଓ ଏ ନେଇ ଏକ ଏମପାୱାର୍ଡ କମିଟି ଗଠନ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ପଠାଇବା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର ମଧ୍ୟ ଟ୍ୱିଟ୍ କରି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବା ସମ୍ପର୍କରେ ସୂଚନା ଦେଇଛନ୍ତି ।
କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ବ୍ୟାଘ୍ର‌୍ୟ ସଂରକ୍ଷଣ ପ୍ରାଧିକରଣ ଆଇଜିଏଫ ଡଃ ଅମିତ୍ ମଲ୍ଲିକ, ଭୁବନେଶ୍ୱରସ୍ଥିତ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଆଂଚଳିକ କାର୍ଯ୍ୟାଳୟର ଡେପୁଟି ଡିଜି ସୁବ୍ରତ ମହାପାତ୍ର. ଆଇସିଫଆରଇର ମୁଖ୍ୟ ଆରତୀ ଚୌଧୁରୀ(ଫାୟାର ଏକ୍ସପର୍ଟ) ଓଡ଼ିଶାର ଶିମିଳିପାଳ ଆସିବେ । ଏହି କମିଟି ପାଇଁ ଟର୍ମ ଅଫ ରେଫରେନ୍ସ ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ଟିମ୍ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ରାଜ୍ୟ ସରକାରଙ୍କୁ ବୈଷୟିକ ପରାମର୍ଶ ଦେବେ । ଜଙ୍ଗଲ ଓ ବନ୍ୟଜନ୍ତଙ୍କ କ୍ଷୟକ୍ଷତିର ଆକଳନ କରିବେ । ନିଆଁ ଲିଭିବା ଓ ସ୍ୱାଭାବିକ ସ୍ଥିତି ଫେରିବା ପର୍ଯ୍ୟନ୍ତ ଏହି ଟିମ୍ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବ ।
ବିଜେପି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ଯେ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ତଥା କରଞ୍ଜିଆ ଡ଼ିଭିଜନ୍‌, ନୀଳଗିରିର କୁଳଡିହା ଅଭୟାରଣ୍ୟ, ବୌଦ୍ଧ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ମାଲ୍ୟାଗିରି, ଭୁବନେଶ୍ୱରର ଖଣ୍ଡଗିରି ପାହାଡ଼, ସୁନାବେଡା ଏବଂ ଏହାର ଆଖପାଖ ଅଂଚଳରେ ଜଙ୍ଗଲ ନିଆଁ ବ୍ୟାପିଛିା ସେହିପରି ଠାକୁରମୁଣ୍ଡା, କେନ୍ଦୁମୁଣ୍ଡି, ନାଓନା, ଗୁଡ଼ଗୁଡ଼ିଆ, ବରେହିପାଣି, ଦୁଧିଆଣି ଏବଂ ସାତକୋଶିଆ ଜଙ୍ଗଲରେ ନିଆଁ ବ୍ୟାପିଥିବା ନେଇ ଭାରତର ଜଙ୍ଗଲ ସର୍ବେକ୍ଷଣ ବିଭାଗ(ଏଫଏସଆଇ) ଏବଂ ନାସାର ଫୟାର ଇନଫରମେସନ୍ ଫର୍ ରିସୋର୍ସ ମ୍ୟାନେଜମେଂଟ୍ ସିଷ୍ଟମ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ଫେବୃୟାରୀ ୨୮ ରୁ ୧୯୨୩୩ ଅଗ୍ନିକାଣ୍ଡ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଗତବର୍ଷ ନଭେମ୍ବର ୨୦ ରୁ ୨୩୮୫୯ଟି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି, ଯାହା ଭାରତବର୍ଷରେ ସର୍ବାଧିକ ।
ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୟୂରଭଞ୍ଜ ସାଂସଦ ଶ୍ରୀ ଟୁଡ଼ୁ କହିଛନ୍ତି ଯେ, ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ଶିମିଳିପାଳ ସ୍ଥିତି ଅନୁଧ୍ୟାନ କରିବ । ଏହି ବିଶେଷଜ୍ଞ ଟିମ୍ ରାଜ୍ୟ ଜଙ୍ଗଲ ବିଭାଗକୁ ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରିବାକୁ ଆସିବ ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ବସନ୍ତ କୁମାର ପଣ୍ଡା, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ସଙ୍ଗୀତା ସିଂହଦେଓ, ନୀତିଶ ଗଙ୍ଗଦେଓ, ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କୁ ଭେଟିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top